STORYMIRROR

Pradeep Bandha

Others

3  

Pradeep Bandha

Others

ଆହେ ଜଗନ୍ନାଥ

ଆହେ ଜଗନ୍ନାଥ

1 min
13.9K


କୈବଲ୍ୟ ହାଟରେ ଭିଡର ଯାତରା

ମୋ ପାଇଁ ନାହିଁ ରେ ବାଟ

ଅଭଡ଼ା ହାଟରେ ଭକତ ଗହଳି

ଭୋକରେ ଜଳୁଛି ପେଟ..

ତୋ ଡୋରୀ ଲଗାଇ ନ ନେଲୁରେ ନାହିଁ

କାହିଁ କରୁ ଛଟ ପଟ

ଆହେ ନୀଳଚକ୍ରି କାଳିଆ ସାଆନ୍ତ

ଏଇଠୁ ମୋ ଦଣ୍ଡବତ…

ସତରେ ଯଦି ମୋ ଭକତି ପଣରେ

କରୁଥିବି ପୂଜା ତୋର

କାହିଁ କେତେ ଦୂରୁ କରୁଛି ବିନତି

ଶୁଣ ପୁରୀ ଅଧିଶ୍ୱର…

ଅନ୍ଧକୁ ଦର୍ଶନ ଦେଲା ପରି ତୁମେ

ଦିଅ ଦରଶନ ମୋତେ

କି ଦେଇ ପୂଜିବି ଜାଣେ ନାହିଁ ମୁହିଁ

ଭିକ ମାଗେ ଶୂନ୍ୟ ହସ୍ତେ….

ପ୍ରଦୀପ ବନ୍ଧ


Rate this content
Log in