Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ବିଦଗ୍ଧା
ବିଦଗ୍ଧା
★★★★★

© Sujat Kumar Sahoo

7 Minutes   445    23


Content Ranking

ସୁରଭି ଖଟ ଟା ଉପରେ ଶୋଇ ରହିଛି କାହିଁ କେତେ ବେଳୁ । ଶୋଇ ଶୋଇ ବିରକ୍ତ ହୋଇଗଲାଣି । ଉଠିବାକୁ ଇଛା ଥିଲେ ବି ଉଠିବାକୁ ମନ ଚାଂହୁନି । ମନ ମଧ୍ୟରେ ଭାବନାର ଢେଉ । ସମୁଦ୍ରର ଉତ୍ତାଳ ଲହଡ଼ି ପରି ଭାଂଗୁଛି ଗୋଟାଏ ପରେ ଗୋଟେ ।

ସମୟ ଆସି ଦଶଟା ଉପରେ ହେଲାଣି । ଚା କପ୍ ଟେ ପିଇବାକୁ ଇଛା ଥିଲେ ମଧ୍ୟ ମନରେ ଉଠୁ ଥିବା ଆନନ୍ଦ ର ଢେଉରେ ଭଟା ପକାଇବାକୁ ମନ ରାଜି ହେଉ ନି । ଗଲା ରାତିରେ ଅଫିସ୍ ରେ ଗୋଟେ ପାର୍ଟି ଥିଲା । ପାର୍ଟି ସରୁ ସରୁ ଢେର୍ ରାତି ହୋଇଥିଲା । ତେଣୁ ବାଧ୍ୟ କରି ଅବିନାଶ ଛାଡ଼ି ଯାଇଥିଲା ତା କ୍ବାଟର୍ ରେ ,ନିଜ କାର୍ ରେ ଆଣି । ଆସିବା ବେଳେ ବହୁତ କିଛି କଥା ଏବଂ ହସ ଖୁସିରେ ଆସିଥିଲେ ଦୁଇ ଜଣ ।

ଅବିନାଶ ଓ ସୁରଭି ଦୁହେଁ ଏକା ଅଫିସ୍ ରେ କାମ କରନ୍ତି , ସୁଦୂର ବାଙ୍ଗାଲୋର ରେ । ଅବଶ୍ୟ ଅବିନାଶ ସୁରଭି ର ବସ , ହେଲେ ଅବିନାଶ ଓ ସୁରଭି ମଧ୍ୟରେ ସେପରି ଅବସ୍ଥା ନ ଥିଲା । ଯଦି ଥିଲା ତ କେବଳ ନିବିଡ଼ ବନ୍ଧୁତ୍ୱ । ଦୁହେଁ ଦୁଇ ଜଣଙ୍କୁ ଭଲ ପାଆନ୍ତି ଅତି ଆପଣାର ପରି । ଏହି ଆପଣା ମଧ୍ୟରେ ,ହୃଦୟର ଛୋଟ କୋଣ ଟିରେ ପ୍ରେମର ଜୁଆର ଉଠେ ବେଳେ ବେଳେ । ଜୁଆର କିନ୍ତୁ ବାହାରି ପାରି ନାହିଁ ଆଜି ପର୍ଯ୍ୟନ୍ତ । ସେହି ହୃଦୟ ର କୋଣରେ ରହି ଛଟ ପଟ ହେଉଛି କେବଳ ।ବାହାରି ବାକୁ ସୁଯୋଗ ଖୋଜୁଛି କିନ୍ତୁ ମିଳିନି ଆଜି ପର୍ଯ୍ୟନ୍ତ । ତଥାପି ଅପେକ୍ଷା ।

ସୁରଭି ର ଅଫିସିଆଲ କାମକୁ ବହୁ ସମୟରେ ସାହାଯ୍ୟ କରନ୍ତି ଅବିନାଶ । ତେଣୁ ଦୁଇ ଜଣ ଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଛି ଆଜାଣତରେ । ଅଜାଣତରେ ଉଠିବା ମଧ୍ୟ ସ୍ଵାଭାବିକ ।ଏମିତି ଭାବନା ସାଗରରେ ବୁଡ଼ି ରହିଥିଲା ସୁରଭି ।

