ଅଭୂଲା ସ୍ମୃତି
ଅଭୂଲା ସ୍ମୃତି
1 min
218
ଭଲ ଯଦି ପାଉଥିଲ
ଭୁଲିଯିବା ନୁହଁ,
ଆଜି କାହିଁ ଛାଡିଗଲ
ହଜିଗଲା ମୁହଁ ।
କେତେ ଗପ କରୁଥିଲେ
ଦିନ ହଉକି ରାତି,
ଆନନ୍ଦରେ ମାତୁଥିଲେ
ନିତି ମଉଜମସ୍ତି।
ମତେ ପର କରି ତୁମେ
ଚାଲିଗଲ ଏକା,
ମୋ ଜୀବନ ଏବେ ସାଥି
ପଡିଗଲା ଫିକା।
ଭୂଲି ମୁଁ ପାରୁନି ସେଇ
ଅଭୂଲା ସ୍ମୃତିକୁ,
ମନେ ପଡ଼େ ସବୁଦିନ
ପୁରୁଣା ବେଳକୁ।
ତ୍ରିଲୋଚନ କାର୍ଯୀ
ଗାଇଡା,ପାତ୍ରପୁର
ମୋ-9178830120
