Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଭାଗ୍ୟ
ଭାଗ୍ୟ
★★★★★

© Meenakshee Dash

7 Minutes   368    19


Content Ranking

ମମତା ବସି ଥାଏ । ହଟାତ ଗାଁ ସାହି ମୁଣ୍ଡରୁ ଜୋର ଜୋର ଶବ୍ଦ ଶୁଭାଗଲା ।ପରୀକ୍ଷା ମୁଣ୍ଡ ଉପରେ ତେଣୁ ଶବ୍ଦକୁ ଖାତିର ନ କରି ପଢ଼ାରେ ଦୟାନ ଦେଲା । ଅଗଣାରେ ବସି ଥାଏ , ୪ -୫ ଜଣ ଲୋକ ପାଟି କରି ଆସୁଥାନ୍ତି ,ହେ ଦୌଡ଼ି ଆସରେ କିଏ କୋଉଠି ଅଛ ଦୌଡ଼ି ଆସ। ବାପା ଖଳା ରେ ଧାନ ସୁଖାଉଥିଲେ ।ଗାଁ ଲୋକଙ୍କ ପାଟି ଶୁଣି ଧାଇଁଲେ , ମୁଁ ବି ବାପାଙ୍କ ପଛରେ ଧାଇଁଇଲି । ଗାଁ ର ଶେଷ ମୁଣ୍ଡରେ ଥିଲା ବାର ଗଛ । ଆଉ ସେ ବର ଗଛରେ ଝୁଲୁଥିଲା ରୋନି ର ଶବ। ରୋନି ଆମ ଗାଁ ସନିଆ ମଉସାଙ୍କ ଝିଅ । +୨ ପଢୁଥିଲା ତାର ପରୀକ୍ଷା ବି ଭଲ ଯାଉଥିଲା ।କହୁ ଥିଲା ନାନୀ ମୁଁ ଏଠି ପଢ଼ିବିନି ଭୁବନେଶ୍ୱର ଚାଲିଯିବି ।ସେଠି ବଡ କଲେଜ ରେ ପାଠ ପଢ଼ିବି ।ବଡ ଚାକିରୀ କରିବି ।ମୋ ବାପା ଆଉ ପର ଘରେ ମୂଳ ଲାଗିବେନି ,ଦେଖିବା ଚାକିରୀ କରି ତାଙ୍କୁ ମୋ ପାଖକୁ ନେଇଯିବି ।ସବୁ କଥା ମୋ କାନରେ ଠୋ ଠୋ ହେଇ ବାଜୁଥାଏ । ଯେମିତି ସେ ଏବେ ଠିଆ ହେଇ ମତେ କେତେ କଣ କହିଯାଉଛି ,ଏତେ ବଡ ବଡ ସ୍ବପ୍ନ ଦେଖୁ ଥିବା ଝିଅ ଆଜି ନିଜେ କାହା ପାଇଁ ସ୍ବପ୍ନ ସାଜିଗଲ ।ବାପା ର ଦୁଃଖ ଦୂର କରିବ କହି ଆଜି ଏକା କରି ଚାଲିଗଲା । ହେଲେ କାହିଁକି ।ହଟାତ ପଛ ଆଡୁ ପୁଲିସ ଦଦୀର ହର୍ନ ମୋର ସବୁ ଭାବନା କୁ ମୁକ୍ତ କରି ଦେଲା । ସାଇଟ ସାଇଟ ଶବକୁ ହାତ ଲଗାଅନି ।କିଛି ଲେଡି କନେଷ୍ଟବଳ ଶବକୁ ତଳକୁ ଆଣିଲେ ।ଦେହ ରେ କିଛି ଜାଗା ଖଣ୍ଡିଆ ଖାବରା ହେଈଛି । ତୁମେ କିଏ । ଆଜ୍ଞା ମୁଁ ତା ବାପା , ଶୁଣ ତୁମ ଝିଅ ର ରେପ ହେଈଛି । ଆଜ୍ଞା ସେଟା କଣ ।ତୁମ ଝିଅ କୁ ଧର୍ଷଣ କର ଯାଇଛି ,ଯାହା ତା ଖଣ୍ଡି ଖାବରା ରୁ ଜଣ ଯାଉଛି । ପୋଷ୍ଟମୋଟମ ରିପୋଟ ଆସିଲା ପରେ ଯାହା ଜଣା ପଡିବ । ଏହା କହି ରୋନି କୁ ନେଇ ଚାଲିଗଲେ ।