Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

AJ creativity

Others


3  

AJ creativity

Others


ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

4 mins 200 4 mins 200

 ( ଏକ ବାସ୍ତବିକ ଅନୁତାପର କାହାଣୀ )


ସ୍କୁଲ କମନ ରୁମର ସାମ୍ନା ଉତ୍ତରପଟ କାନ୍ଥରେ ଝୁଲୁଥିବା କାନ୍ଥ ଘଣ୍ଟାରେ ସମୟ ଅପରାହ୍ନ ଚାରିଟା ବାଜିବା ମାତ୍ରେ, ପାଖ ବେଞ୍ଚରେ ଅଳ୍ପ ନିଦରେ ଘୁମାଉଥିବା ସ୍କୁଲ ପିଅନ (ଡାକ ଭାଇ)ଙ୍କ ହଠାତ୍ ନିଦ ଭାଙ୍ଗିଗଲା । ଇତସ୍ତତଃ ଭାବେ ଦୌଡ଼ିଯାଇ ବାରଣ୍ଡାରେ ଝୁଲୁଥିବା ସ୍କୁଲ ଘଣ୍ଟିରେ ଟିଣ ଟିଣ କରି ଚାରିଟା ବେଲ ମାରିଦେଲେ । ତାପରେ ଉକ୍ତ ଶ୍ରୀ ନିଳକଣ୍ଠେଶ୍ୱର ବିଦ୍ୟାପୀଠର ସମସ୍ତ ଛାତ୍ରଛାତ୍ରୀ ହରସ ମନରେ ଦୌଡ଼ି ଗଲେ ଯେ ଯା ବାଟରେ ନିଜ ଘରକୁ । କିନ୍ତୁ ମୁଁ ଆଉ ଆମେ କେତେଜଣ ସେଇ ହଷ୍ଟେଲରେ ହିଁ ରହୁ । ହଷ୍ଟେଲର ବାତାବରଣ, ଚାରିପାଖ ପ୍ରକୃତିର ସୁମଧୁର ସୁନ୍ଦର ପରିବେଶ ଭାରି ମନଲୋଭା । ଆଉ ପୁଣି ଦୂରଦୂରାନ୍ତରୁ ଆସିଥିବା ସହପାଠୀ ବା ବନ୍ଧୁମାନଙ୍କ ସରଳ ନିସ୍କପଟ ଭାବ ଓ ସମସ୍ତ ସାରମାନଙ୍କ ନିଷ୍ଠାପର ଶିକ୍ଷାଦାନ ବାସ୍ତବରେ ନିଆରା । ସ୍କୁଲ ଛୁଟି ହେବାପରେ ସ୍କୁଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିର୍ମିତ ସମସ୍ତ ନିତ୍ୟ ନୀତି ନିୟମ ଶାନ୍ତିପୂର୍ଣ୍ଣ ଭାବେ ସାରିଲୁ । ରାତ୍ର ଖାଇ ସାରିବା ପରେ ଦାୟିତ୍ୱରେ ଥିବା ପି.ଟି. ସାର (ଡ୍ରିଲ ଶିକ୍ଷକ), ଆମ ସମସ୍ତଙ୍କୁ ଡାକି ପ୍ରତିଦିନ ପରି ସେଦିନ ମଧ୍ୟ ମିଟିଂ ଆରମ୍ଭ କଲେ । ଅନେକ ଭଲମନ୍ଦ ଆଉ ଉପଦେଶମୂଳକ ଆଲୋଚନା ପରେ ଆଗକୁ ଥିବା ଗଣେଶ ପୂଜା ବାବଦରେ ବାର୍ତ୍ତାଳାପ ହେଲା । ସବୁ ବର୍ଷ ପରି ସେ ବର୍ଷ ମଧ୍ୟ କିଏ କେଉଁ କାମ କରିବେ ତାହା ଗୋଷ୍ଠୀ ଗୋଷ୍ଠୀ ଅନୁଯାୟୀ ଭାଗ କରାଗଲା । ଇତି ମଧ୍ୟରେ ଆମେ ପାଞ୍ଚଜଣଙ୍କୁ ସାରଙ୍କ ସହିତ ରହିବାକୁ କୁହାଗଲା । ଶେଷରେ ସାର କହିଲେ କାଲି ରବିବାର । ଏଣୁ ତମେ ପାଞ୍ଚ ଜଣ ମୋ ସାଥିରେ ରହିବ । ଅଫିସ ରୁମରେ ମୂଷାଗୁଡାକ ଚହଳ ମଚାଉଛନ୍ତି, ଏଣୁ ପାଞ୍ଚ ଜଣ ପାଞ୍ଚଟି ବାଡିଧରିଲେ ବାଶ କାମ ଖତମ୍ । ସମସ୍ତ ମୂଷାକୁ ମାରି ପୁରା ମୂଷା ବଂଶଟା ନିପାତ କରିଦେବା । ପରେ ମିଟିଂ ଶେଷ କରି ସମସ୍ତେ ଶୋଇଗଲୁ । 

