STORYMIRROR

Mamatamanjari Das

Others

4  

Mamatamanjari Das

Others

ଆସିଲା ବରଷା ଦିନ

ଆସିଲା ବରଷା ଦିନ

1 min
184

ଗ୍ରୀଷମ ର ଅନ୍ତେ ବରଷା ଆସିଲେ

ନୀଳ ଗଗନ ରେ ବାଦଲ ଭାସେ

ରିମ୍ ଝିମ୍ ହୋଇ ବରଷା ରାଣୀଟା

ମାଟିକୁ ଚୁମେ ତା ପ୍ରୀତି ପରଶେ ।


ବରଷାର ଛିଟା କରେ ଆନମନା

ଖୁସିରେ ଚାଷୀ ତା ଜମିକୁ ଚଷେ

ବିଜୁଳି ଚମକେ ଚିକ୍ ମିକ୍ ହୋଇ

କଳା ମେଘଟା ବି ସୁନ୍ଦର ଦିଶେ ।


ବରଷା ର ଛିଟା ମାଟିକୁ ଛୁଇଁଲେ

ସବୁଜିମା ଭରେ ଘାସେ

ପୁର ଠାରୁ ପଲ୍ଲୀ ନୂତନ ପଲ୍ଲବେ

ଖିଲି ଖିଲି ହୋଇ ହସେ ।


କଳା ମେଘ ଟିକୁ ଦେଖିଲେ ମୟୂର

ପୂଛ ଟେକି ନୃତ୍ୟ କରେ

ବେଳେ ବେଳେ ପୁଣି ନୀଳ ଗଗନରେ

ଇନ୍ଦ୍ରଧନୁ ମନୋହରେ ।


ବରଷା ଋତୁଟା ମିତ ସଭିଙ୍କର

ଗୁଣ ତାର ଅସୁମାରୀ

ଖାଦ୍ୟ ଠୁ ପାନୀୟ ଦିଏ ସେ ଆମକୁ

ସେ ପାଇଁ ପ୍ରିୟ ସବୁରି ।



Rate this content
Log in