Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Others

3  

Mamatamanjari Das

Others

ଆଶ୍ୱାସନା

ଆଶ୍ୱାସନା

1 min
166


ଟିକିଏ ଲୁହକୁ ସାଇତିବା ପାଇଁ

ଟିକେ ଆଶ୍ୱାସନା ଲୋଡା

ସେହି ଆଶ୍ୱାସନା ନ ମିଳଇ ଯଦି

ମନ ଦିଏ ପତ୍ରଝଡା।


ଆଶ୍ୱାସନା ଟିକେ ମିଳିଯାଏ ଯେବେ

ଗଜୁରୀ ଉଠଇ ଆଶା

ମନ ବୈତରଣୀ କୂଳଲଙ୍ଘି ଚାଲେ

ବାନ୍ଧିବାକୁ ନୂଆ ବସା ।


ମନ ଖୋଜିବୁଲେ ନୂଆ ମନ ଟିଏ

ସାଇତିବା ପାଇଁ ଲୁହ

ମୁଣ୍ଡ ରଖି ଟିକେ ତା' ଛାତି ଉପରେ

ବାଣ୍ଟିବା ପାଇଁ ନିଜ ଯନ୍ତ୍ରଣା ର କୋହ ।


ଶ୍ୱାସ ହୋଇଯାଏ ଚଇତାଳି ଟିଏ

ବାକି ଜୀବନ ଟା ପାଇଁ

ଉଜୁଡା କ୍ଷେତଟା ସଜାଡିବା ପାଇଁ

ବିଶ୍ୱାସ ଆସେ ଘନେଇ।


ମନ ହୋଇଯାଏ ରାତିର ଉର୍ବଶୀ

ସ୍ୱପ୍ନରେ ସଜେଇ ହୁଏ

ଟିକେ ଆଶ୍ୱାସନା ଏ ଭାଗ୍ୟ ରେଖାକୁ

ସତେ କେତେ ବଦଳାଇ ଦିଏ !!!


ଜୀବନଟା ସିନା ଅଙ୍କା ବଙ୍କା ନଈ

ଅଟକଇ ନାହିଁ କେବେ

ହେଲେ ଛୋଟ ଏକ ଆଶ୍ୱାସନା

ଏହି ହୃଦୟକୁ ବଦଳାଇ ଦିଏ

ସତେ ,କେତେ ଅନୁରାଗେ ।


Rate this content
Log in