Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kumari Sagarika None

Others

1  

Kumari Sagarika None

Others

କପି

କପି

1 min
1.6K


ରାତି ପାହିଲେ ଇଣ୍ଟରନାଲ୍ ଏକଜାମ୍ l ଶନିବାର, ରବିବାର କଲେଜରେ ମେଲୋଡି ଚାଲିଥିଲା l ସେଥିପାଇଁ ଦୁଇ ଦିନ ପଢା ଜମ୍ମା ନାହିଁ କହିଲେ ଚଳେ l ସମସ୍ତେ ସ୍ଥିର କଲେ କପି ନେଇ ଯିବେ l ଗୋଠ ମାତିଲେ ଖଣ୍ଡିଆ ମାତିବା ନୀତିରେ ମୁଁ ବି ପୁଳାଏ କାଗଜ ଧରି ଗଲି l ପ୍ରଥମ ଅନୁଭବ ଜୀବନର l ନନା ବୋଉଙ୍କର ନୀତି ବାଣୀ ସବୁ ଭୁଲି ଯାଇଥିଲି ମୁଁ l ଛାତି ଥରୁଥାଏ l ମନରେ ଧରା ପଡିଯିବାର ଭୟ l ଅଧା ଘଣ୍ଟା ଯାଏଁ କିଛି ବି ଲେଖିପାରିଲିନି ମୁଁ l ପ୍ରଶ୍ନ ପତ୍ରକୁ ଏପଟ ସେପଟ କରୁଥାଏ ଯାହା l

ଅନେକ ସମୟରୁ ଇନଭିଜିଲେଟର୍ ମୋତେ ଲକ୍ଷ୍ୟ କରୁଥାଆନ୍ତି ମୋତେ l ସେ ନନା ବୋଉଙ୍କର ସାଙ୍ଗ l ମୋତେ ବି ଜାଣନ୍ତି ଭଲ ଭାବରେ l ପାଖକୁ ଆସି କହିଲେ,‘ପାଖରେ ଯେଉଁ କାଗଜ ସବୁ ରଖିଛୁ ତା’କୁ ମୋତେ ଦେଇ ଦେ l ତା’ପରେ ଯାହା ଆସୁଛି ଲେଖ୍ l’ ମୁଁ ଚୁପଚାପ୍ କାଗଜ ସବୁ ମୋ ଜିନ୍ସ୍ ପକେଟରୁ ବାହାର କରି ସାରଙ୍କ ହାତରେ ଧରେଇ ଦେଲି ଓ ବଳକା ସମୟରେ ଅଶି ଶତକଡା ପ୍ରଶ୍ନର ଉତ୍ତର ଲେଖି ପାରିଥିଲି l


Rate this content
Log in