ଆସିବ ଯଦି ଆସ
ଆସିବ ଯଦି ଆସ
ତୁମେ ଆସିବ ଯଦି ଆସ
ମନର ଖିଆଲି ପଣରେ,
ଅନୁଭୂତି,ବାସ୍ତବତା କାହିଁ
ଭିଜୁଛି ଯାହା ଆଖି ଲୁହରେ।
ଆମ୍ବ ବଉଳ ର ମହ ମହ ବାସ୍ନା
ନାହିଁ କାହିଁ ବସନ୍ତ ପଣତରେ ।
ସୁଲୁ ସୁଲୁ ମଳୟ ପବନ
ଶୀତେଇ ଦେଉନି ଦେହ ମନରେ।
ଆସିବ ଯଦି ଆସ ତୁମେ
ମନର ଖିଆଲି ପଣରେ ।
ମନ ଏଠି ଶୁଷ୍କ ମରୁ,ଦେହ ଗୋଧି ଛାଲ
ନିରଳସ ଛାଇଛି ପ୍ରତିଟି ବିନ୍ଦୁରେ।
ପ୍ରେମ ପ୍ରେମ ପ୍ରେମର କୁହାଟ ସର୍ବତ୍ର
କାହିଁ ପ୍ରେମ ପଡ଼ିଛି ଅଭାବି ବିକ୍ରିରେ ।
ରଙ୍ଗରେ ରଙ୍ଗରେ ଫିକା ଆଜି ରଙ୍ଗ
ଫିକା ଫିକା ସବୁ ଫିକା ଜୀବନରେ ।
ରୌଦ୍ର ର ପ୍ରକୋପ ଜାଳିଛି ହୃଦୟ
ମତୁଆଲା ଆଜି ପ୍ରତିଟି ପିଆଲା ରେ ।
ଆସିବ ଯଦି ଆସ ତୁମେ
ମନର ଖିଆଲି ପଣରେ ,,,,
ହଜିଛି ଗୋଧୂଳି ହଜିଛି ସଂଜୁଆ ବନ୍ଦାପନା
କତିପୟ ପୂଜା ପାର୍ବଣରେ ।
ଅପସଂକୃତିର ଦାନବ କବଳେ
ମନ୍ତ୍ର ,ତନ୍ତ୍ର,ସ୍ତୋତ୍ର ହଜଇ ଜୀବନରେ ।
ଭଣ୍ଡ ମୁନି ,ଋଷି, ସ୍ୱୟଂ ଭଗବାନ ଆଜି
କାଳ ବେଳ ଉଣ୍ଡୁ ଥାଇ ସତୀତ୍ଵ ଲୁଣ୍ଠିବାରେ,
ହେ ବସନ୍ତ ସାଜି ଯାଅ ଅମୃତର ବାରି
ସ୍ପର୍ଶ ଦିଅ ସ୍ବର୍ଗୀୟ ଅଭିସାରେ ।
ନଚେତ,,,,,
ଆସିବ ଯଦି ଆସ ତୁମେ
ମନର ଖିଆଲି ପଣରେ,,,,,,,,,,,
