STORYMIRROR

Sudhir Kumar Panda

Others

3  

Sudhir Kumar Panda

Others

ଆବାହନ

ଆବାହନ

1 min
419


କବିତା ଆସୁ

କେବେ ପ୍ରେମରେ 

କେବେ ପ୍ରତାରଣାରେ 

କେବେ ପ୍ରତୀକ୍ଷାରେ

କେବେ ପ୍ରଣୟରେ। 


କବିତା ଆସୁ

କେବେ ଭାବରେ

କେବେ ଅଭାବରେ

କେବେ ସ୍ବଭାବରେ

କେବେ ପ୍ରଭାବରେ। 


କବିତା ଆସୁ

କେବେ ପ୍ରକୃତିରୁ

କେବେ ପ୍ରତିକୃତିରୁ

କେବେ ସ୍ବବୃତ୍ତିରୁ

କେବେ ନିବୃତ୍ତିରୁ। 


କବିତା ଆସୁ

କେବେ ମିଳନରୁ

କେବେ ବିରହରୁ

କେବେ ସରସରୁ

କେବେ ବିରସରୁ। 


କବିତା ଆସୁ

କେବେ ଛନ୍ଦରେ

କେବେ ସ୍ବଚ୍ଛନ୍ଦରେ

କେବେ ଦ୍ବନ୍ଦ୍ବରେ 

କେବେ ନିର୍ଦ୍ଵନ୍ଦରେ। 


କବିତା ଆସୁ

କେବେ ସଂଳାପରେ 

କେବେ ବିଳାପରେ

କେବେ ଅକ୍ଷରରେ

କେବେ ଅ କ୍ଷ ରେ। 


କବିତା ଆସୁ

ନିଃଶ୍ବାସ ଭଳି 

ବିଶ୍ୱାସ ଭଳି

ଝରଣା ଭଳି

ପରାଣ ଭଳି।


କବିତା ଆସୁ

ଭାବ ଭାଷାର 

କାୟା ବିସ୍ତାରି 

ତୁମରି ପରି 

ମୋରି ପରି। 


କବିତା ଆସୁ 

କବିତା ଆସୁ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda