Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Others

4  

Sarojini Mishra

Others

ଆସ ହେ କେଶବ ବସନ୍ତ ଡାକେ

ଆସ ହେ କେଶବ ବସନ୍ତ ଡାକେ

1 min
4



ଅମୀୟ ଆଭା ରେ ବିଭାମୟ ହୋଇ

ଋତୁ ରାଜ ଆସିଅଛି

ନବପଲ୍ଲବରେ ଧରା ବିମଣ୍ଡିତ

ନୂତନ ଆଶା ଜାଗିଛି ।

ଆମ୍ବ ବଉଳର ଭୁରୁ ଭୁରୁ ବାସ୍ନା

ମନ ମହକାଉ ଅଛି

ହଳଦୀ ବସନ୍ତ ଆମ୍ର କୁଞ୍ଜେ ଦେଖ

ବିଭୋର ଯେ ହେଇଅଛି ।


ପୁଷ୍ପ ମାନଙ୍କର ଭିଡ଼ ଜମି ଅଛି

ଅଳି ଆନନ୍ଦେ ମଗନ

ସତେ କି ଧରଣୀ ପୁଷ୍ପ ଥାଟ ଧରି

କରେ ବସନ୍ତ ବନ୍ଦନ ।

କୋକିଳର କୁହୁ କୁଜନେ ଧରାରେ

ବସନ୍ତ ଯେ ଆସିଅଛି

ମଳୟ ପବନ ସୁଲୁ ସୁଲୁ ବହି

ଶାନ୍ତି ବରଷି ଯାଉଛି ।


ଧରଣୀ ରାଣୀ ତ ସଜେଇ ହୋଇଛି

ଦୋଳ ଯାତରା ଆସୁଛି

ରାଧାରାଣୀ ଦେଖ ସଜ ହେଉଅଛି

କହ୍ନେଇ ଚାହିଁ ବସିଛି ।

ହେ ବ୍ରଜ ବିହାରୀ ରାଧା ମନେହାରୀ

ଧରଣୀ ରାଣୀ ଚାହିଁଛି

ବସନ୍ତ ରାସର ସ୍ନିଗ୍ଧ ଭାବ ପାଇଁ

ଅନାଇ ଯେ ବସିଅଛି ।

ଓହ୍ଲାଇ ଆସ ହେ ଗୋପୀ ମନୋହାରୀ

ବସନ୍ତ ଶୋଭା ମଣ୍ଡପେ

ପ୍ରେମ ପରିଭାଷା ବୁଝାଇ ଦିଅ ହେ

ଏହି ମାନବ ସମୀପେ ।

ଦେହୁ ଦେହାତୀତ ଅନନ୍ତ ପବିତ୍ର

ତ୍ୟାଗେ ଭରା ଯେଉଁ ପ୍ରେମ

ସେଇ ପ୍ରେମ ଧାରା ବୁହାଇ ଦିଅ ହେ

ଶାନ୍ତ କାନ୍ତ ହେଉ ମନ ।


 ବସନ୍ତ ରାଜ ଯେ ଥାଟ ସଜାଇଛି

ସୌନ୍ଦର୍ଯ୍ୟରେ ଭରା ଧରା

ପୁଷ୍ପ ମାନଙ୍କର ଭିଡ଼ ଜମିଲେଣି

ଆସ ନନ୍ଦର ଦୁଲ୍ଲାରା ।

ଧରା ସୁନିର୍ମଳ ଶୀତଳ ସମୀର

ଦେହକୁ ଶାନ୍ତି ଦେଉଛି

ଶ୍ରୀରାଧାଙ୍କୁ ସଙ୍ଗେ ନେଇ ଚାଲିଆସ

ମନେ ଉଚ୍ଛ୍ଵାସ ଜାଗୁଛି ।

ବସନ୍ତେ ସୁଶାନ୍ତ ପ୍ରୀତି ଗଙ୍ଗା ଶ୍ୟାମ

ବୁହାଇ ଦେଇ ହେ ଯାଅ

ଏ ଜଗତ ହେଉ ଉଜ୍ଜୀବିତ ପୁଣି

ଜୀବନୀ ଶକ୍ତି ହେ ଦିଅ ।


ବସନ୍ତେ କେଶବ ସଜ ହୋଇ ଆସ

ରାଧାରାଣୀ କୁ ଯେ ଆଣ

ଝୁଲଣା ରେ ଝୁଲି ବଇଁଶୀ ବଜାଇ

ପ୍ରତି ମନ ପ୍ରାଣ ଜିଣ ।


ତୁମରି ହସର ରହସ୍ୟର କଥା

ପ୍ରତି କାନେ କହିଦିଅ

ବସନ୍ତ ଝୁଲାରେ ଝୁଲି ଝୁଲି ତୁମେ

ପ୍ରୀତିର ଗଙ୍ଗା ବୁହାଅ ।

ବସନ୍ତ ବଗିଚା ସଜାଇ ହୋଇଛି

ତୁମ ଆଗମନ ପାଇଁ

କୋଇଲି ଗାଉଛି ପଞ୍ଚମ ତାନରେ

ତୁମ ଦରଶନ ପାଇଁ ।


ଆସ ଗିରିଧାରୀ ସୁଦର୍ଶନ ଧାରୀ

ବସନ୍ତ ରାଜ ଡାକୁଛି

ଧରଣୀ ରାଣୀ ଯେ ଚାହିଁ ବସିଅଛି

ଆସ ହେ ତୁମେ ମୁରାରୀ ।


ଆସ ହେ କେଶବ ବସନ୍ତ ଡାକୁଛି

ରସମୟ ହେଉ ଧରା

ବଂଶୀର ସୁରରେ ପୋଛି ହୋଇଯାଉ

 ଜଗତୁ ପାପର ଧାରା ।



Rate this content
Log in