STORYMIRROR

Debadatta Mishra

Classics

2  

Debadatta Mishra

Classics

ଈଶ୍ୱରଙ୍କ ପରି

ଈଶ୍ୱରଙ୍କ ପରି

1 min
136


ଯାହା କେବେ 

ସ୍ୱପ୍ନରେ ବି ଭାବି ନ ଥିଲି

ତାହା ଘଟିଥିଲା ସେଦିନ

ଯେବେ ଈଶ୍ୱରଙ୍କୁ ଭେଟିଥିଲି ଏକୁଟିଆ


ମୁଁ ମାଗିଲି

ହେ ଈଶ୍ୱର

ଦୁନିଆର ସବୁ ସୁଖ ମୋତେ ମିଳୁ

ସେ ଦେଖେଇଦେଲେ ତାଙ୍କ ହାତ

ମାଗିନେଲେ ମୋ ଭିତରର

କ୍ରୋଧ, ଘୃଣା, ହିଂସା, ଅସୂୟା ସବୁ

ଯା ,ଏବେ ସବୁ ସୁଖ ତୋର


ଯେବେ ପ୍ରେମ ମାଗିଲି 

ମୋ'ଠୁ ନେଇଗଲେ ସନ୍ଦେହ ଓ ଅବିଶ୍ୱାସ,

ମୋ ହାତରେ ଧରେଇଦେଇ ଚେନାଏ ବିଶ୍ୱାସ

କହିଲେ, ଏବେ ତୁ ପ୍ରେମଜୟୀ


ଖୁସି ମାଗିଲି ତ 

ଶିଖେଇ ଦେଲେ ହସିବା

ସ୍ୱପ୍ନ ମାଗିଲି ତ ଦେଖେଇଦେଲେ

କର୍ମର ପଥ

ଆଞ୍ଜୁଳା ଭର୍ତ୍ତି ଭଲପାଇବା ବଦଳରେ

ଛଡ଼େଇନେଲେ ମୋ ଟିକକ ଅହଂକାର


ହେ ଈଶ୍ୱର

ମୁଁ ଧୈର୍ଯ୍ୟବାନ ହୁଏ

ମୋ ଭିତରେ ଭରିଦିଅ

ଗଭୀର ଆତ୍ମବିଶ୍ୱାସ

ଶାନ୍ତମୁଦ୍ରାରେ ଟିକିଏ ହସିଲେ ଈଶ୍ୱର 

କହିଲେ, ଦେ ତୋ ମନର ଭୟକୁ

ଦେଖିବୁ

କେମିତି ଆସିଯିବ 

ପାହାଡ଼ ଚଢ଼ିବାର ଓ ସମୁଦ୍ର ଲଙ୍ଘିବାର ଆତ୍ମବିଶ୍ବାସ


ଈଶ୍ୱର ଉଭାନ ହେଲାପରେ 

ଚାରିଆଡ଼କୁ ଦେଖିଲି

ଶାନ୍ତ, ସ୍ନିଗ୍ଧ, କମନୀୟତାରେ

ଭରିଯାଇଛି ପରିବେଶ

ମୋ ଭିତରଟା ସାରା

ଖୁବ୍ ଉଜ୍ଜଳପଣ

ବୋଧହୁଏ

ମୁଁ ଦିଶୁଥିଲି

ଠିକ୍ ଈଶ୍ୱରଙ୍କ ପରି


       


Rate this content
Log in

More english poem from Debadatta Mishra

Similar english poem from Classics