ଏକଥା ଶୁଣି ଗାଁ ଲୋକ ଆରମ୍ଭ କରି ଦେଲେ ତହିଁ ଟାପରା,କାରଣ ଧର୍ଷଣ କଥା ହୁଏତ ସବୁ ଜାଣିଥିଲେ । ଜାଣିବେନି ବା କେମିତି ସେ କାଉନସଲର ର ପୁତୁରା ରଖେଇ ବସେଇ ଦେଉନଥିଲା ଗାଁ ଝିଅ ବୋହୁ ଙ୍କୁ ।ଟାଣ ଓଟରା କରିବା,ରାସ୍ତାରେ ଗଲା ଆସିଲା ବେଳେ ଝିଅ ବୋହୁ ଙ୍କୁ କମେଣ୍ଟ ମାରିବା ତାର ନିତିଦିନିଆ କଥାଥିଲା ।ହେଲେ ମୁହଁ ଖୋଲିବାକୁ କାହାର ସାହସ ନଥିଲା ।ଖଟି ଖିଆ ମୁଲିଆ ଲୋକ କୋଉଠୁ ବା ସାହସ ପାଇବେ ନାମଜାଦା ତହସିଲଦାର ସହିତ ଲାଗିବାକୁ । ନେତା ମନ୍ତ୍ରୀ ସବୁ ତା ପାକେଟ ରେ ।ରୋନି ଛୋଟ ଟି ବେଳୁ ତା ମକୁ ହରେଇଛି ।ଦେଖିବାକୁ ସୁନ୍ଦରୀ ଟିଏ ।ଯେତିକି ଦେଖିବାକୁ ସୁନ୍ଦର ସେତିକି ବୁଦ୍ଧିମତି ଵି । ତା ଜନ୍ମ ପରେ ତା ମା ଚାଲିଯିବାରୁ ,ଗାଁ ଲୋକ କହିଲେ ଅଭାଗିନୀଟା ଜନ୍ମ ନଉ ନଉ ମା କୁ ଖାଇଲା ।ଘର ସମ୍ପତି ଯାହା ଥିଲା ବାପା ତାର ଚିକିସ୍ୟା ରେ ଖର୍ଚ କରିଦେଲା ।ଛୋଟ ଟେ ବେଳୁ ଶ୍ୱାସ ରୋଗ ହେଲେବି ସେ ସବୁ କୁ ଖାତିର କରେନା ,ଜୀବନ ଠୁ ଅଧିକ ତା ଝିଅ କୁ ସେ ଭଲ ପାଏ । ଆଉ ରୋନି ଵି ତା ବାପାର ଦୁଃଖ ବୁଝି ପାରେ । ବୟସ ବଢିବା ସଂଗେ ସଂଗେ ଆହୁରି ଉଜ୍ବଳ ଓ ଦିପ୍ତିମଇ ଲାଗୁଥିଲା । ହେଲେ ଏ ଭାଗ୍ୟତା ଖରାପ ଅଭାଗୀ ଏସବୁ ର ମାନେ ବୁଝି ପାରୁନଥିଲା ।ଦିନେ ତା ବାପା କୁ ପଚାରିଲା ବାପା ଲୋ ଏ ଭାଗ୍ୟ ତା କଣ ?ସବୁ କହୁଛନ୍ତି ତୋ ଭାଗ୍ୟ ଟା ଖରାପ ,ଜନ୍ମ ହେଲୁ ମା କୁ ହରେଇଲୁ ,ଲକ୍ଷ୍ମୀ ଛଡା କଲୁ ।ମୁଁ କଣ ସତରେ ଅଭାଗିନୀ ।ଝିଅ ର ପ୍ରଶ୍ନ ଶୁଣି ସନିଆ ମଉସା ଚୁପ ରହିଲା ହେଲେ ରୋନି ଏକଜିଦିଆ ଥିଲା କହୁନୁ ବାପା ,କହ। ଶୁଣ ଏ ଭାଗ୍ୟ ମଣିଷର ନିଅତି ,ମଣିଷ ଭାଗ୍ୟରେ ଯାହା ଲେଖା ଥାଏ ତାକୁ ଭୋଗିବାକୁ ପଡେ ।ମୋର ଆର ଜନ୍ମରେ କିଛି କର୍ମ ଥିବ ଆଉ ତୁ ସେଥିରେ ଭାଗିଦାର ଥିବୁ ତେଣୁ ଆମକୁ ଏ ଜନ୍ମରେ ଭୋଗିବାକୁ ପଡୁଛି ।ହେଲେ ବାପା ଏ ଭାଗ୍ୟ ଲେଖେ କିଏ ।ଠାକୁର ସେ ଉପର ଵାଲା ଯାହା ପାଖରେ ସବୁର ଟିକି ନିକି ହିସାବ ଥାଏ ।

