STORYMIRROR

Bikesh Sahu

Others

0.2  

Bikesh Sahu

Others

ଅଚିହ୍ନା ଅତିଥି

ଅଚିହ୍ନା ଅତିଥି

1 min
13.4K




ଜୀବନର ସାୟାହ୍ନେ 

ମନେପଡେ ଆଜି

ମୋ ଜୀବନର 

ସେଇ ଅଭୁଲା ଅତୀତ

କିଛି ଭୁଲି ଯାଇଛି 

ସତ

ହେଲେ ଆଉ କିଛି 

ଆଜିବି ଜୀବନ୍ତ ।

ଯେଉଁଠି କେତେ

ଚିହ୍ନା ମୁହଁ

ଆଉ କେତେ 

ଅଚିହ୍ନା ଅଜଣା

କେତେ ପର

ପୁଣି

କେତେ ପର ହୋଇବି 

କାଇଁ ଲାଗନ୍ତି 

ଭାରି ନିଜର ନିଜର ।

କେତେ ବସନ୍ତରେ

ବସା ବାନ୍ଧି

ଚାଲି ଯାଆନ୍ତି ବୈଶାଖରେ

ଆଉ କେତେ

ଅଫେରନ୍ତା ଅତିଥି ସାଜି

ରହି ଯାଅନ୍ତି

ହୃଦୟେ ଚିରକାଳ ।


Rate this content
Log in