STORYMIRROR

Bhubanananda Adhikari

Others

3  

Bhubanananda Adhikari

Others

ଆସିଲା ଆଷାଢ଼ ମାସ (ରଥଯାତ୍ରା ଭଜନ)

ଆସିଲା ଆଷାଢ଼ ମାସ (ରଥଯାତ୍ରା ଭଜନ)

1 min
13.8K


ଆସିଲା ଆଷାଢ଼ ମାସ

ରେ ମନୁଆ

ଆସିଲା ଆଷାଢ଼ ମାସ

ମନଟା ମୋହର ହେଲାଣି ଉଚ୍ଛନ୍ନ

ଦେଖିବାକୁ ନନ୍ଦିଘୋଷ

ରେ ମନୁଆ

ଦେଖିବାକୁ ନନ୍ଦିଘୋଷ


ଟାହିଆ ହଲେଇ ଦେହକୁ ଝୁଲେଇ ଆସୁଥିବ କଳାଦିଅଁ

ଭକତ ଭିଡ଼ରେ ଭୋକରେ ଶୋଷରେ ଶୁଖିଥିବ ତାର ମୁହଁ

ତା ନୟନ ଦେଖି ଗଡ଼େଇବୁ ଲୁହ

ମେଣ୍ଟିଯିବ ତାର ଶୋଷ

ରେ ମନୁଆ...

ଆସିଲା ଆଷାଢ଼ ମାସ।


ଭିଡ଼ିବୁ ଟାଣିବୁ ତା ରଥ ଦଉଡି ସାଆନ୍ତ ସାଆନ୍ତ କହି

ରଥ ଗଡ଼ିଗଲେ ଖୋଲିଯିବ ତୋର ମୁକତିର ଦ୍ୱାର ଭାଇ

ଶରଧା ବାଲିକୁ ଦେହରେ ବୋଳିବୁ

ଉଭେଇବ ଦୁଃଖ କ୍ଳେଶ

ରେ ମନୁଆ...

ଆସିଲା ଆଷାଢ଼ ମାସ।


ଭୁବନାନନ୍ଦ ଅଧିକାରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