     ପରଦିନ ସକାଳୁ ଉଠି ସମସ୍ତ ନିତ୍ୟକର୍ମ ସାରିବା ପରେ ସାର ଦେଇଥିବା କାମରେ ଲାଗିଗଲୁ । ଆମ ପାଞ୍ଚଜଣ ପାଞ୍ଚଟା ଠେଙ୍ଗା ସହିତ ସାର ମଧ୍ୟ ଗୋଟିଏ ଠେଙ୍ଗା ଧରି ବାହାରିପଡିଲେ । ତାପରେ ଆରମ୍ଭ କଲୁ ଅଫିସ ସଫେଇ । ମୁଁ ଯାଇ ଗୋଟିଏ ଆଲମାରୀର ଡୋରଟା ଖୋଲିବା ମାତ୍ରେ ଭିତରୁ ଗୋଟିଏ ମୂଷା ଫକ ପରା ମୋ ଉପରକୁ ଡେଇଁ କେଉଁଆଡେ ଛୁ ମାରିଲା । ପରେ ଆଲମାରୀ ଭିତରୁ ସବୁ ଅଫିସିଆଲ କାଗଜପତ୍ର ବାହାରକୁ ବାହାର କଲି । କିନ୍ତୁ ଏଇ କଣ ସବୁକିଛି ମୂଷା କାଟି ଛିନଛତର କରିଦେଇଥିଲା । ଚାରିଆଡ଼େ ଦେଖେ ତ ଅଫିସରେ ମୂଷାଗୁଡିକ ସାଲୁବାଲୁ ହେଉଥିଲେ । ଏସବୁ ଦେଖି ସାର ଅଡର ଦେଲେ ଗୋଟିଏ ମୂଷା ଯେମିତି ଖସି ନ ଯାଏ । ସମସ୍ତଙ୍କୁ ଗୋଡେଇ ଗୋଡେଇ ମାର । ଶେଷରେ ସେଇଆ ହିଁ ହେଲା । ଗୋଟିଏ ବି ମୂଷା ଯେମିତି ବାହାରକୁ ନ ଯାଏ ସେଥିପାଇଁ ଦୁଇପାଖ କବାଟ ବନ୍ଦ କରାଗଲା । ଚାରି କାନ୍ଥ ଭିତରେ ଦୀର୍ଘ ଦୁଇ ଘଣ୍ଟାଧରି ମୂଷା ଆଉ ଆମ ଭିତରେ ଚାଲିଲା ଘମାଘୋଟ ଲଢେଇ ।

    ମୂଷାମାନେ ଜୀବନ ବଞ୍ଚାଇବା ପାଇଁ ଆମ କବଳରୁ ଖସିଯିବାକୁ ଆପ୍ରାଣ ଚେଷ୍ଟା କରନ୍ତି । ଏପଟ ସେପଟ ଧାଁ ଧପଡ୍ ହୁଅନ୍ତି । କିନ୍ତୁ ସବୁ ପ୍ରୟାସ ଅସଫଳ ହୁଏ । ଯେମିତି ବାଘ ଆଗରେ ହରିଣୀ ଛୁଆ । ଶେଷରେ ଆମ ଠେଙ୍ଗା ପ୍ରହାରରେ ଗୋଟେ ଗୋଟେ କରି ସମସ୍ତେ ରକ୍ତାକ୍ତ ଜୁଡୁବୁଡୁ ଅବସ୍ଥାରେ ବଳିପଡନ୍ତି । 

 ମୋର କିନ୍ତୁ ଜ୍ଞାନଶୂନ୍ୟ ହୋଇଯାଇଥିଲା, ଅବାକ ହୋଇ ଅଚଳ ମୂର୍ତ୍ତି ପରି ହାତରେ ଠେଙ୍ଗାଟିଏ ଧରି ସେମିତି ଠିଆହୋଇ ସବୁ ଦେଖୁଥିଲି । ଏମିତି ଲାଗୁଥିଲା ଯେମିତି ସେମାନେ ବଞ୍ଚିବା ପାଇଁ ବିକଳ ହେଉଥିଲେ । ସାହାରା ପାଇଁ ରାହା ଖୋଜୁଥିଲେ । ଗଣାଧିପତି ମୁଷିକରାଜ୍ ଗଣେଶଙ୍କୁ ଯେମିତି ଜୀବନର ଭିକ୍ଷା ମାଗୁଥିଲେ । ଶେଷରେ ସବୁ ପ୍ରାର୍ଥନା ବିଫଳ । କେଇ ଘଣ୍ଟା ପାଇଁ ସମସ୍ତେ ନୃସସଂ ପାଲଟି ଯାଇଥିଲେ । ସେମାନଙ୍କ ଆକୁଳ ନିବେଦନ ଓ ବୁକୁଫଟା ଚିତ୍କାର ଯେମିତି କାହାରିକୁ ଶୁଭୁନଥିଲା । ଅଥଚ ଚେଁ ଚାଁ ଶବ୍ଦରେ ସମସ୍ତେ ବିବ୍ରତ ହେଉଥିଲେ । ଇତି ମଧ୍ୟରେ ସ୍ୱର୍ଯ୍ୟ ପଶ୍ଚିମ ଆକାଶ ଦେଇ ଅସ୍ତ ହେବାରେ ଲାଗିଲା । ସନ୍ଧ୍ୟାରେ ରାତିର ଅନ୍ଧକାରର ଅବରଣଟା ନୀଳ ଆକାଶରେ ଘୋଡ଼ି ହେବାକୁ ଲାଗିଲା । ମତେତ ଲାଗୁଥିଲା ବୋଧହୁଏ ଲମ୍ବୋଧର ଗଜାନନ ଶ୍ରୀଗଣେଶ ଶୂନ୍ୟ ଆକାଶରେ ଥାଇ ଏ ସବୁର ଦାରୁଣ କାହାଣୀ ସବୁ ଲକ୍ଷ୍ୟ କରୁଥିଲେ । ଏଇଥିପାଇଁ ତ କଲା କର୍ମର ସବୁ ଅନୁତାପ ଭୋଗିବାକୁ ପଡିଲା । 

