ଆଜିର ବିଦ୍ୟାଳୟ
ଆଜିର ବିଦ୍ୟାଳୟ

1 min

98
ଆଜି କାହିଁ
ଖାଁ ଖାଁ
ସେଇ ବିଦ୍ୟାନଗରୀ
ନା ଅଛି କୋଳାହଳ
ନା ଅଛି ଧାଁ' ଧପଡ଼॥
କାନ୍ଥର ଘଣ୍ଟା ଟା
ଅପେକ୍ଷାରତ
କୋଉଦିନ
ପିଟା ଖାଇ କରିବି
ଛୋଟ ଛୋଟ କଳିର
ମନଭରା ସ୍ଵାଗତ ॥
କଳାପଟା ଝୁରେ
ଚକ୍ ଡଷ୍ଟର ସାଥେ
ଶିକ୍ଷକର ହାତ
ସୁନ୍ଦର ଓ ରଙ୍ଗୀନ
ଅକ୍ଷର, ଚିତ୍ରରେ
ହୋଇଥାନ୍ତା ସଜ୍ଜିତ ॥
ସବୁଦିନର
ଛୋଟ କୋର୍ଟରେ
ଆଉ ବସୁନି ନ୍ୟାୟ
ଆଉ ଶୁଭୁନି ଏକ, ଦୁଇ
ପଣକିଆ ଘୋଷାଶବଦ
ବହିଖାତା ଓ କଲମ
ପରଶ ବିନା ଖାଁ ଖାଁ
ଲାଗେ ବିଦ୍ୟାଳୟ ॥