Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Others

3  

Prasant Kumar Nath

Others

ବୋଉ

ବୋଉ

3 mins
629


ବୋଉ ର ପଣତକଣିରେ ଟିକେ ମୁଣ୍ଡ ରଖି ଶୋଇ ପଡିଲେ କେତେ କାହିଁ ଶାନ୍ତି ମିଳେ । ଖାଇ ସାରିଲା ପରେ ମନ ଚାହୁଁଥାଏ ବୋଉ ଟିକେ ତାର ପଣତ କାନିରେ ମୁହଁ ପୋଛି ଦିଅନ୍ତାକି । ଛୋଟ ଥିଲା ବେଳେ ସିନା ବୋଉ ସବୁବେଳେ ନିଜର ପଣତ କାନିରେ ମୁହଁ ପୋଛି ଦେଉଥିଲା । କିନ୍ତୁ ବଡ ହୋଉ ବୋଉ ଠାରୁ ଦୂରେଇ ରହୁଥିଲା ବେଳେ ବୋଉର ହାତ ରନ୍ଧା,ବୋଉର ପଣତକାନିର ଛୁଆଁ ସବୁକିଛି ମନେ ପଡେ । ବଡ଼ ବଡ଼ ହୋଟେଲରେ ବସି ଖାଉଥିଲା ବେଳେ ବି ମନେ ପଡ଼ିଯାଏ ବୋଉର ହାତ ତିଆରି ରୋଷେଇ । ବୋଉର ହାତରେ କି ଯାଦୁ ରହିଥାଏ କେଜାଣି ଯେଉଁଥିରେ ହାତ ମରିଦେଲେ ତାହା ଯେମିତି ଅମୃତ ପରି ଲାଗେ ।

ସେଦିନ ମୁଁ ପ୍ରଥମ କରି ବାହାରକୁ ଯାଉଥାଏ । ବୋଉକୁ ଛାଡି ଯିବାକୁ ଜମା ଇଛା ହେଉନଥାଏ । ବୋଉର ମୁହଁକୁ ଚାହିଁଦେଲେ ଆଖିରୁ ବୋହି ଆସୁଥାଏ ଲୁହ । ବୋଉ ମଧ୍ୟ କାନ୍ଦି କାନ୍ଦି ତାର ମୁହଁ ଲାଲ ପଡ଼ି ଯାଇଥାଏ । ଏଇଟା ଖାଲି ମୋ ବୋଉର କଥା ନୁହେଁ । ଦୁନିଆର ସବୁ ବୋଉ ମନେ ହିଁ ଏମିତି । ପ୍ରଥମେ ପ୍ରଥମେ ରହିବାକୁ ଜମା ଇଛା ହେଉନଥାଏ । କିନ୍ତୁ ଅନ୍ୟ କିଛି ଉପାୟ ନଥାଏ । ରାତି ରାତି ଛାତ ଉପରେ ବସି କେତେ କାନ୍ଦିଛି । କେତେ ଝୁରିଛି ବୋଉକୁ । ବେଳେ ବେଳେ କେବେ କାହା ବୋଉର ସ୍ନେହ ଦେଖିଲେ ପାଦ ମୋର ଅଟକିଯାଏ । ଆଉ ଆଖି ଢାଳିଦିଏ କେଇ ବୁନ୍ଦା ଲୁହ ।

କିଛିଦିନ ପରେ ଘରକୁ ଫେରିଲି । ବୋଉର ଖୁସି କହିଲେ ନସରେ । ଘରେ ପହଞ୍ଚୁ ପହଞ୍ଚୁ ବୋଉ ଆରମ୍ଭ କରିଦେଲେ । ତୁ କିଛି ଖାଉନଥିଲୁକି ? ଶୁଖିକି ପୁରା କଳା କାଠ ପଡ଼ିଗଲୁଣି ? ପେଟ ପୁରା ପଶି ଯାଇଛି । ଦେହ ଭଲ ନାହିଁକି ? କିନ୍ତୁ ସେତେବେଳକୁ ମୋର ଓଜନ ୬୦ କେଜି । କିନ୍ତୁ ମୋ ବୋଉକୁ ମୁଁ ଶୁଖି ଗଲା ପରି ଦେଖା ଯାଉଥାଏ । ସବୁ ମା ମାନଙ୍କୁ ସେମାନଙ୍କ ସନ୍ତାନ ମନେ ଏମିତି ଲାଗନ୍ତି ବୋଧେ । ଜ ଧାନ ଗାଧୋଇ ଆ କଣ ଦିଟା ଖାଇଦେବୁ । ଗାଧୋଇ ସାରି ଫେରିଲା ବେଳକୁ ଏପଟେ ବଢା ସାରିଥାଏ କେତେ କାହିଁ ଖାଇବା । ପାଖରେ ବସି ବୋଉ ମୋର ବିଞ୍ଚି ଦେଉଥାଏ ଆଉ କେତେ କାହିଁ ସବୁ ଗପି ଯାଉଥାଏ । ଜଗା ଭଲନା ? ବଶି କଷ୍ଟ କାମ ନୁହେଁତ ? ତୋତେ କିଛି ଅସୁବିଧା ହେଉନି ତ ? ଏମିତି କେତେ କଣ । ତାପରେ ସଂଗେ ସଂଗେ ଲାଗି ପଡିଲା ମୋର ଜମା ପ୍ୟାଣ୍ଟ ସଫା କରିବାରେ ।