ଭାବନା ଅଙ୍କରେ ପୂର୍ଣ୍ଣ ଛେଦ ଟିଏ ଟାଣି ଦେଲା କଲିଂ ବେଲ ଟା । ହଟାତ ବାଜି ଉଠିଲା କ୍ରିଙ୍ଗ କ୍ରିଙ୍ଗ ଶବ୍ଦ କରି । ପ୍ରକ୍ରୁତିସ୍ଥ ହେଲା ସୁରଭି ।ଅସଜଡ଼ା କେଶ କୁ ସଜାଡ଼ି ଉଠି ବସିଲା । କାନ୍ଥ ଘଣ୍ଟାକୁ ଚାହିଁ ଚାହିଁ ଚାଲି ଆସିଲା କବାଟ ନିକଟକୁ ।

ପ୍ରଶ୍ନ କଲା କିଏ ? କବାଟ ସେପଟ ର ଉତ୍ତର ଥିଲା----ଦିଦି ମୁଁ ଅନୁ ........ ।

ଅନୁ ସାମ୍ନା ଘରର ଝିଅ । ଭଲ ମେଳାପି ପିଲା ଟିଏ । Std-VIII ରେ ପଢ଼େ । ଛୋଟ ହେଲେ ମଧ୍ୟ ବୁଦ୍ଧି ତାର ପ୍ରଖର । ସାହାଯ୍ୟ କାରି ଝିଅଟି ମଧ୍ୟ । ଛୋଟ ଛୋଟ କାମ ରେ ସୁରଭି କୁ ପ୍ରାୟ ସମୟରେ ସାହାଯ୍ୟ କରିଥାଏ । ସୁରଭି ମଧ୍ୟ ଅନୁକୁ ବହୁତ ଭଲ ପାଏ । ଛୁଟି ଦିନ ମାନଙ୍କରେ ସୁରଭି ର ଏକୁଟିଆ ପଣ କୁ ଦୁର କରିବାରେ ଅନୁ ର ପ୍ରଛଦ୍ ହାତ । ଅନୁ ସୁରଭି କୁ ବଡ଼ ଭଉଣି ପରି ମାନେ । ସେଥି ପାଇଁ ସୁରଭି କୁ ଦିଦି ବୋଲି ଡାକେ । ସୁଖ ଦୁଃଖ ମଧ୍ୟ ବାଣ୍ଟି ଥାଏ ।

ସୁରଭି କବାଟ ଖୋଲିଲା ....ଅନୁ ସୁରଭି ହାତକୁ ଗୋଟିଏ ଲଫାପା ବଢ଼େଇ ଦେଇ କହିଲା .....ଦିଦି ଉପରକୁ ଆସୁଥିଲି letter box ଖୋଲି ଦେଖିଲି ସେଥିରେ ତୁମର ଗୋଟେ letter ଥିଲା , ତେଣୁ ନେଇ ଆସିଛି ନିଅ ..... । ସୁରଭି ଦେଖିଲା letter ଟି ତାର ମାଆ ପଠେଇ ଛନ୍ତି । ଆଶ୍ଚର୍ଯ୍ୟ ହୋଇ ଚିଠି ଟିକୁ ଖୋଲି ପକେଇଲା , ସୋଫା ଉପରେ ବସୁ ବସୁ ।

ସୁରୁ ,

କେମିତି ଅଛୁ ? ଖିଆ ପିଆ ଠିକ୍ ଠାକ୍ କରୁଛୁ ନା ନାହିଁ ? ଦେହ ପା ଭଲ ଅଛି ତ ? ତୁ କେବେ ଆସିବୁ ? ଏଇମିତି ନିତି ଦିନିଆ ସାଧାରଣ କଥା .... ତାପରେ ଆରମ୍ଭ -----

