STORYMIRROR

SUJATA DAS

Others

3  

SUJATA DAS

Others

ଆସିବ କି ତୁମେ

ଆସିବ କି ତୁମେ

1 min
113

ମରା ମରା ଜପି

  ତରିଯାଏ କିଏ

   ମହାକାବ୍ୟ ଯାଏ ରଚି

ରାମ ରାମ ଜପି

  ମୁଁ ଲୁହରେ ଭିଜେ

   କୁହ କିଆଁ ରଘୁପତି 


ସବୁ ଆରମ୍ଭରେ

  ସବୁରି ଅନ୍ତରେ

   ତୁମେ ମୋର ଶ୍ରେଷ୍ଠ ସାକ୍ଷୀ

ହୃଦୟ ଜଳୁଛି

  ଯନ୍ତ୍ରଣା ଜୁଇରେ

   ବ୍ୟାକୁଳିତ ପ୍ରାଣପକ୍ଷୀ 


ତୁମ ପାଦ ସ୍ପର୍ଶେ

  ଅହଲ୍ୟା ପାଷାଣୀ

   ପାଇଗଲା ଜୀବନ୍ୟାସ 

ମୁଁ ଆଜି ପାଷାଣ

  ବିଦଗ୍ଧ ପରାଣ

   କାଳ କରେ ପରିହାସ 


ଆସିବକି ପ୍ରଭୁ

  ଦେବା ପାଇଁ ସାକ୍ଷୀ

   ମୁକ୍ତି ହେବି ଅପବାଦୁ

ଅଳିକ ଜୀବନ

 ବ୍ୟାକୁଳ ପରାଣ

   ଶାନ୍ତ ହେବ ଅବସାଦୁ 


ପାଇ ତୁମ ସ୍ପର୍ଶ

  ହୋଇ ଶାପମୁକ୍ତ

   ଗୁନ୍ଥନ୍ତି ଶବ୍ଦର ହାର

ଜୀବନ ପଥରେ

  ଧରି ତୁମ ହାତ

   ମୋକ୍ଷ ପଥେ ଅଗ୍ରସର 



Rate this content
Log in