ତାହେଲେ ବାପା ଭୁଲ କାମ କରିଥିବା ଲୋକ ମାନକୁ କି ଅଭାଗୀ କହୁନଥାନ୍ତି ।ଆଜି ସେମାନେ ଖରାପ କାମ କରୁଛନ୍ତି ଆର ଜନ୍ମରେ ବି ସେ ଅଭାଗୀ ହେବେ ଠିକ ମୋ ଭଳିଆ । ମୁ ଆଉ ଏ ଜନ୍ମରେ ଖରାପ କାମ କରିବିନି ।ପଢିକି ବଡ ମଣିଷ ହେବି ଆଉ ସବୁ ଦୁଃଖ ତୋର ଦୂର କରିବି ,ତାପରେ ମତେ କେଇ ଆଉ ଅଭାଗିନୀ କହିବେ ନି । ସନିଆ ମଉସା କାନ୍ଦି ପକେଇ କୋଳି ନେଲା

ରୋନି କୁ ହେଲେ ଆଜି ଆଉ ରୋନି ନାହିଁ ।ଆଉ ରହିଲା ଧର୍ଷଣ କଥା ।ଗାଁ ଲୋକଙ୍କ ଆଗରେ ରାଣୀକୁ ଟାଣି ନେଇ ଚାଲିଗଲା ।ସେ ବଦମାସ ଅଭଦ୍ର କୁଳାଙ୍ଗାର କାଳିଆ ଟା ,ତାହାକୁରାଙ୍କର ନ ସିନା ପାଇଛି ହେଲେ ସବୁ କାମ ଟା ରାକ୍ଷସ ପ୍ରବୃତ୍ତିର ।କଲେଜ ଗଲା ବାଟରେ ରୋନି ଆଉ ତଭଳି ଅନେକ ଝିଅ ମାଙ୍କୁ ଟାଣ ଓଟରା କରିବା ଆଉ ଲୁଗା ଭିଡି଼ ବା ନୀତିଦିନିଆ କାମ ।କିନ୍ତୁ କିଛି ଉତର ଦଉଥିଲେ ଆଉ କିଛି ଚୁପ ରହୁଥିଲେ ,କିନ୍ତୁ ରୋନି ଥିଲା ଶିକ୍ଷିତା ତେଣୁ ଏସବୁ ସେ ସାହିବନୀ ବୋଲି ଦିନେ ଟା ଗଲା କୁ ଜୋର ସେ ତା ଗାଲକୁ ଚାପୁଡ଼ାଟିଏ ମାରିଥିଲା ,ମୁଁ ବି ତାସାଙ୍ଗରେ ଥିଲି ହଟାତ ଚମକି ପଡିଲି କୁନି ଝିଅଟେ ଥିଲା ସିନା କିନ୍ତୁ ସାହସ ତାର ଅସୀମ ।କାଳିଆ ନାଲି ଆଖିରେ ଚାହିଁ ରହିଥିଲା ଆମ ଦୁହେଁକୁ ଯେମିତି ଗୋଟା ଖାଇଯିବ ।ହେଲେ ରୋନି ର ଜମା ଭୟ ନଥିଲା କାରଣ ସେ ଜାଣିଥିଲା ଖରାପ କାମ କରିନି ,ତେଣୁ ସେ ଆଉ ଅଭାଗିନୀ ହବନି । କିନ୍ତୁ କାଳିଆ ଯେମିତି ତମ୍ପ ସାପ ଭଳି ଫଁ ଫଁ ହଉଥିଲା ,ପ୍ରତିଶୋଧ ନିଆଁ ରେ ସେ ଯାଉଥିଲା ତେଣୁ ଦିନେ କଲେଜ ରୁ ଫେରିବା ବାଟରେ ରୋନି କୁ ସେ ଗାଁ ଶେଷ ମୁଣ୍ଡରେ ସେ ଭିଡି ଧରିଥିଲା ।ଗାଁ ର ପ୍ରାୟ ସବୁ ଲୋକ ଥିଲେ କିନ୍ତୁ ସମସ୍ତେ ନିଜ ନିଜର ସୁରକ୍ଷା ଚିନ୍ତା କରୁଥିଲେ ,ସନିଆ ମଉସା ବିଲରେ ଥାଏ ଟପାଖେ ଖବର ପହଞ୍ଚୁ ପହଞ୍ଚୁ ସବୁ ଶେଷ ହେଇଯାଇଥିଲା ।