*** ***** ***** ****

ମା ...ଲୋ ...ମନରେ ଉଠୁ ଥିବା ଅକୁହା କଥା, ଆଉ ଅମିମାଂସିତ ପ୍ରଶ୍ନ ଗୁଢିକୁ ଆଜି କହିବା ପାଇଁ ଏହି ଚିଠି ଖଣ୍ଡିକ ଲେଖୁଛି । ହୁଏତ ତୋତେ ଫୋନ୍ ରେ କହି ପାରି ଥାନ୍ତି ,କିନ୍ତୁ ମା ଲୋ ଫୋନ୍ ରେ କହିଥିଲେ କେବଳ ତୋର କାନ ଶୁଣି ଥାନ୍ତା ସିନା ହୃଦୟ କିନ୍ତୁ ଶୁଣି ପାରି ନ ଥାନ୍ତା । ସେଥି ପାଇଁ ମନସ୍ଥ କଲି ଚିଠି ଟିଏ ଲେଖିବି । ଆଶା କରୁଛି ମନ ଦେଇ ପଡ଼ିବୁ, ହୃଦୟ କୁ ଶୁଣେଇ-ଶୁଣେଇ ......।

ମା ଲୋ ଆମ ସାମ୍ନା ଘର ମହାପାତ୍ର ବାବୁ ଙ୍କର ବଡ଼ ଝିଅ ରୁନୁ କୁ ତୁ ଜାଣିଥିବୁ । ତୁମେ ଦୁହେଁ ସାଙ୍ଗ ହୋଇ college ଯାଉଥିଲ । ତୁ ଇଂଞ୍ଜିନିଅରିଂ କଲୁ ଆଉ ସିଏ କମର୍ସ କଲା ।

ସିଏ ଏଇ ବର୍ଷେ ହେବ ଗୋଟେ କମ୍ପାନୀରେ ଚାକିରି କରିଥିଲା । ସେହି ଚାକିରି ସମୟରେ ତାର ଜଣେ ସହ କର୍ମୀ ପୁଅକୁ ଭଲ ପାଇ ବସିଲା । ତା ସହିତ ଅବାଧ ରେ ମିଳା ମିଶା କଲା । ବୁଲା ବୁଲି ମଧ୍ୟ କରେ । ଦିନେ ଦିନେ ରୁନୁକୁ ସେ ପୁଅ, ମଟର ସାଇକେଲରେ ଆଣି ଘରେ ଛାଢେ । ଏସବୁ ଦେଖି କଲୋନୀ ର ପିଲାମାନେ ଟାହି ଟାପରା ଆରମ୍ଭ କରି ଦେଲେ । କଥା ପହଞ୍ଚିଲା ମହାପାତ୍ର ବାବୁଙ୍କ କାନରେ । ମହାପାତ୍ର ବାବୁ ତାଙ୍କ ସ୍ତ୍ରୀଙ୍କୁ ପଚାରିଲେ । ଏହି କଥାକୁ ନେଇ ମାଆ ବାପା ଦୁଇଜଣ ବ୍ୟସ୍ତ ହୋଇଗଲେ ।ରୁନୁ ର ବୋଉ ମହାପାତ୍ର ବାବୁଙ୍କୁ ବୁଝା ସୁଝା କରିଦେଲେ, ଠିକ୍ ଅଛି ମୁଁ ବୁଝିବି କହି ।

ସେଦିନ ରୁନୁ ଅଫିସ୍ ରୁ ଫେରିବା ପରେ ବୋଉ ତାର ପଚାରି ଥିଲା, ସେ ପିଲା ବିଷୟରେ । କିନ୍ତୁ ରୁନୁର କଥା ଶୁଣି ବୋଉ ତାର ପୁରା ବୋକା ପାଲଟି ଗଲା ।ରୁନୁ କଣ କହିଲା ଜାଣିଛୁ ମା ???

କହିଲା ....ସେ ପୁଅକୁ ମୁଁ ଭଲ ପାଏ । ସିଏ ମୋର ସହ କର୍ମୀ ।ତା ସାଙ୍ଗେ ବୁଲା ବୁଲି କରି କଣ ଅପରାଧ କଲି ଯେ ? ମୁଁ ତାଙ୍କୁ ବାହା ହେବି । ଆଜି ଆଉ ତୁମ ବେଳର ସମୟ ନାହିଁ । ଆମ ଜୀବନ ସାଥୀ ବାଛିବାରେ ଆମର ପୂର୍ଣ୍ଣ ଅଧିକାର ଅଛି । ସେଥିରେ ପୁଣି ତୁମର କଣ କ୍ଷତି ହେଲା ଯେ ?

