Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra Kumar Behera

Others

0.9  

Rabindra Kumar Behera

Others

ପ୍ରତ୍ୟାବର୍ତ୍ତନ

ପ୍ରତ୍ୟାବର୍ତ୍ତନ

3 mins
7.6K


ଅଗତ୍ୟା ଗୋଟେ ଦିନ ଚାରଣ ବାବୁ ବିଚାର କଲେ ନିଜ ସହରକୁ ଫେରିଯିବା ପାଇଁ | ଅନ୍ୟ ଏକ ଦୂରାନ୍ତ ସହରରେ ଆସି ଗୁଡ଼ାଏ ଦିନ ହେଇ ଗଲାଣି | ଏ ସହରକୁ ଆସିଥିଲେ କାର୍ଯ୍ୟ ସନ୍ଧାନରେ | ଚାକିରୀ ମିଳିଲା, ଭଲ ରକମର ଦରମା ବି ପାଇଲେ | ହେଲେ କାଇଁ କେଜାଣି ମନଟା ସବୁବେଳେ ଆଉଟୁ ପାଉଟୁ ହେଉଥାଏ | ଯେତେ ହେଲେ ଅଜଣା ଜାଗା | ବହେ ଦେଖୁ ଦେଖୁ ୟା’ ଭିତରେ ପାଞ୍ଚ ବର୍ଷ ହୋଇଯାଇଥାଏ | ଜାଗାର ଭାଷା ଅଲଗା | ଅଗତ୍ୟା ପାଞ୍ଚ ବର୍ଷ ଭିତରେ ଚାରଣ ବାବୁ ଭାଷାଟିକୁ ଟିକେ ବୁଝିବାର ହେଲେଣି | ସେତେଟା ନିପୁଣ ନହେଲେ ବି କାମ ଚଳିବା ଭଳି ବୋଲା ଶୁଣା ତାଙ୍କୁ ଜଣା | ଠକାମିର ଶିକାର ଯଦିଓ ଥରେ ଅଧେ ହୋଇଛନ୍ତି, ହେଲେ ହାତେ ମାପି ଚାଖଣ୍ଡେ ଚାଲିବା ଗୁଣଟି ସେ ବେସ୍ ଭାବରେ ଶିଖି ଯାଇଥାନ୍ତି |

ଏମିତି ନିଜ ଭଡ଼ାଘର ବାରଣ୍ଡାରେ ବସି ଭାବୁଛନ୍ତି "ନାଁ ! ଆଉ ହବନି | ଏଥର ଫେରିଯିବାକୁ ହେବ | ଭିଟାମାଟିଠୁ ଦୂରତା ଆଉ ସହ୍ୟ ହେଉନି | ସେଠି ଗଲେ ବି କାମ ମିଳିବ | ଖବର ଅଛି ଏବେ କୁଆଡ଼େ ସେଠି ବି କମ୍ପାନୀ ମାନେ ବିଛାଡ଼ି ହୋଇ ପଡିଲେଣି | ନାଁ ନାଁ ଆଉ ଥୟ ନାହିଁ | ହେଲେ ସେ ଯେଉଁ କାମ ଶିଖିଛନ୍ତି, ସେ କାମ କଣ ସେଠି ମିଳିବ ? ପାଞ୍ଚ ବର୍ଷର ନିଜର ଏକ୍ସପେରିଏନ୍ସରେ ଯେଉଁ କାମଟିକୁ ତୁଲାଉଛନ୍ତି, ସେଇ ରକମର କାମ କଣ ତାଙ୍କୁ ସେଠି ମିଳିବ ? " ଏମିତି ଭାବୁ ଭାବୁ ଘଡ଼ିଏ ବାଜିଲା | ସେ ଘର ଭିତରକୁ ଯିବା ପାଇଁ ଉଦ୍ୟତ ହେଲେ | "ପରଦିନ ଚାରଣ ବାବୁ ଯାଇ ତାଙ୍କ ଅଫିସ୍ ରେ ପହଁଚିଲେ | ଛୁଟି ଘଡ଼ିଏ ମିଳିଥାଏ | ଛୁଟି ପରେ ଅଫିସ୍ ଖୋଲିଛି | ଏଇଟା ଗୋଟେ ବଡ଼ ଅଫିସ୍ | ସବୁ ଇଂରାଜୀରେ କାମ କରା ହୁଏ | ଚାରଣ ବାବୁଙ୍କୁ ଇଂରାଜୀଟା ଜଣା, ନିପୁଣତା ବି ଥାଏ | ହେଲେ ତାଙ୍କୁ ସାଲିସ୍ ମାଲିସ୍ ବିଦ୍ୟା ଜଣା ନାହିଁ | ସେ କଥାରେ ସିଏ ବିଶ୍ୱାସ କରନ୍ତି ନାହିଁ | କାମ କରିବ, ପଇସା ନବ | ସାଲିସ୍ କରିବ କିଆଁ? ନିଜ ସମ୍ମାନ ନିଜ ହାତରେ | ଚାକିରୀ କରୁ କରୁ ହଠାତ୍ ଦିନେ ତାଙ୍କ ଅଫିସ୍ ରେ ବଦଳି ହେଲା | ଗୋଟେ ଡିପାର୍ଟମେଣ୍ଟରୁ ଅନ୍ୟ ଏକ ନୂଆ ଡିପାର୍ଟମେଣ୍ଟକୁ, ସେଠି ଚାରଣ ବାବୁଙ୍କର ପଦନ୍ନୋତି ବା ପ୍ରୋମସନ ହୋଇଥାଏ | କାମଭାର ଟିକେ ବେଶୀ ଓ ଗମ୍ଭୀର | ନୂଆ ସାଙ୍ଗ ମିଳିଲେ, ନୂଆ ଚେହେରା ଦିଶିଲେ | ଏହିପରି ଦିନ ପରେ ଦିନ ଗଡ଼ି ଚାଲିଲା | ଚାରଣ ବାବୁ ଯଉ ଅଫିସ୍ ରେ କାମ କରନ୍ତି, ସେଠାରେ ଅନେକ ଲୋକ କାମ କରନ୍ତି ଓ କାମର ବିଭାଜନ ନେଇ ସେଠାରେ ବିଭିନ୍ନ ଟିମ୍ ଥାଏ | ଚାରଣ ବାବୁଙ୍କର ଯଉ କୋଠରୀ, ତାର ଅପର ପାର୍ଶ୍ୱରେ ଥାଏ ଅନ୍ୟ ଏକ ଟିମ୍ | ଏହି ଅଫିସ୍ ରେ ପୁରୁଷ ମହିଳା ସମସ୍ତେ ଏକ ସଙ୍ଗରେ କାନ୍ଧକୁ କାନ୍ଧ ମିଳେଇ କାମ କରନ୍ତି | ଉପୋରକ୍ତ ସାମ୍ନା କୋଠରୀରେ କାମ କରନ୍ତି ମିନି ମାଡାମ୍ | ମିନି ମାଡାମ୍ ଙ୍କ ପ୍ରତି ଚାରଣ ବାବୁଙ୍କର ଟିକିଏ ଦୁର୍ବଳତା ଥାଏ | କିଛିଦିନ ଗଲା ପରେ ହଟାତ୍ ଦିନେ କାର୍ଯ୍ୟବସତଃ ମିନି ମାଡାମ୍ ଚାରଣ ବାବୁଙ୍କ ସାମ୍ନାରେ ଠିଆ ହେଲେ | କୌଣସି ଏକ କାର୍ଯ୍ୟ ସମ୍ବନ୍ଧିତ ପ୍ରଶ୍ନ ପଚାରନ୍ତେ, ଚାରଣ ବାବୁ ହଟାତ୍ ଚେଙ୍କ ଖାଇଲା ପରି ଉଠି ବସିଲେ | କାନରେ ଅବା ସତେ ତାଙ୍କର ବିଣାର ସ୍ୱର ଭାସୁଥାଏ | ପ୍ରଶ୍ନର ଉତ୍ତର ଦେବେ ନା ନିଜ ହୃଦୟ ମଧ୍ୟରେ ହଉଥିବା ଏକ ବିଚିତ୍ର ଉତ୍ତୋଳନକୁ ଶାନ୍ତ କରିବେ |

