STORYMIRROR

Mamatamanjari Das

Others

3  

Mamatamanjari Das

Others

ଆସୁଛନ୍ତି ମହାମାୟା

ଆସୁଛନ୍ତି ମହାମାୟା

1 min
353


ବାସୁଅଛି ଧୂପ ବାସୁଅଛି ଝୁଣା

ଆସିଛନ୍ତି ମହାମାୟା

ନଦୀ ପଠାଧାରେ କାଶତଣ୍ଡୀ ଫୁଲ

ଥିରି ଥିରି ଝୁଲି ଆବାହନ କରେ

ମାଆ ତୁ'ମରତେ ଆ।


ଶୁଭ୍ର ଶରତର ନିର୍ମଳ ଆକାଶ

ଆସିଛନ୍ତି ମହାମାୟା

ଦୁଷ୍ଟ ସଂହାରିବେ ପାପକୁ ନାଶିବେ

ଦୁଃସ୍ଥକୁ ହୋଇବେ ସାହା।


ମାଆ ଆଗମନେ ପଲ୍ଲୀ ଠୁ ସହର

ସଭିଙ୍କ ମନେ ଆନନ୍ଦ

ମାଆଙ୍କୁ ଦେଖିବେ ଆନନ୍ଦେ ମଜ୍ଜିବେ

ମନୁ ଦୂର ହେବ ଖେଦ ।


ମର୍ତ୍ତ୍ୟ ଭୂମି ଆଜି ଫୁଲରେ ସଜ୍ଜିତା

ମନ ଭରେ ଅନୁରାଗେ

ସର୍ବତ୍ର ପାର୍ବଣ ସୁଦିବ୍ୟ ଘୋଷଣ 

ଅମୃତ ମୟୀଙ୍କ ରାଗେ ।


ଚନ୍ଦ୍ର କର ଛୁଆଁ ସ୍ପର୍ଶ ନୂଆ ନୂଆ

ଆକାଶେ ଝଟକନ୍ତି ମୁକ୍ତା କାନ୍ତି

ରାତିର ତମାସା ହଟି ହଟି ଯାଏ

ଅନ୍ଧାରରୁ ମିଳିବ ମୁକ୍ତି।


ହର୍ଷ ଉଲ୍ଲାସରେ ଧରଣୀ କମ୍ପଇ

ବଦଳେ ମନର ଭାବ

ମାଆ ଆଗମନେ ବିଦ୍ୱେଷ କୁ ଭୁଲି

ବିଖରେ ପ୍ରୀତିର ଭାବ।


ଶୁଭେ ଶୁଭ ଶଙ୍ଖ ପଡେ ହୁଳହୁଳି

ଆସିଛନ୍ତି ମହାମାୟା

ଫୁଲର ଦୋଳିରେ ପୃଥିବୀ ମଣ୍ଡିତା

ଦିଶେ ପୁରା ନୂଆ ନୂଆ।



Rate this content
Log in