ସେ ରାକ୍ଷସାତ କ୍ଷୀଣ ଭିନ କରି ଦେଇଥିଲା ତା ଶରୀରକୁ ।ଏତେ କ୍ଷତାକ୍ତ କରିଦେଇଥିଲାଯେ ତା ଶରୀରକୁ ତାହା ଆଖି ଦେଖିଲେ ସହିବନୀ । କିନ୍ତୁ ତା ପରେବି ତା ମନ ପୁରିନଥିଲା ଯେ ସନିଆ ମଉସାଙ୍କର ଦୁଇ ବଖରା ଘରକୁ ଜାଳି ପୋଡି ପାଉଁଶ କରି ଦେଲା ।ରୋନି ବି ଭାଙ୍ଗି ପଡ଼ିନଥିଲା କାଳିଆ ନାଁରେ ଏସ ପି ଅଫିସ ରେ କେଶ ମଧ୍ୟ କରିଥିଲା ।ଆରେଷ୍ଟବି ହେଲା ।କିନ୍ତୁ ବଡ଼ଲୋକ ତେଣୁ ସବୁଦୋଷ ରୋନି ଉପରକୁ ଦିଅ ଦଳ ଗାଁ ର କିଛି ଖାଲ ପ୍ରକୃତି ର ଲୋକ ଟଙ୍କା ଲୋଭା ରେ ସାକ୍ଷୀ ଦେଲେ ।କଲେ ରୋନି ନିଜ ଇଚ୍ଛାରେ ନିଜ ଦେହ କୁ ବିକ୍ରି କରିଥିଲା ।ଟଙ୍କା ନମିଳିବାରୁ ସେ କାଳିଆ ନାଁରେ କେଶ କରିଥିଲା ।ଗୋଟେ ନାଅଧେ କେତେ ଟୋକାଙ୍କ ସାଙ୍ଗରେ ଲଟର ପଟର ସେ ଝିଅ ର ।ପଢୁଆ ଝିଅ ଟ ଟୋକାଙ୍କୁ ଧରି ମାଦୋନ ହଉଥିଲା ।କାଳିଆ ଯେତେ ଖରାପ ଥାଉ ସେ ଧର୍ଷଣ କରିବ ରେ ଗରିବ ମୁଲିଆ ଝିଅ କୁ ଯା ବା ।ରୋନି ସେଦିନ ସତରେ ଭାଙ୍ଗି ପଡିଥିଲା ଆଉ ସ୍ଵପ୍ଣବି ।ହୁଅତ ତା ପରିଣତି ସେ ଆଜି ଗାଁ ବରଗଛରେ ଏମିତି ଝୁଲିଥିଲା ।ଘର ବଖରା ଜଳିଗଲା ଖାଇ ବାକୁ ମିଳିଲାନି ।ଘର ଘର ବୁଲି ପେଟ ପୋଷୁଥିବା ବାପା କୁ ଭିକ ଗଣ୍ଡେ ଦେଲେନି ।ସେ ପୁଣି କଣ ବା କେଶ କରିବ ।କିଛି ଲୋକ କହିଲେ ଭାଗ୍ୟ ଖରାପ ଝିଅ ତାର ଯେବେଠୁଁ ଜନ୍ମ ପାଇଛି ।ଖାଲି ଦୁଃଖ ହିଁ ସାଥିରେ ଆଣିଛି ।ତା ପାଇଁ ତା ବାପା କଣ ବା ନ ସହିଲା ।ସତରେ ଲୋ ଭାଗ୍ୟ ଖରାପ ଥିଲେ ସୁନା ମୁଣ୍ଡା ବି ପିତଳ ସାଜି ଯାଏ ,ଏଇଭଳି ଟାହି ଟାପରା ରେ କିଛି ଦିନ ବିତି ଗଲା ।ସବୁ ନିଜ ନିଜ ବାଟରେ ଚାଲିଗଲେ କିଛି ଦିନ ଗଲାପରେ ସନିଆ ମଉସା ଝିଅ କୁ ହରେଇବା ର ଯନ୍ତ୍ରଣା ସହିନପାରି ପାଗଳ ହେଇଗଲେ ।ଦିନେ ବାଟ ରେ ଆସିଲାବେଳେ ସନିଆ ମଉସାଙ୍କୁ ଦେଖିଲି ସେ ବରଗଛ ମୂଳେ ।ପାଖରେ ଯାଇ ବସି ଟିଫିନଟିକୁ କାଢି ମଉସାଙ୍କୁ ଖାଇବାକୁ ଦେଲି ।ହେଲେ ଏତେଦିନ ହେଲା ଭୋକିଲା

