ଆଶ୍ଚର୍ଯ୍ୟ
ଆଶ୍ଚର୍ଯ୍ୟ
1 min
13.4K
ଜନମ ନେବାକୁ ଲାଗିଥାଏ ପ୍ରାୟ
ଦଶ ମାସ ଦଶ ଦିନ
ମରଣ ପାଇଁକି ବେଳେ ବେଳେ
ଦଶ ଦଣ୍ଡଠୁଁ ହୁଅଇ ନ୍ୟୁନ
ତଥାପି ବି ଆମେ ଗରବରେ ଅନ୍ଧ
କରୁଛୁ ଏମିତି କାମ
ଭୋଗ ବିଳାସରେ କାଟୁଅଛୁ ଦିନ
ଭାବୁଛୁ ଅନ୍ୟକୁ ହୀନ
ଜନମ ପଛରେ ଧାଇଁଛି ମରଣ
କେଉଁ କ୍ଷଣେ ଧରିପାରେ
ଜାଣି ବି ଅଜଣା ହେଉଅଛୁ ଯଦି
ଆଶ୍ଚର୍ଯ୍ୟ ନୁହେଁ ସତରେ?
ଚିତ୍ତ ରଞ୍ଜନ ଲେଙ୍କା (କଟକ) ©
