ସ୍ୱାର୍ଥପର
ସ୍ୱାର୍ଥପର
ବାସ୍ତବତାକୁ ଠଉରେଇ ପାରୁନଥିବା ଆଉ ସବୁବେଳେ ନିଜକୁ ପ୍ରଶ୍ନବାଚୀର କୋଠରୀ ଭିତରେ ହଜାଇଦେଉଥିବା ପିଲାଟାର କାର୍ଯ୍ୟ ସେଦିନ କଣ ପାଇଁ କେଜାଣି ବ୍ୟତିବେସ୍ତ କରାଇଦେଉଥିଲା ନିଜକୁ । କଲମର ମୁନଵି ଅମାନିଆ ସାଜୁଥିଲା, ସାରାଦୁନିଆ ମଣିଷଟା ମୁଣ୍ଡରେ ଲଦିଦେଇଥିଲା ସ୍ୱାର୍ଥପର ନାମର ବୋଝ, ଚୁପଚାପ ସହିଯାଇଥିଲା ସବୁକିଛି, କେବେବି ଦୁନିଆ ଆଗରେ ପାଟି ଖୋଲିନଥିଲା ସେ, କାଇଁ ନା ଯିଏ ତାକୁ ସ୍ୱାର୍ଥପର କହି ବୁଲୁଥିଲେ ସାରା ଦୁନିଆ ଆଗରେ, ସେ ଥିଲେ ତାର ବହୁ ଆପଣାର ଆଉ ଖୁବ ନିଜ ଲୋକ ।
ପ୍ରେମିକାର ଦୁଃଖ ସମୟର ଆଃ ପଦେ କହୁନଥିଲା ବୋଲି, ପ୍ରେମିକା କହି ବୁଲୁଥିଲା "ତୁମେ ଗୋଟେ ବଡ ସ୍ୱାର୍ଥପର " । ଚୁପଚାପ ରହୁଥିବା ପିଲାଟି ଯେତେବେଳେ ନିଜ ଦୁଃଖ ସାଙ୍ଗ ମାନଙ୍କୁ କହୁନଥିଲା କି ସେମାନଙ୍କ ଦୁଃଖ ବୁଝି ବୁଝାଉନଥିଲା, ସାଙ୍ଗ ମାନେ କହି ଉଠୁଥିଲେ "ଆବେ ତୁ ଏଡେ ସ୍ୱାର୍ଥପର ଟା କିରେ "ତା ମାନେ ନୁହେଁ କି ସେ ଦୁଃଖ କଣ ବୁଝୁନଥିଲା, କିନ୍ତୁ କଣ କରିବ ସେ ଥିଲା ନିରୁପାୟ ତାକୁ ଦୁଃଖ ସମୟରେ କେମିତି ଆଃ ପଦେ କୁହାଯାଏ ଜଣା ହିଁ ନଥିଲା । କାଇଁନା ନିଜେ ହିଁ ବୁଡି ରହିଥିଲା ଦୁଃଖର ସମୁଦ୍ର ଭିତରେ ତାକୁ କିଏ କେବେ ଦୁଃଖ ସମୟରେ ଆଃ ପଦେ କହିବା ସେ କେବେ ଶୁଣି ହିଁ ନଥିଲା ।
ସେଦିନ ହେବ ଦିନ 2 ଟା ପାଖାପାଖି college ଛକରେ ବସର ଅପେକ୍ଷାରେ ଥିଲା ରଜତ(ଯାହା ମୁଣ୍ଡ ରେ ଥିଲା ସ୍ୱାର୍ଥପରର ବୋଝ ), ନିଜ ପେଟ ରେ ଥିଲା ଭୋକର କ୍ଷୁଧା, ଆଉ ମୁହଁରେ ଥିଲା ଅପେକ୍ଷାର ଚି଼ହ୍ନ.। ଠିକ ସେଇ ସମୟ ରେ ପଛରୁ କିଏ ଜଣେ ଡାକିଦେଲା ଭାଇ 5ଟଙ୍କା ଦିଅ । ରଜତ ଟିକେ ପଛକୁ ବୁଲିଚାହିଁଲା ଦେଖିଲା 7-8 ବର୍ଷର ପିଲା ଟିଏ, ସ୍କୁଲ ପୋଷାକ ପିନ୍ଧିଥିଲା ପିଲାଟି । ପିଲାଟି ଠିକଠାକ ଦିଶୁଥିଲା ଆଉ ପୋଷାକରୁ ବି ଲାଗୁନଥିଲା କୋଉ ଅଭାଵି ପିଲାଟିଏ ବୋଲି ।
ରଜତ ପଚାରିଲା "ତୁ 5ଟଙ୍କା ନେଇ କଣ କରିବୁ"??