ମଣିଷଟା ଭୋକକୁ ଭୁଲି ଠୋ ଠୋ ହେଇ ହସିପକେଇଲା।ଯେମିତି ତା ଭାଗ୍ୟ ର କଷ୍ଟ ତା ଭୋକଟାକୁ ଯେମିତି ମାରିଦେଇଛି ।ପୁଣି କ୍ଷଣିକରେ ଭୋ ଭୋ ହେଇ କାନ୍ଦି କହିଲା ମୋ ଝିଅ ଏ ଭାଗ୍ୟ ଚାପରେ ଦବି ମାରି ଗଲା ଯଦି ଭାଗ୍ୟ ତା ଏତେ ବଡ କର୍ମ ତାହେଲେ କଣ ।ମୁ ମଉସାଙ୍କୁ ତୁନି କରି କହିଲି । ଜାଣିଲି ସେ ପାଗଳ ହେଇ ନାହାନ୍ତି ,ଏ ଦୁନିଆ ତାଙ୍କୁ ପାଗଳ କରିଦେଇଛି ।ଟଙ୍କା ଭାଗ୍ୟ ନୁହେ ଏ ଗାଁ ଲୋକ ତାଙ୍କୁ ଆଜି ଭକରି ସଜେଇ ଦେଇଛନ୍ତି ।ଆଉ କିଛି ନକହି ତାଙ୍କ ବଗେ ରେ ବଞ୍ଚିଥିବା ଟିଫିନ ପୁରେଇଲା ବେଳେ ଗୋଟେ ଚିଠିଟିଏ ପାଇଲା ,ଏତ ରୋନି ର ଲେଖା ।ବେଳେ ଅଧେ ସେ ମୋ ନୋଟ ଲେଖି ଦିଏ ବୋଲି ମୁ ତା ହାତ ଲେଖା ଯାଇପାରୁଛି ,ଚିଠି ଟିକୁ ପଢିବାକୁ ଇଚ୍ଛା କଲା । ଚିଠିଟିରେ ଲେଖା ଥିଲା ବାପା ମୁଁ ଜାଣିଚି ମୁଁ ଗଲେ ତୁମେ ଭାଂଗିଯିବ ,କିଛି ଦେଇପାରିଲିଣି ତୁମକୁ ।ଅନେକ ସ୍ବପ୍ନ ଦେଖିଥିଲି ଯାହା ସ୍ୱପ୍ନରେ ରହିଗଲା ।ସେ କାଳିଆଟା ସବୁ ସାରି ଦେଲା ।ହେଲେ ବି ହରନଥିଲି ପ୍ରଥମ ଯନ୍ତ୍ରଣା କୁ ସହି ଠିଆ ହବାକୁ ଚେଷ୍ଟା କଲା ବେଳେ ପୁଣି କଲି ରାତିରେ ସେ କିଛି ଟୋକାଙ୍କୁ ଧରି ଆସି ମୋ ଶରୀର ନୁହେ ମୋ ଆତ୍ମତକୁ କ୍ଷୀଣ ବିନ କରିଦେଲା ।ଦେହ ଭିତରେ ଅନେକ ଯନ୍ତ୍ରଣା ହେଲା ।ପିଇଥିବା ମଦ ବୋତଲ ସାହାଯ୍ୟରେ ଯୌବନ ର ସବୁ ରଙ୍ଗକୁ ଲାଲ ରଙ୍ଗରେ ଧୋଇଦେଲା ।ଜିଅନ୍ତା ସବା ହୋଇ ବଞ୍ଚି ପାରିବିନି ସେଥି ପାଇଁ ଏଇ ପଦକ୍ଷପ ନେଲି ।ଆର ଜନ୍ମରେ କି କର୍ମ କରିଥିଲି ଏ ଜନ୍ମରେ ମୋ ଭାଗ୍ୟ ମତେ ଶାସ୍ତି ଦେଲା ।