ସେ ଯାହା ହଉ, ଧୀରେ ଧୀରେ ଦୁଇ ଜଣଙ୍କ ଭିତରେ ନିବିଡ଼ତା ଗଢ଼ି ଉଠେ | ନିବିଡ଼ତାରୁ ସୃଷ୍ଟି ହୁଏ ପ୍ରେମ ଓ ତା ପରେ ହୃଦୟର ସେଇ ଏକତା | ସମୟର ଢେଉରେ ଗଡ଼ି ଚାଲୁଥାଏ ଜୀବନ | ଏହିପରି ହଉ ହଉ ଦୁହେଁ ବିବାହ ପାଇଁ ସ୍ଥିର କଲେ | ବିବାହର ପ୍ରସ୍ତାବ ଉତ୍ତାରୁ ଦୁଇ ପରିବାରଙ୍କ ମଧ୍ୟରେ କଥାବାର୍ତ୍ତା ହେଲା, ଓ ଦିନ କାଳ ସମୟ ସ୍ଥିର ହେଲା | ସମୟ ନିର୍ଦ୍ଧାରିତ ବିବାହ ସମ୍ପନ୍ନ ମଧ୍ୟ ହେଲା | ବିବାହ ଉପରାନ୍ତେ କନ୍ୟା ବିଦା ହେବା ସମୟ ହେଲା | ମିନି ମାଡାମ୍ ଚାରଣ ବାବୁଙ୍କୁ ପଚାରିଲେ "ଘରକୁ ଯିବା ?" "

ଆଉ ଏଇ ସମୟରେ ଠିକ୍ ଆଲାର୍ମ ଘଡ଼ିଟି ବାଜିଠିଲା | ହଟାତ୍ ଚେଙ୍କ ଖାଇ ଉଠିଲା ଭଳି ଚାରଣ ବାବୁଙ୍କର ମନେ ପଡିଲା "ଆରେ ମୁଁ ତ କେବେଠୁ ଭାବିଥିଲି ଫେରି ଯିବା ପାଇଁ, ପ୍ରତ୍ୟାବର୍ତ୍ତନ ପାଇଁ |" ଚେଇଁ ଉଠିଲେ ଚାରଣ ବାବୁ | ତାଙ୍କର ବୋଧ ଗୋଚର ହେଲା ସେ ସ୍ୱପ୍ନ ଦେଖୁଥିଲେ | କେତେବେଳୁ ବାରଣ୍ଡାରୁ ଉଠି ଘର ଭିତରେ ନିଦରେ ସେ ଶୋଇଯାଇଛନ୍ତି | ସେ ଯାହା ହେଉ ମୁଖ ପ୍ରଖାଳନ କରନ୍ତେ ଚାରଣ ବାବୁ ଶୀଘ୍ରତାର ସହିତ ନିଜର କଂପୁଟର ଖୋଲିଲେ ଓ ନିଜ ସହରକୁ ଯିବା ପାଇଁ ଟିକେଟ ବୁକ କଲେ |


Rate this content
Log in