STORYMIRROR

Mamatamanjari Das

Others

3  

Mamatamanjari Das

Others

ଅଭିଶପ୍ତା ନାରୀ

ଅଭିଶପ୍ତା ନାରୀ

1 min
395

ନାରୀ ,,,

ସୃଷ୍ଟିର ଆରମ୍ଭ ସିଏ

ତା'ଆଖିର କଷଟି ପଥର

ଦେଖି ପାରେ କଟାକ୍ଷ ପୁରୁଷର

ଆଉ ଭଲ ମନ୍ଦ ଗୁଣ

ସେ ବି ଦେଖେ ସ୍ୱପ୍ନ ....

ଆଉ ସ୍ୱପ୍ନରେ ତୋଳେ ବୀଣାର ଝଙ୍କାର ।

ତଥାପି .....

ବାରମ୍ବାର କଷଟି ପଥରରେ

ପ୍ରମାଣିତ କରିବାକୁ ପଡେ

ତାର ଅସ୍ତିତ୍ବ ,,,

କେତେବେଳେ ସୀତା ସାଜି

ଦେବାକୁ ପଡେ ଅଗ୍ନି ପରୀକ୍ଷା

ତ ପୁଣି କେତେବେଳେ

ନିଜର ସତୀତ୍ୱ ପ୍ରମାଣ କରି ନପାରି

ସାଜିବାକୁ ପଡେ

ଅଭିଶପ୍ତା ଅହଲ୍ୟା ।

ଜନନୀ ଜଠରୁ ଜନ୍ମ ତାର ଥରେ

ହେଲେ ଗୋଟିଏ ଜନ୍ମରେ

ନିଏ ବହୁ ଜନ୍ମ ,,,

କେବେ କନ୍ୟା ଟିଏ

କେବେ ଭଗିନୀ ତ କେବେ ଜାୟା

ପୁଣି କେବେ ମମତା ମୟୀ ମାଆ ।

ନାରୀଟିଏ ,,,

ତାର ଏକଲା ଏକାନ୍ତ ପଣରେ

ଚାପି ରଖିଥାଏ ଯେତେ ହୃଦୟର ତାପ

ଅଜଣା ଏକ ଶୂନ୍ୟ କୋଠରୀରେ

ନିତି ମରେ ନିତି ଜୀଏ

ପାଇବା ପାଇଁ ଟିକେ ସ୍ନେହର ଉଚ୍ଛାସ ।



Rate this content
Log in