ମା ଲୋ ରୁନୁ ର ବୋଉ କେବଳ ରୁନୁକୁ ବଲ ବଲ କରି ଚାହିଁ ଥାନ୍ତି । କଣ କହିବେ କି ନ କହିବେ କିଛି ଭାବି ପାରୁ ନ ଥାନ୍ତି । କେବଳ ନିଜ ଛାତିର କୋହ ଆଉ ଆଖିର ଲୁହକୁ ସମ୍ଭାଳିିବାରେ ବ୍ୟସ୍ତ ଥାନ୍ତି ।

ମା ଲୋ ମାଆ ବାପା ମାନେ ତୁମ ମାନଙ୍କୁ ପାଠ ପଢାନ୍ତି କେତେ କଷ୍ଟ କରି । ନିଜ ପେଟକୁ ମାରି ତୁମ ପିଛାରେ ଟଙ୍କା ଖର୍ଚ୍ଚ କରନ୍ତି, କେବଳ ତୁମର ମଙ୍ଗଳ ପାଇଁ । ତୁମ ଦେହରେ ଗୋଡ଼ି ଟିଏ ବାଜିଲେ ତାଙ୍କୁ ପଥର ର ଆଘାତ ପରି କଷ୍ଟ ଦିଏ । ଆଉ ତୁମେ ମାନେ ? ମା ଲୋ ପାଠ ପଢି ଚାକିରି ଟିଏ କର । ତୁମ ହାତକୁ ଦି ପଇସା ଚାଲି ଆସେ । ସେତେବେଳେ ତୁମେ ତୁମର ହୋଇଯାଅ । ଏହା କଣ ଠିକ୍ ? ଏବେ ହୁଏତ ଏସବୁ ବୁଝି ନ ପାରୁ , କିନ୍ତୁ ଯେତେବେଳେ ନିଜେ ମାଆ ହେବୁ ସେତେବେଳେ ନିଶ୍ଚୟ ବୁଝି ପାରିବୁ ।

ରାନୁ କୁ ତା ବାପା ବୋଉ ବହୁତ ବୁଝେଇଲେ, ସିଏ କିନ୍ତୁ କିଛି ବୁଝିଲା ନାହିଁ ।ଦିନେ ସେହି ପିଲା ସଙ୍ଗେ ଘର ଛାଡ଼ି ଚାଲିଗଲା । ଏହି ଅପମାନ ରେ ତାର ବାପା ଦୁଇ ଦିନ ତଳେ ଆତ୍ମ ହତ୍ୟା କରିଦେଲେ ।

ମା ଲୋ ସେହି ଦୁଃଖରେ ଆଜି ତୋ ପାଖକୁ ଚିଠି ଲେଖିବାକୁ ମନସ୍ତ କଲି , ଆଶା ମନ ଦେଇ ପଡ଼ିବୁ ।

ମା ଲୋ ମାଆ-ବାପା ସବୁବେଳେ ପିଲା ମାନଙ୍କର ମଙ୍ଗଳ ଚାହାନ୍ତି । ପିଲା ମାନଙ୍କ ଭବିଷ୍ୟତ କିପରି ଉଜ୍ଵଳ ହେବ, ସେମାନେ କିପରି ସ୍ୱବାଲମ୍ବି ହେବେ, ପରିଣତ ବୟସ ରେ ସେମାନଙ୍କୁ କିପରି ବିବାହ ଦେବେ । ଏହି ଚିନ୍ତାରେ ମାଆ ବାପା ମାନେ ସାରା ଜୀବନକୁ ଏକ କରି ଦିଅନ୍ତି ।

ମା ଲୋ ତୁମେ ମାନେ ଆଜିକାର ପିଲା । ପାଠ ପଢି ଚାକିରି କରୁଛ । ତୁମ ହାତକୁ ଦି ପଇସା ଆସି ଯାଉଛି, ତାପରେ କଥା ସରିଲା । ତୁମେ ମାନେ ଆଉ ମାଆ ବାପା ଙ୍କୁ ମାନୁ ନାଂହ । ସେମାନଙ୍କ ମାନ ସଂମାନ ପ୍ରତି ମଧ୍ଯ ନିଘା ନାହିଁ । ଯିଏ ଯାହା କହୁ, କି ଯାହା ହେଇ ଯାଉ । ଗୋଟାଏ ଗୋଟାଏ ଭଲ ପାଇ ଯାଉଛ, ଆଉ ବାହା ହେବା ପାଇଁ ଅଡ଼ି ବସୁଚ ।

