STORYMIRROR

Sudhir Kumar Panda

Others

3  

Sudhir Kumar Panda

Others

ଆକାଶ ପ୍ରତି

ଆକାଶ ପ୍ରତି

1 min
247


ହେ ଆକାଶ ,

କରିଦିଅ ହୃଦୟକୁ ମୋର ତୁମପରି 

ଉଦାର, ପ୍ରଶସ୍ତ ଆଉ କିଛି କିଛି, 

ଧରିଅଛ ହୃଦେ ତୁମ ନକ୍ଷତ୍ର ଯେପରି ।


ହେ ଆକାଶ, 

ସଦା ବହେ ଦେହେ ତୁମ

ଶତ ସୂର୍ଯାଲୋକର ତରଙ୍ଗ

ମୋ ହୃଦୟ କାନଭାସରେ

ଆଙ୍କିଦିଅ ସୁଜ୍ଞାନର ରଙ୍ଗ। 


ହେ ଆକାଶ, 

ଫିଙ୍ଗି ତୁମେ ଜଳରାଶି, 

କରିଦେଇ ବର୍ଷା 

ଭିଜାଅ ଧରଣୀ, 

ମନୁ ମୋର ଫିଙ୍ଗି କଳୁଷିତ, 

ଭରିଦିଅ ହୃଦେ ମୋର

ସେହି ବୁଦ୍ଧ ବାଣୀ। 


ହେ ଆକାଶ,

ଶୁଣିଛି ମୁଁ ଭଗବାନ ସଙ୍ଗେ 

ଅଛି ବୋଲି ଆପଣଙ୍କ ଭାବ

କହି ତାଙ୍କୁ କରିଦିଅ ଏ ସମାଜ ପାଇଁ 

ଶାନ୍ତି, ମୈତ୍ରୀ ଆଉ ସଦଭାବ ।


ହେ ଆକାଶ, 

ଅଟ ଯେ ଅନନ୍ତ 

ସେପରି ଅନନ୍ତ କର

ଜିଜ୍ଞାସା ଓ ପିପାସା ମୋର 

ଭରିଦିଅ ଜ୍ଞାନ, ସଦକାମନାର ବୀଜ

ହୃଦୟରେ ମୋର।


ହେ ଆକାଶ, 

ଶେଷେ ମୋର ଏହି ଅଳି

ତୁମରି ପାଖରେ

ଯଦି ବା ନ କର ସୂର୍ଯ୍ୟ 

କରିଦିଅ ମିଞ୍ଜିମିଞ୍ଜି ଜଳୁଥିବା ତାରା

ରାତ୍ରୀରେ କିଞ୍ଚିତ ଆଲୋକ 

ଦେଇ ମୁଁ ତୁମକୁ 

ରହିଥିବି ଚୀରଦିନ 

ତୁମରି ବକ୍ଷରେ ....






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda