ଅକଟେଭ
ଅକଟେଭ
1 min
768
"ସା"ରା ଜଗତର ଆଦ୍ୟ ଓଁ କାର ସଂଗୀତ,
"ରେ"ଶମ ପରି ମସୃଣ କର୍ଣ୍ଣକୁ ଅମୃତ,
"ଗା"ୟନର ଛନ୍ଦ ଲୟେ ହୃଦୟ ଝଙ୍କୃତ,
"ମା"ନସକୁ ହଜାଏ ସେ କରେ ବିମୋହିତ,
"ପା"ରଇ ହୃଦୟେ ତୋଳି ତରଙ୍ଗ ସତତ,
"ଧା"ରେ ଲୁହ ଦିଏ ଚକ୍ଷୁ ହେଲେ ହୃଦଗତ,
"ନି"ରିମାଖି ମନଟି ମୋ ସଂଗୀତରେ ପ୍ରୀତ,
"ସା"ତ ସୁର ହୋଇଯାଏ ହୃଦୟର ମିତ।
© ସୁଧିର କୁମାର ପଣ୍ଡା, ବ୍ରହ୍ମପୁର 9337782912