ପୁଅ ବିଦେଶ ଗଲା ପରେ ଘର ପାଇଁ ଯେମିତି ସେ କୁଣିଆ ପାଲଟି ଯାଏ । ବନ୍ଧୁଘରକୁ ଗଲା ପରି ଛଅ ମାସ ବର୍ଷରେ ଥରେ ଘରକୁ ଆସେ ପୁଣି ବୁଲି ବାଲିକି ଚାଲିଯାଏ । ସେମିତି କିଛି ଦିନ ପରେ ମୋର ମଧ୍ୟ ଛୁଟି ସରି ଆସିଲା । ସେତେବେଳକୁ ମୋ ବୋଉର ଦେହ ଭଲ ନଥାଏ । ତାକୁ ନେଇ ଡାକ୍ତରଖାନା ଗଲି । ଡାକ୍ତର ବାବୁ କହିଲେ ଆଡ୍ମିସନ କରିବା ପାଇଁ । ତା ଦେହରେ କଲେ ରକ୍ତ ନାହିଁ । ଅତାଧିକ ଚିନ୍ତା ଆଉ ମାନସିକ ଚାପ ରୁ ହିଁ ତାର ଏ ଅବସ୍ଥା । ଦୁଇ ଦିନ ସେଠାରେ ରହିବାକୁ କହିଲେ । ମୁ ସାଙ୍ଗରେ କିଛି ନେଇକି ଯାଇନଥାଏ । ରୋଗୀ ମାନଙ୍କ ପାଇଁ ବେଡ଼ର ସୁବିଧା ଥାଏ । ଆଉ ବେଡ଼ ପାଖକୁ ଲାଗି ଆଉ ଗୋଟାଏ ବେଞ୍ଚ । ରୋଗୀ ସାଥିରେ ଯେଉଁମାନେ ଆସିଥାନ୍ତି ସେହି ମନେ ରହିବା ପାଇଁ । ରାତି ହୋଇଗଲା । ଡାକ୍ତର ବାବୁ ବୋଉ ଦେହରେ ଗୋଟେ ସଲାଇନ ଲଗେଇ ଦେଇଥାନ୍ତି । ମୁଁ ସେହି ବେଞ୍ଚ ଉପରେ ବସି ଥାଏ ବସୁ ବସୁ କେତେବେଳେ ମୋର ଆଖି ଲାଗି ଯାଇଥାଏ । ଆଉ ନିଦ ଭାଙ୍ଗିଲା ବେଳକୁ ଦେଖିଲି ବୋଉ ମୋର ଠାରୁଛି କିନ୍ତୁ ତାକୁ ଘୋଡେ଼ଇ ହେବାକୁ ଦିଆ ଯାଇଥିବା ବେଡ଼ସିଟ ଟିକୁ ସେ ମୋତେ ଘୋଡେଇ ଦେଇଛି । ଉଠି ପଚାରିଲୁ ତୋର ଦେହ ଭଲ ନାହିଁ ଅଥଚ ତୁ ନିଜେ ନଘୋଡେଇ ହୋଇ ମୋତେ କଣ ପାଇଁ ଘୋଡେଇ ଦେଇଛୁ । ବୋଉ କହିଲା ଆରେ ତୁ ଶୀତରେ ଥରୁଥିଲୁ । ମୁଁ ମା ଟା ହୋଇ କେମିତି ଘୋଡେଇ ହୋଉ ଶୋଇ ଥାନ୍ତି କହିଲୁ । କଣ ଆଉ କହିବି ଖାଲି ଏତିକି ଭାବୁଥାଏ ମା ତୁ ମହାନ ।

ଦୁଇ ଦିନ ପରେ ଡିସଚାର୍ଜ କରିଦେଲେ । ଆଉ କହିଲେ ଘରେ ରେଷ୍ଟ କରିଦେବି । ଘରକୁ ଆସିଲା ପରେ ବୋଉକୁ କଷ୍ଟ ହେଉଥିଲେବି ମୋ ପାଇଁ ରୋଷେଇ କରି ଖାଇବାକୁ ଦିଏ । ରେଷ୍ଟ କରିବାକୁ କହିଲେ କୁହେ ଆରେ ମୋତେ ଶୋଇ ଶୋଇ ଆଉ ଭଲ ଲାଗୁନି । ଗୋଡ଼ ହାତ ଲାଗି ଯାଉଛି ଟିକେ ନଣ୍ଡ ଭଣ୍ଡ ହେଲେ ଟିକେ ଭଲ ଲାଗୁଛି । ଜରରେ ଥିଲେ ବି ମୁଁ ଟିକେ ଇଆଡ଼େ ସିଆଡେ ଚାଲିଗଲେ ମୋର ଡ୍ରେସ ମଧ୍ୟ ସଫା କାଟି ଦେଇଥିବ । ଯେତେ କହିଲେବି ଶୁଣିବନି । ସବୁବେଳେ ମୋ କାମରେ ଲାଗିଥିବ ।

*****

ପ୍ରଶାନ୍ତ କୁମାର ନାଥ

ସୁନ୍ଦରପୁର,ପ୍ରୀତିପୁର,ଯାଜପୁର


Rate this content
Log in