STORYMIRROR

Pankajini Upadhaya

Others

4  

Pankajini Upadhaya

Others

ଆଓ୍ବାର୍ଡ

ଆଓ୍ବାର୍ଡ

1 min
332

ସଙ୍କେତ ଦେଇଛି କବିତା ବିଭାଗ

ଭାଗ ନେବୁ କବିତାରେ

ଭଲ ତୁ ଲେଖିଲେ ଆଓ୍ବାର୍ଡ ଜିତିବୁ

ପ୍ରତିଷ୍ଠିତ ସବୁଠାରେ।


ଶବ୍ଦ ସାଉଁଣ୍ଟିବୁ ଶୂନ୍ୟ ଆକାଶରୁ

ଭାବ ମହାସମୁଦ୍ରରୁ

ଅନୁଭବ ତୋର ଜୀବନ ସମ୍ପତ୍ତି

ଉଚ୍ଛୁଳିବ ହୃଦୟରୁ।


ପ୍ରଥମ ଆଓ୍ବାର୍ଡ ସୂନେଲି କପ୍ ଲୋ

ସୁବର୍ଣ୍ଣର ଅନୁଭବ

ମନରେ ପୁଲକ ଭରିଦେବ ତୋର

ଆଗକୁ ଯିବା ସମ୍ଭବ।


ତାଳି ମାଡ ତୋର ହେବ ଗଳାହାର

ଖୁସି ମନ ଚୁଲବୁଲ

ମାନ୍ଯତା ପାଇବୁ ବଡ କବି ଭାବେ

ଗଢିବୁ ସ୍ବପ୍ନ ମହଲ।


ଆଶାତୀତ ତୋର ଜୀବନରସ୍ରୋତ

ବହିବ ଅନୁକୂଳରେ

ଲେଖିବାର ଭାବ ଆଗକୁ ଆଗକୁ

ମଜ୍ଜିବୁ ମହାଭାବରେ।


ଜ୍ଞାନର ଆକାଶ ହେବ ସୁବିସ୍ତୃତ

ପଢିବୁ ଅଧିକ ବହି

ସବୁ ଜ୍ଞାନ ତୁହି ହାସଲ କରିବୁ

ପଢାରେ ମନ ମଜାଇ।


ଉଚ୍ଚ ଉଚ୍ଚ ଆଶା ମାଡି ଆସିଯିବେ

ଦେବେଟି ନବ ପ୍ରେରଣା

ଆଗକୁ ବଢିବୁ ପଛ ନ ଦେଖିବୁ

ମନ ହେବ ଆନମନା।


ଦ୍ବିତୀୟ ଆଓ୍ବାର୍ଡ ମିଳିଯାଏ ଯଦି

ମନ କରିବୁନୁ ଊଣା

ମନର ଭାଗକୁ ମାର୍ଜିତ କରିବୁ

ଭରିବୁ ନୂଆ ଯୋଜନା।


ତୃତୀୟ ଆଓ୍ବାର୍ଡ କମ୍ ନୁହେଁ କିଛି

ପଛକୁ ଅଛନ୍ତି କେତେ

ଏଥର ଦେହଟା ଭଲ ରହିଲାନି

ଭାବି ପାରିଲିନି ଏତେ।


ସବୁ ସଙ୍କେତରେ ଲେଖିବୁ କବିତା

ଦେବୁ ତୋର ମହାମତ

ନୂତନ ଭାବରେ ବିହ୍ବଳ କରିବୁ

ପାଠକେ ହଜିବେ ସତ।


ଶବ୍ଦର ମାଧୁର୍ଯ୍ଯ ଭାବର ଗାମ୍ଭିର୍ଯ୍ଯ

କବିତାର ପଦେ ପଦେ

ସ୍ବପ୍ନ ଭରୁଥିବୁ ପ୍ରଶ୍ନ ରଖିଯିବୁ

ପାଠକେ ପଢିବେ ମୁଗ୍ଧେ।


ଏତେ ପରାମର୍ଶ ଦେଇଦେଲି ସଖୀ

ମନ କରିବୁନୁ ଊଣା

ସବୁ କାର୍ଯ୍ୟେ ତୋତେ ମିଳୁ ସଫଳତା

ଦେଉଛି ପରା ପ୍ରେରଣା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