STORYMIRROR

B Shankar Mishra. Zitunana

Others

3  

B Shankar Mishra. Zitunana

Others

ଆଉ ଚାଲ ନାହିଁ ଷଣ୍ଢପରି

ଆଉ ଚାଲ ନାହିଁ ଷଣ୍ଢପରି

1 min
66

କିଛିଦିନ ଆଗୁ କହିଲେ ଦୋକାନେ

ତାଙ୍କ ନାଁ ଟା ଖାତାରେ ଟିପିକି ରଖ,

ହେଲେ ହାଟ ଗୁଡ଼ାରେ ବି ଦୂରତା ରହୁନି

ଦେଖୁଥାଆ ଏଠି କେତେ ଛଟକ

ଆଉ ତମେ ଭାବିଥିଲ ଇଏବି ଗୋଟାଏ ଅଟକ,

ଏବେ ବଢିବା ସଂଖ୍ୟାକୁ ହେଜି ତମେ ଥରେ

ଦେଖୁଥାଅ ଖାଲି ତାଙ୍କ ନାଟକ 

ଅଙ୍କୁଶ ଢିଲା କୁ ଲୁଚାଛପା କାମ, 

ତହିଁରେ ମିଳେନି ଠିକସୂଚକ ।।୧


ଧନ୍ୟ କେତେ ଫନ୍ଦି ଫିକର,

ପଜିଟିଭି ସଂଖ୍ୟା ଲୋକାଲେ ବଢୁଛି

ତଥାପି ଛାଡୁନ ବଜାର,

ଗରିବଙ୍କ ପେଟ ଚିନ୍ତାକରି ଯଦି ହୋଇଛି ଟିକିଏ କୋହଳ,

ମଜାଟା ନେଉଛ ତମେ ଏମିତି ଯେ

ବଜାରେ ବୁଲୁଛ ମାଳମାଳ 

ବାବା ଅମାନିଆ ହେଲେ ବଂଚିବା ତ ଆଉ ଆଗକୁ

ବେଳ ଥାଉଥାଉ ସାବଧାନ ହେଲେ

ରକ୍ଷା କରିବେ ସେ ସଭିଙ୍କୁ ।।୨


କରୁନ କିଛିକୁ ଖାତିରି,

ବୁଲୁଛ ଗାଡିରେ ଘିରିଘିରି

ଭିଡ଼ାଭିଡ଼ି ହେଇ ଏମିତି ଗପୁଛ

ଡ଼ର ଲାଗେ ଦୃଶ୍ୟ ଦେଖିକରି,

ପିଠିଟାକୁ ତମ ଢିଲା ଦେଲେ ବୋଲି

ଭାବିଛ କି ରୋଗ ଗଲା ସରି

ଆଉ ଏମିତି ଭାବନି ମୂର୍ଖ ସରି 

ଘରେ ଚଳୁଥାଅ ଜଗିକରି

ବୁଝୁନ ହେଲଣି ଏତେ ସରି

ଆଉ ଚାଲନାହିଁ ଷଣ୍ଢପରି,

କହୁଣୀକୁ ଗୁଡ଼ ବୋହିଲାଣି ତୁମ,

ଏବେ ସଫାକର ଦେଖି ଚାଟିକରି ।।୩


ପୁଣି ନଉଠୁ ତମ ସେ ପିଠି ଛାଲ

କଟକଣା ସବୁ ମାନିଚାଲ,

ସମସ୍ତେ ବଞ୍ଚିବା, ଆଉ ବଞ୍ଚେଇବା

ସହାୟତା ଟିକେ ରଖିଚାଲ

ଭରସା ରଖନି କାହାରିଠି ଆଉ

ଆଗେ ନିଜ କଥା ଭାବିଚାଲ 

ଘରେରହି ତମେ ମଙ୍ଗଳ ସଭିଙ୍କ ଡାକିଚାଲ 

ହୁ ହୁ ହୋଇ ମାଡି ଚାଲିଲା ଯେ

ଫାଡିକରି ଆଖି ଦେଖିଚାଲ

ଖଣ୍ଡାଟା ଝୁଲିଛି ମୁଣ୍ଡ ଉପରେ ଯେ,

ନିଜ ରକ୍ଷା ନିଜେ କରିଚାଲ ।।୪


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