STORYMIRROR

Pankajini Upadhaya

Others

3  

Pankajini Upadhaya

Others

ଅଗ୍ରପୃଜ୍ଯ ତୁମେ ଆହେ ଗଜାନନ

ଅଗ୍ରପୃଜ୍ଯ ତୁମେ ଆହେ ଗଜାନନ

1 min
13.5K


ଅଗ୍ରପୃଜ୍ଯ ତୁମେ ଆହେ ଗଜାନନ

ଘେନ ହେ ପ୍ରଣାମ ଘେନ

ସବୁରି ପ୍ରାଣରେ ଭରି ଜ୍ଞାନାଲୋକ

ବଢାଅ ନୈତିକ ମାନ ।

ବରଷରେ ଥରେ ଆସ ଆମ୍ଭ ଦ୍ବାରେ

ପୂଜା ପାଇବାର ଆଶେ

ବିଦ୍ୟାର ବିକାଶ ଦେବତା ହେ ତୁମେ

ବିଦ୍ୟା ପରଶ ସରସେ।

ଅବିଦ୍ଯା ହଟାଇ ସଚେତନା ଦେଇ

ଜଳେ ହୁଅ ବିସର୍ଜନ

ପୂଜା ପାଅ ତୁମେ ହାଟ ଘାଟ ବାଟ

ଶିକ୍ଷାନୁଷ୍ଡାନ ମାନ।

ଆଲୋକ ରୋଷଣି ନାନା ବାଦ୍ଯପୁଣି

କମ୍ପେ ଗଗନ ପବନ

ଡିଜେର ଶବ୍ଦରେ ପୃଥିବୀ ଫାଟୁଛି

ମେଲୋଡି ଭଜନ ମାନ।

ଆହେ ବିନାୟକ ହେ ଗଣନାୟକ

ଗଜାନନ ଗଣପତି

ହେ ବିଘ୍ନନାଶକ ବିଘ୍ନ ବିନାଶକ

ବିଘ୍ନ ଦୂର କର ନିତି।

ଆଜି ନିବେଦନ ଭାରି ବଳବାନ

ଶୁଣିବ ଗୁହାରୀ ମୋର

ସାନ୍ଧ୍ଯ ମୁହୂର୍ତ୍ତରେ ପବିତ୍ର ସ୍ପର୍ଶରେ

ପବିତ୍ର ଭରୁ ସୃଷ୍ଟିରେ।

ପ୍ରଣାମ କରୁଛି ତବ ଶ୍ରୀ ପୟରେ

କୋଟିକୋଟି ଦଣ୍ଡବତ

ବିଶ୍ବର କଲ୍ଯାଣ ସମାହିତ ହେଉ

ଆଶିଷ ବରଷୁ ସତ।


Rate this content
Log in