ସେ କାଳିଆଟା ପାପ କର୍ମ କରିଚାଲୁ ସେ ଆର ଜନ୍ମରେ ଅଭାଗୀ ହବ ତୁ କହିଥିଲୁ ନ ଠାକୁର ସବୁ ହିସାବ କିତାବ କରନ୍ତି ।ସେ ଠାକୁର ତା ହିସାବ କରିବେ ଆଉ ତା ଭାଗ୍ୟ ଟାକୁ ଶାସ୍ତି ଦବ ।ମୁଁ ଭଗବାଙ୍କ ପାଖକୁ ଯାଉଛି ତା ବାକିତକ ହିସାବ ତାଙ୍କୁ ଜଣେଇବା ପାଇଁ ।ଆମ ଗାଁ ସହୂ ମଉସା ଝିଅ ସେଦିନ କାଳିଆ ମଦ ନିଶାରେ ଟାକୁ ଭିଡି ଆଣି ତା ସହିତ ଖରାପ କାମ କଲା ।ମୁଁ ତାଙ୍କୁ କହିଲି ପୁଲିସି ରେ ଖବର ଦେବା ପାଣି କିନ୍ତୁ ସେ ମନ କଲେ କହିଲେ ପୁଲିସ ରେ ଖବର ଦେଲେ ସବୁ ଉଜୁଡି ଯିବ ,ମଉସା ଭାଙ୍ଗି ଯିବେ ।ତାହା ଭାବି ସେ ତୁନି ରହିଲା ।ଏ ଭଳି ଅନେକ ଝିଅଙ୍କର ଜୀବନ ନଷ୍ଟ କରି ସେ ଖୋଲା ଆକାଶରେ ଘୁରି ବୁଲୁଚି ତା ଶାସ୍ତି ତାକୁ ନିଶ୍ଚିତ ମିଳିବ ।ମୁଁ ଯାଉଛି ଆର ଜନ୍ମରେ ତୋ କୋଳକୁ ଲକ୍ଷ୍ମୀ ହେଇ ଆସିବି ।ମମତା ର ଚିଠି ପଢି ତା ପାଦ ତଳୁ ମାଟି ଖସିଗଲା ଆଉ ଚିଠି ଟିକୁ ଚିରି ଫୋପାଡ଼ି ଦେଲା ।କାରଣ ସେ ଚିଠିରେ ଲେଖା ହେଇଥିବା ଝିଅ ମମତା ହିଁ ଥିଲା ।ମମତା ଏତିକି ବିଝିସାରିଥିଲା ଭାଗ୍ୟ ଆର ଜନ୍ମ କର୍ମ ନୁହେଁ ବର୍ତମାନ କୁ ନେଇ ଗାଢ଼ ହୁଏ ।ମୁଁ ମୋ ଭାଗ୍ୟ କୁ ଚୁପ ରହି ଗଢିବାକୁ ଚାହିଁଲି ।