     ସେଦିନ କାମ ସାରି ଆମେ ସମସ୍ତେ ଅଚିନ୍ତାରେ ଶୋଇଗଲୁ । ରାତି ପାହି ସକାଳ ହେଲା । ଏଥିସହ ଆମ ପୂର୍ବରୁ ଆକାଶ ଉପରକୁ ସୂର୍ଯ୍ୟ ଉଠିସାରିଥିଲେ । ମୁ ଶେଜରୁ ଉଠି ପ୍ରଥମେ ମୁହଁ ଧୋଇବା ପାଇଁ ଘରୁ ବାହାରକୁ ଯିବାକୁ ଚେଷ୍ଟାକଲି । କିନ୍ତୁ ଏଇ କଣ ମୋ ଗୋଡ଼ ଦୁଇଟି କିଛି ବି କାମ କରୁନି । ସତେ ଯେମିତି ଅଚଳ ହେବା ପରି ମାନେହେଉଛି । ଗୋଟିଏ ବି ପାଦ ଆଗକୁ ବଢ଼ାଇବା ଅସମ୍ଭବ ମନେହେଲା । ପାଦଟି ଉଠାଇବା ବେଳକୁ ଗୋଟିଏ ବଡ଼ ପାହାଡ଼ ଉଠାଇବା ପରି ଲାଗୁଥିଲା । ବହୁତ କଷ୍ଟେ ମସ୍ତେ ସକାଳ ନିତ୍ୟକର୍ମ ସାରିଲି । ଏକା ମୁଁ ନୁହଁ ଏ କାହାଣୀରେ ଭାଗିଦାର ଥିବା ଅନ୍ୟ ଚାରିଜଣ ସହ ପିଟି ସାର ମଧ୍ୟ ଏ ପଶ୍ଚାତାପର ଶିକାର ହୋଇଥିଲେ । ସମସ୍ତଙ୍କର ସମାନ ଅବସ୍ଥା, ଗୋଡସବୁ ଫୁଲିଯାଇଥିଲା । ପାଦେ ଘୁଂଚିବା ବହୁତ କଷ୍ଟ ହେବାରେ ଲାଗିଲା । ଯେମିତି ଅଚଳପ୍ରାୟଃ । ସେ ପୁରା ଦିନଟା ଏମିତି ଅବଚିନ୍ତ ଭାବରେ ବଞ୍ଚିବାକୁ ପଡିଲା ।

    ଶେଷରେ ଆମ ଦ୍ୱାରା ହେଇଥିବା ଜୀବହତ୍ୟା ପାପକର୍ମର ଭୁଲ ବୁଝିବା ପରେ ସମସ୍ତେ ବିଘ୍ନହର୍ତ୍ତା ଗଣାଧୀନାୟକ ଗଣେଶଙ୍କ ଶରଣାଧୀନ ହୋଇ ଭୁଲର ଭିକ୍ଷାପାଇଁ ପ୍ରାଥନା କଲୁ । ତତ୍ପରେ ପ୍ରଭୁ ଶ୍ରୀଗଣେଶଙ୍କ ଅଲୌକିକ କରୁଣାରୁ ଆମେ ସମସ୍ତେ ସମ୍ପୂର୍ଣ୍ଣ ସୁସ୍ଥ ଲାଭକଲୁ । 

     

   ଏ କାହାଣୀ ସମସ୍ତଙ୍କୁ ଗପ ଲାଗୁଥାଇ ପାରେ କିନ୍ତୁ ବାସ୍ତବିକ । ଲୋକଲୋଚନରେ ଏ ବାସ୍ତାବିକ କାହାଣୀ ଉପସ୍ଥାପନା କରି ଯଦି କାହା କାହା ମନରେ ଆଘାତ ଦେଇଥାଏ, ତେବେ ନିଜ ଆତ୍ମୀୟ ଭାବି କ୍ଷମା କରିବେ । 


ଜୟ ଶ୍ରୀଗଣେଶ...........



Rate this content
Log in