ମା ଲୋ ବର୍ତମାନ ତୁମର ଖସଡ଼ା ବୟସ । ଥରେ ଗୋଡ଼ ଖସି ଗଲେ ତଳକୁ ତଳକୁ ଯିବ ସିନା, ଉପରକୁ ଉଠିବାର ନାଆ ନବ ନାହିଁ । ପକ୍ଷୀ ଟି ଦେହରେ ଯେତେବେଳେ ଡେଣା ଲାଗେ, ସେତେବେଳେ ଖଣ୍ଡି ଉଢା଼ ଦିଏ । ଆକାଶଟା ତାକୁ ବହୁତ ସୁନ୍ଦର ଲାଗେ । ସମସ୍ତେ ତାକୁ ଭଲ ଲାଗନ୍ତି । ଉଢି ବୁଲେ ଏଣେ ତେଣେ ମନ ଇଛାରେ । ବହୁ ଥର ଉଢି ନପାରି ତଳେ ପଢ଼ି ଯାଏ । ହେଲେ ତାର ମାଆ ତାକୁ ସମ୍ଭାଳି ନିଏ ।

ଠିକ୍ ସେଇମିତି ମା ଲୋ , ତୁମ ଦେହରେ ଯେତେବେଳେ ଖସଡ଼ା ବୟସ ଟା ଲହଡ଼ି ଭାଂଗେ, ତୁମକୁ ଦୁନିଆ ଟା ଭାରି ଭଲ ଲାଗେ । ତୁମେ ଉଢିବାକୁ ଚାଂହ ଯାହା-ତାହା ସାଥିରେ ।

ତୁମେ ଯେଉଁ ପୁଅ ଟିକୁ ଭଲ ପାଇ ବସ, ତାକୁ ପରଖିବାର ଅଭିଜ୍ଞତା ତୁମର ନ ଥାଏ ।କେବଳ ଉପର ଦେଖ । ତା ଭିତର ଦୁନିଆ ଦେଖିବାକୁ ତର ନଥାଏ ।

ମା ଲୋ ମୋର ଗୋଟିଏ କଥା ମନେ ରଖିବୁ । ତୁମେ ସେ ପୁଅ ସଙ୍ଗେ କେତେ ସମୟ ମିଶ ? ଘଣ୍ଟେ କି ଦୁଇ ଘଣ୍ଟା କି ତିନି ଘଣ୍ଟା , ସମ୍ପର୍ଣ୍ଣ ଦିନଟା ଭିତରେ । ଏତିକି ସମୟ ଭିତରେ ତା ଭିତର ଦୁନିଆ ଦେଖିବା ସମ୍ଭବ ନୁହେଁ । ତା ଭିତରେ କି ଭାବନା ଅଛି, ସିଏ ଭଲ କି ମନ୍ଦ ? ଏସବୁ ତୁମକୁ ଦେଖା ଯାଏ ନାହିଁ । ଦେଖା ଯାଏ ତ କେବଳ ତା ବାହାର ଦୁନିଆ ।

ସଧାରଣ କଥାଟିଏ କହୁଛି ମନେ ରଖିବୁ ! ହୁଏତ ସେହି ପୁଅ ଟି ଚଂଦା ହୋଇ ଥାଇ ପାରେ । ତୁମ ନିକଟକୁ ଆସିଲା ବେଳେ ଉୱିପ୍ ଟିଏ ପିନ୍ଧି ଆସିଥିବା ନିଶ୍ଚୟ । ତା ପାଖରେ ସାର୍ଟ ନ ଥାଇ ପାରେ ,କାହାଠାରୁ ମାଗି ପିନ୍ଧି ଥିବ । ଭିତରେ କିନ୍ତୁ ସେହି ଚିରା ଗଂଜି ହିଁ ଥିବ । ଏସବୁ ତ ଦେଖିବା ପାଇଁ ଭଗବାନ ତୁମକୁ ବାପା ମାଆ ଦେଇଛନ୍ତି । ତୁମର କଣ ସେମାନେ ଅମଙ୍ଗଳ ଚାହିଁବେ କି ମା ?