ଆଜି IAS ପଋଖା ଫଳ ବାହାରିଛି ଆଉ ମୁଁ କଲେକ୍ଟର ମମତା ସାହୁ ।ଯଦି ସେଦିନ ମୁଭି ରୋନି ଭଳି ମୁହଁ ଖୋଲି ଥାନ୍ତି ।ତାହେଲେ ମୁଭି ଅଭାଗୀ ମମତା ହୋଇଥାନ୍ତି ।କିନ୍ତୁ ତା ମାନେ ନୁହେଁ ସେ କାଳିଆଟା କ୍ଷମା ଯୋଗ୍ୟ ।ପରିସ୍ଥିତି ମଣିଷକୁ ବାଟ ଦେଖାଏ ।ମତେ ମୋ ପ୍ରସ୍ତିତି ମୋ ଭାଗ୍ୟ ଗଢିବାକୁ ବାଧ୍ୟ କଲା ।ନହେଲେ ମୁଁ ବି ସାମାନ୍ୟ ଝିଅ ମମତା ହେଇ ରହିଥାନ୍ତି ।ସେ ଦିନର ଧର୍ଷଣ ମୋ ଭାଗ୍ୟ ବଦଳେଇ ଦେଲା ।ଆଜି କାଳିଆ ନାଁରେ ଆହୁରି ବି କେଶ ଚାଲିଛି ଏ ଥର ସେ ଅଭାଗା ହବ ।ଆଉ କୋଉ ଝିଅ ଅଭାଗିନୀ ନୁହେଁ ।କାରଣ ଆଜି ପରିସ୍ଥିତି ଓ ଭାଗ୍ୟ ସବୁ ମୋ ସପକ୍ଷରେ ।ଚିଠି ଟିକୁ ଚିରି ଦେଲି କାରଣ ନ୍ୟାୟ ସବୁ ବେଳେ ପ୍ରମାଣ ମାଗେ ।ଭାଗ୍ୟ କେବଳ କର୍ମ ମାଗିଥାଏ । ଆଉ କାଳିଆ ର କର୍ମର ଚିଠା ମୋ ପାଖରେ ଥିଲା ।ସେଦିନର ମମତା ଚୁପ ରହିଥିଲା ହେଲେ ଆଜିର ଏ କଲେକ୍ଟର ମମତା ସାହୁ ଚୁପ ରହିବନାହିଁ ।ସେ ନିଜ ଭାଗ୍ୟ ନିଜେ ଗଢ଼େ ଗଢ଼ିବ..

ବର ଗଛ ଧର୍ଷଣ ଅଭାଗିନୀ

Rate the content


Originality
Flow
Language
Cover design

Comments

Post

Some text some message..