STORYMIRROR

Sudhir Kumar Panda

Others

3  

Sudhir Kumar Panda

Others

ଆମ ଐତିହ୍ୟ

ଆମ ଐତିହ୍ୟ

1 min
323

ଗଙ୍ଗା ଠାରୁ ଗୋଦାବରୀ ଥିଲା ଯେ ବିସ୍ତ୍ତୃତ

ଅଙ୍ଗ, ବଙ୍ଗ, କଳିଙ୍ଗର ସମାହାରେ ଖ୍ୟାତ।

ବିଶାଳ ଉତ୍କଳ ଦେଶେ ଉଡୁଥିଲା ଶିରୀ

ଅନନ୍ୟ ଐତିହ୍ୟରାଜି ଉତ୍ତୁଙ୍ଗ ଶିଖରୀ।


ସାହିତ୍ୟ ସଂସ୍କୃତି ଆଉ ଯେତେ ଲୋକାଚାର

ଶିଳ୍ପ, ସ୍ଥାପତ୍ୟ, ସଂଗୀତ ବିଶ୍ବେ ନାମ ତାର।

ଓଡିଆ ସାଧବ ପୁଅ ନାମ ଡାକବଜା

ଦେଶ ବିଦେଶରେ ଉଡାଇଲେ ଗର୍ବେ ଧ୍ବଜା।


କୋଣାର୍କ, ଲିଙ୍ଗରାଜ, ପୁରୀ ଶ୍ରୀମନ୍ଦିର

କାହିଁ କେତେ ଦେବାଳୟ, ଗାରିମା ଅପାର।

ଓଡିଆଙ୍କ ଜାନି ଯାତ ପୁନିଅଁ ପରବ

ମନରେ ଉଲ୍ଲାସ ଆଣି ପାଳିଥାନ୍ତି ସର୍ବ।


ଆଡିଷା,କାକରା,ମଣ୍ଡା ନାନା ଜାତି ପିଠା

ବିଭିନ୍ନ ପ୍ରକାର ଲୁଗା, ରଙ୍ଗ ରଙ୍ଗ ମଠା

ଦୋଳ,ରଥଯାତ୍ରା ମଗୁଶର ଗୁରୁବାର

ବିଭିନ୍ନ ଋତୁରେ ପର୍ବ ପ୍ରକାର ପ୍ରକାର।


ଏ ଭାବେ ଓଡିଆ ଜାତି ବହୁ ସମରଥ

ତାଙ୍କର ଧ୍ୟୈୟ ଅଟନ୍ତି ପ୍ରଭୂ ଜଗନ୍ନାଥ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda