ଆମ ଐତିହ୍ୟ
ଆମ ଐତିହ୍ୟ
1 min
319
ଗଙ୍ଗା
*****
ଗଙ୍ଗା ଏବେ
ଶୁଖିବାକୁଚାହେଁ
ଉଲ୍ଲାସ ନାହିଁ ତାର
ସେ ହେଲାଣି ବିଷାକ୍ତ
ଅନନ୍ତ କାଳରୁ
ଶିବଙ୍କ ଜଟାରୁ
ବୋହି ବୋହି
ଥକ୍କିଲାଣି ସିଏ
ହେଲାଣି ବିରକ୍ତ
ଧିରେ ଚିରନିଦ୍ରାରେ
ଶୋଇବାକୁ ଚାହେଁ
ନାରୀ ଓ ନଦୀ
ଉଭୟେ ସମାନ
ଅସ୍ତିତ୍ବ ତ ଐତିହ୍ୟ
କଳଙ୍କିତ ହେଲେ
ସେ ସ୍ଥାଣୁ ପାଲଟେ
ଅଣଲେଉଟା ଯାତ୍ରାରେ
ଆଉଥରେ ସ୍ୱର୍ଗକୁ ଲେଉଟି
ସେ ଶୁଖିବାକୁ ଚାହେଁ ...
ହଜିବାକୁ ଚାହେଁ...
