ଆସ ଥରେ ଜଗନ୍ନାଥ
ଆସ ଥରେ ଜଗନ୍ନାଥ
ଆସ ଥରେ ଜଗନ୍ନାଥ
ଦେଖ ତୁମ ସୃଷ୍ଟି
କି ବିକଳ ହୋଇ ଆଜି
ଏ ମଣିଷ କାନ୍ଦୁଛି ।
ତୁମ ସହ ମଣିଷର
ବିଶ୍ୱାସ ବନ୍ଧନ
ଦେଖ ପ୍ରଭୁ ଦିନୁ ଦିନ କେଉଁ ଭଳି
ହେଉଛି ବିଲୀନ ।
ଏ ବେଳରେ ଯଦି ତୁମେ
ଆଖି ବୁଜି ଶୋଇବ
ଏ ମଣିଷ ତୁମକୁ କି
ବନ୍ଧୁ ବୋଲି ଭାବିବ ??
ତୁମେ ତ ପରମ ବ୍ରହ୍ମ
ସୃଷ୍ଟି ଓ ବିଲୟ
ଥରେ ମାତ୍ର କୃପା କରି
ରଖ ପ୍ରଭୁ ଏ ଜୀବରେ ଲୟ।
ଏ ଜୀବ ସିନା ଅଜ୍ଞାନ
ତୁମେ ବ୍ରହ୍ମ ଜ୍ଞାନ
ରତ୍ନ ସିଂହାସନେ କିଆଁ
ବସିଛ ଅଭିମାନେ ??
ଥରେ କ୍ଷମା କରିଦିଅ
ଏ ନର ରାକ୍ଷସେ
ବନ୍ଧୁ ଭାବେ ବାନ୍ଧି ଦିଅ
ଅମୃତର ଫାଶେ।
କୋଟି ଜନତାଙ୍କୁ ପ୍ରଭୁ
ନିତି ଦେଖୁଥିଲ
ଏବେ ଗମ୍ଭୀରା ଭିତରେ କିମ୍ପା
ମଉନେ ରହିଲ ??
ଅଭିମାନ କରିଛ କି
ଏ ଘୋର ପାପ ଦେଖି
ସେଥିପାଇଁ ମଉନରେ
ଅଛ ଚକାଆଖି ??
ଖୋଲି ଦିଅ ଆଖି ପ୍ରଭୁ
ଦିଅ ତୁମ ଅମୃତ ଦର୍ଶନ
ବିଲୟରୁ ରକ୍ଷା କର ଏ ସୃଷ୍ଟିକୁ
ବଞ୍ଚାଅ ପ୍ରଭୁ ନିରୀହ ଜୀବନ ।