ପିଲାଟି ଉତ୍ତରଦେଲା, "ବହୁତ ଜୋର ରେ ଭୋକ ହଉଛି ତ ଖାଇବି"ରଜତ ପୁଣି ପଚାରିଲା "5 ଟଙ୍କା ରେ କଣ ଖାଇବୁ ଯେ ତୋ ପେଟ ପୁରିଯିବ " । ପିଲାଟି କହିଲା ଗୋଟେ tiger bisquit ଟେ ଖାଇଦେବି ।
ରଜତ କହିଲା ଆଛା ହଉ ଠିକ ଅଛି ଚାଲେ ମୁଁ ତୋ ପାଇଁ ସେ ଦୋକାନ ରୁ କିଣିଦେଵି । ଦୋକାନରେ ପିଲାଟିକୁ ରଜତ ଗୋଟେ bisquit କିଣିଦେଇ ପଚାରିଲା, ତୁ ଆଉ କିଛି ଖାଇବୁ କି?
ପିଲାଟି ଡରିଡରି କହୁଥାଏ ହଁ ଆଉ ଗୋଟେ କୁରକୁରି ଖାଇବି । ରଜତ ତା ପାଇଁ କୁରକୁରି କିଣିଦେଲା, ଆଉ ପଚାରିଲା ତୋର ଆଉ କିଏ ଘରେ ଅଛନ୍ତି?
ପିଲାଟି କହିଲା ମୋର ଆଉ ଗୋଟେ ଭାଇ ଅଛି, ଏତିକି କହି ତା କୁରକୁରି ନେଇ ଦୌଡ଼ିଚାଲିଯାଇଥିଲା ପିଲାଟି
ରଜତ ଚାହଁରହିଥିଲା ପିଲାଟିକୁ, ମନରେ ଥିଲା ପୁଳେ ପ୍ରଶ୍ନ, ପିଲାଟି ସ୍କୁଲ ପୋଷାକରେ, ଆଉ 2ଟା ବେଳେ ଖାଲିପେଟ ରେ??ଆଉ ତା ଘରେ କଣ କେବଳ ତା ଭାଇ ଅଛି ଆଉ କେହି ନାହାନ୍ତି?
ନିଜ ପ୍ରଶ୍ନକୁ ନିଜ ଭିତରେ ହିଁ ରଖିଦେଇଥିଲା ରଜତ, କାଇଁ ନା ସେ ଜାଣିଥିଲା ତା ପ୍ରଶ୍ନ ର ଉତ୍ତର କେହିଵି ଦେଇପାରିବେନି । ରଜତ ପୁଣି ଅପେକ୍ଷା କରିରହିଥିଲା ନିଜ ବସ ଆସିବା ସମୟକୁ ଆଉ ମନେମନେ ଭାବୁଥିଲା ସେ ପିଲାଟି କଥା. । ସାରା ଦୁନିଆ ଯୋଉ ମଣିଷଟା ମୁଣ୍ଡରେ ସ୍ୱାର୍ଥପର ପର ବୋଝ ଲଦି ଦେଇଛି, ସେ ମଣିଷଟି ପାଖରେ ଥିଲା ହିଁ ପ୍ରକୁତ ମଣିଷପଣିଆ । ସେ ହିଁ ଚିନ୍ହିପାରିଥିଲା ସାରା ଦୁନିଆକୁ, ଭୋକିଲା ପେଟ କୁ, ଆଉ ଭୋକର ଦୁଃଖକୁ, ଗୋଟେ କୁନି ପିଲାର ମନକୁ ।
ଆଖିରେ ଲୁହ ଆସି ଯାଉଥିଲା କଲମ ମୁନରେ ସେ ମଣିଷଟାକୁ ସ୍ୱାର୍ଥପର ବୋଲି ଲେଖିବାକୁ, ମନ ଜମା ଵି ମାନୁନଥିଲା, ନିଜ ମନ କହୁଥିଲା ଯୋଉ ମଣିଷଟାକୁ ସାରାଦୁନିଆ ସ୍ୱାର୍ଥପର ବୋଲିକହୁଛି ତାରି ପାଖରେ ହିଁ ଅଛି ପକୃତ ମାନଵିକତା ।