STORYMIRROR

Sudhir Kumar Panda

Others

3  

Sudhir Kumar Panda

Others

ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

1 min
341


ଅକ୍ଷୟ ତୃତୀୟା ଏକ ଅନନ୍ୟ ମୁହୂର୍ତ୍ତ 

ସର୍ବ କାର୍ଯ୍ୟ ସିଦ୍ଧି ହୁଏ ନିଶ୍ଚିତ ନିଃସର୍ତ। 

ଧର୍ମ ସଦା ରହିଥାଏ ପାପ ଯାଏ ନାଶ

ମହାଭାରତର ଯୁଦ୍ଧ ଆଜ ଦିନେ ଶେଷ। 

ବ୍ରହ୍ମାଙ୍କ ସନ୍ତାନ "ଅକ୍ଷୟ"ଙ୍କ ଜନ୍ମ ଦିନ

ତାଙ୍କରି ଆଶିଷେ ଦୁଃଖ ହୋଇଯାଏ କ୍ଷୀଣ।

ସତ୍ୟ ଯୁଗ, ତ୍ରେତୟାର ଆରମ୍ଭର କ୍ଷଣ

ଅକ୍ଷୟ ତୃତୀୟା ଅଟେ ସେହି ପୂଣ୍ୟ ଦିନ ।

ଆଜ ଦିନେ ମିଳିଥିଲା କୁବେରଙ୍କୁ ଭାର

ସୁବର୍ଣ୍ଣାଦି ସମ୍ପଦର ଅପୂର୍ବ ସମ୍ଭାର। 

କୃଷ୍ଣ ସୁଦାମାର ଆଜି ଅପୂର୍ବ ମିଳନ 

ଯୁଗେ ଯୁଗେ ବନ୍ଧୁତ୍ୱର ଶ୍ରେଷ୍ଠ ନିଦର୍ଶନ। 

ଦ୍ରୌପଦୀଙ୍କୁ ଦେଇ ଥିଲେ ଶତ ବସ୍ତ୍ର ଦାନ

ଆଜଦିନେ କରିଥିଲେ ଲଜ୍ଜା ନିବାରଣ। 

ଗଙ୍ଗା ମାତା କରିଥିଲେ ଧରାବତରଣ 

ଅନ୍ନପୂର୍ଣ୍ଣା ମାତାଙ୍କର ଆଜି ଜନ୍ମଦିନ। 

ଭଗବାନ ପର୍ଶୁରାମ ଜନ୍ମିଥିଲେ ଆଜି

କ୍ଷତ୍ରିୟ ବୃଥା ଗରବ ଦେଇଥିଲେ ଛେଦି।

ଚଷା ଭାଇ ଆଜି କରେ ମୁଠି ଅନୁକୂଳ

ଚିତୋଉ ପୂଜଇ ବିଜେ ମନାସେ ମଙ୍ଗଳ। 

ବୃନ୍ଦାବନେ ଦର୍ଶନାର୍ଥେ ଭକ୍ତଙ୍କର ମେଳ

ବାଙ୍କବିହାରୀ ପୟର ପ୍ରେମେ ହେବେ ଠୁଳ। 

ଆଜି ଦିନଟି କେବଳ ଶ୍ରୀପାଦ ଦର୍ଶନ

ପୁଣି ଦରଶନ ହେବ ବର୍ଷେ ପରେ ଜାଣ। 

ବଦ୍ରିନାରାୟଣଙ୍କ କବାଟ ଆଜି ଦିନେ ଖୋଲେ

ଦର୍ଶନେ ଭକ୍ତ ହୃଦୟ ନାଚେ ଉତଫୁଲ୍ଲେ। 

ଏହି ଭଳି ପୂଣ୍ୟ ତିଥି ଅକ୍ଷୟ ତୃତୀୟା 

ମଙ୍ଗଳ ସଭିଙ୍କ ହେଉ, ଥାଉ ବିଭୁ ଦୟା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda