Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Titi Sarangi

Others

0.4  

Titi Sarangi

Others

ସମୟର ସୂଅରେ ଜୀଵନ ଭାସୁଛି ଵୋଲି ସମ

ସମୟର ସୂଅରେ ଜୀଵନ ଭାସୁଛି ଵୋଲି ସମ

2 mins
1.8K


ସମୟର ସୂଅରେ ଜୀଵନ ଭାସୁଛି ଵୋଲି ସମସ୍ତେ କହନ୍ତି । ମୁଁ ଭାବୁଛି ଭାବର ସମୁଦ୍ରରେ ଆମେ ଉଵୁଟୁଵୁ ହଉଛେ । ଭାବଟି ହିଁ ଆମକୁ ବାଟ କଢେଇ ନଉଛି ଆମ କର୍ମଆଡକୁ ଆଉ ଆମେ ସେଇ କର୍ମର ଫଳ ଭୋଗୁଛେ ,ଭଲ ହଉ କି ମନ୍ଦ ହଉ । ସେଇ କର୍ମଫଳ ଆମକୁ ଜୀଵନ ଗଢିଵାର ସୁଯୋଗ ଦଉଛି । ଆମ ଠାକୁର ଵି କାଳେ ଭାବର ଠାକୁର । ଏମିତି ମିରାକଲ କରନ୍ତି ଵେଳେବେଳେ ଯେ ଅସହାୟ ମଣିଷକୁ ସହାୟତା ମିଳିଯାଏ ଅଯାଚିତ ଭାବେ ।କେତେ ଅନୁଭବ ଆଉ କେତେ ତାର ବ୍ୟାପକ ରୂପ ! ତେଣୁ ଭାବନାକୁ ଶୁଦ୍ଧ ରଖିଵାକୁ ଆମ ଗୁରୁଜନମାନେ ଆମକୁ ବତାନ୍ତି । ଭାବନାର ଶୁଦ୍ଧତାରେ ସବୁକିଛି ଭଲ ଗ୍ରହଣ କରିବାପାଇଁ ଆମକୁ ସୁଯୋଗ ମିଳେ ।

ଆମ ଜଗତର ନାଥ ଉପାସ ରହିଲେ ବୋଲି ଭକ୍ତ ଜନଙ୍କର ମନଦୁଃଖ । କିନ୍ତୁ ଯିଏ ଭାବରେ ନିଜର ଅସ୍ତିତ୍ୱ ବଜାୟ ରଖିଛନ୍ତି ସେ ଉପାସ ରହିଵା କଣ ସତରେ ସମ୍ଭଵ । ଟିକେ ଭାବରେ ପରା ତାଙ୍କ ପେଟ ପୁରିଯାଏ । ମାଟି ତଳେ ପୋତା ହେଲା ମହାପ୍ରସାଦ । ମାଟି ମାଆ ତ ପାଇଲା । ଦିନେ ତ ତା ମନ ଭରି ତାକୁ ପ୍ରସାଦ ସେଵନର ସୁଯୋଗ ଦିଆଯାଏନି । ବରଂ ସେଇ ଖାଦ୍ୟ ସ୍ଥୁଳ ଭାବେ ଯେଉଁ ମାନେ ଖାଆନ୍ତି ଦିନେ ଉପାସ ରହି ନିଜକୁ ସୁସ୍ଥ ରଖିଵାର ସୁଯୋଗ ପାଇଲେ ।ଅଦୃଶ୍ଯ ହେଲେ ଵି କୋଟିକୋଟି ଜୀବ ମାଟି ଭିତରେ । ଥରେ ହେଲେ ତ ମହାପ୍ରସାଦ ସେବା କରିବାକୁ ସେମାନେ ସୁଯୋଗ ପାଇଲେ । ଭାଵ ସମୁଦ୍ର ଭିତରେ ଵୁଡିରହିଲେ ପ୍ରେମର ମୁକ୍ତା ନିଶ୍ଚୟ ମିଳେ ।ଈଶ୍ବର ବିଶ୍ଵାସ ତ ଦୁର୍ଲଭ ମୁକ୍ତା । ଭାଗ୍ଯରେ ଥିଲେ ମିଳେ । ଆପଣଙ୍କ ମନର ବିଶ୍ବାସଟି ତିନି ତୁଣ୍ଡରେ ଛେଳି କୁକୁର ଗପରେ ଛେଳି ମାଲିକର ବିଶ୍ବାସ ଭଳି ଦୁର୍ବଳ ନ ହେଉ । ସେ ଭଲ କି ଜାଣିଥିଲା ତା ଛେଳିଟି ଛେଳି । କିନ୍ତୁ ପର କଥାରେ ତା ଛେଳିକି କୁକୁର ଭାବିବା ଅର୍ଥ ତା ନିଜ ଉପରେ ବିଶ୍ୱାସ ନରଖିଵା । ସେମିତି ନିଜ ଅନୁଭଵକୁ ଦୃଢ କଲେ ଈଶ୍ବର ମିଳନ୍ତି । ଆଜି ସେମିତି କିଛି ପ୍ରାପ୍ତି ମୋର ବି ହେଇଛି । ଈଶ୍ୱର ଵିଶ୍ବାସ ମୋର ଦୃଢ ହୋଇଛି । ଵନ୍ଧୁ ବୋଲି ଆପଣଙ୍କ ସହିତ ସେୟାର କଲି । ଖୁସି ବାଣ୍ଟିଲେ ବଢେ ଵୋଲି । ମୋ ଅନୁଭବଟି ଗପ ମାଧ୍ଯମରେ କେଵେ ଶୁଣେଇବି ।


Rate this content
Log in