ମା ଲୋ ମାଆ ବାପା ମାନେ ସବୁ ଦିଗକୁ ଦେଖି ବିଚାର କରନ୍ତି । ତୁମେ ମାନେ ତ କେବଳ ଉପର ହିଁ ଦେଖ । ହଁ ମାନୁଛି ମାଆ ବାପା ଙ୍କର ମଧ୍ୟ ଭୁଲ ହୋଇ ପାରେ ।କିନ୍ତୁ ସେ ଭୁଲ ତୁମ ଭୁଲ ତୁଳନା ରେ ଢେର୍ କମ ।

ମା ଲୋ ଏତେ ସବୁ ଲେଖିଲା ପାରେ ଆଶା କରେ ତୁ ସେମିତି କିଛି କାମ କରିବୁ ନାହିଁ । ମୋ ଶଙ୍ଖା ସିନ୍ଦୁର ବଞ୍ଚେଇ ରଖିବୁ ।ମୋ ଶଙ୍ଖା ସିନ୍ଦୁର ତୋ ହାତରେ ବନ୍ଧା ଅଛି । ଝିଅଟିଏ ଶାଶୁ ଘରକୁ ଗଲାବେଳେ ମାଆ କାନି ରେ ଚାଉଳ ଆଂଜୁଳା ଦେଇ ଥାଏ , ହେଲେ ମା ଲୋ ମୁଁ କାନି ପାତି ରଖିଛି ତୁ ଶାଶୁ ଘରକୁ ଗଲା ବେଳେ ମୋ ଶଙ୍ଖା ସିନ୍ଦୁର ଅତୁଟ ଫେରେଇବୁ ।

ଇତି ତୋର ମାଆ

ଚିଠିଟି ପଢ଼ି ସୁରଭି ଆକ୍ଷି ର ଲୁହ ଚିବୁକ ରେ ଶୁଖି ଯାଇ ଥାଏ । ହଟାତ ଅବିନାଶ ଘର ଭିତରକୁ ପଶି ଆସି ଏକା ନିଶ୍ୱାସ ରେ କହି ଚାଲିଲେ ......।

କଣ ସୁରଭି କବାଟ ଖୋଲା ରଖିଛ ? ମୁଁ ଆଜି ତୁମକୁ କଥା ଟିଏ କହିବାକୁ ଆସିଛି । ବହୁ ଦିନରୁ କହିବାର ଥିଲା କିନ୍ତୁ କହି ପାରି ନାହିଁ । ଆଜି ପରିସ୍ଥିତି ବାଧ୍ୟ କରୁଛି କହିବା ପାଇଁ । ଅରାଜି ଥିଲେ କ୍ଷମା କରି ଦେବ ସ୍ବପ୍ନ ଟିଏ ଭାବି ।

ମୋ ବିବାହ ପାଇଁ ଆମ ଘରୁ ବହୁ ପ୍ରସ୍ଥାବ୍ ପଠୋଉ ଛନ୍ତି । ମୁଁ ସେ ସବୁକୁ ନାହିଁ କରୁଛି କେବଳ ତୁମ ପାଇଁ । ତୁମେ ଯଦି ଅନୁମତି ଦେବ ,ତେବେ ତୁମ ଫଟ ଟିକୁ ଆମ ଘରକୁ ପଠାଂତି ।

ବନ୍ଦ ହୋଇ ଯାଇଥିବା ଲୁହ ପୁଣି ଝରିବାକୁ ଆରମ୍ଭ କରି ଦେଲା ନିଶବ୍ଦ ରେ । ସୁରଭି କେବଳ ହାତରେ ଧରି ଥିବା ଚିଠି ଟିକୁ ଅବିନାଶ ଙ୍କୁ ବଢ଼େଇ ଦେଲା ।

14*04*2019

ଲହଡ଼ି ପ୍ରେମ ସମ୍ପର୍କ ଭାବନା

Rate the content


Originality
Flow
Language
Cover design

Comments

Post

Some text some message..