Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ପିଲାଦିନେ ଖରାଛୁଟୀ ହେଲେ ପିଇସୀଘର
ପିଲାଦିନେ ଖରାଛୁଟୀ ହେଲେ ପିଇସୀଘର
★★★★★

© Titi Sarangi

Others

3 Minutes   7.2K    19


Content Ranking

ପିଲାଦିନେ ଖରାଛୁଟୀ ପିଲାଦିନେ ଖରାଛୁଟୀ ହେଲେ ପିଇସୀଘର ଗାଁକୁ ଯାଉ ରାମଲୀଳା ଦେଖି ।ରାମ ନବମୀଠୁ ସଂକଳ୍ପ କରିକି ସବୁ ଗାଁରେ ତ ରାମଲୀଳା ପଢାହୁଏ ।ଆମ ଗାଁରେ ବି ପଢନ୍ତି ।କିନ୍ତୁ ନାନୀ ଘର ଗାଁରେ ରାମଲୀଳା ନାଟକ ରୂପରେ କରନ୍ତି ।ପୁରାଣ ବହି ପଢାହୁଏ ।ସେଇ ପ୍ରସଙ୍ଗ ଅଧାରରେ ନାଟକ ହୁଏ ।ସଂଜ ବେଳୁ ପଟିପାରି ଆମେ ଯାଗା ମାଡି ବସିଯାଉ ।ପାଳି କରି ଖାଇବାକୁ ଯାଉ ।ନହେଲେ ପଛରେ ଯାଗା ମିଳିବନି ।ନାଟକ କେମିତି ହୁଏ ଵା କାହାର ଅଭିନୟ ଭଲଲାଗେ କି ଖରାପ ଆଉ ମନେ ନାହିଁ ।କିନ୍ତୁ ସବୁଠୁ ମଜା ଲାଗେ ପୁରୁଷମାନେ ସ୍ତ୍ରୀ ହେଇ ଅଭିନୟ କରିବା ।ସମସ୍ତେ ତ ଚିହ୍ନା ମଣିଷ ,ତେଣୁ ମାଇଚିଆ କହି ଚିଡେଇବାକୁ ଭାରୀ ଭଲ ଲାଗେ । ଭରତ କାକା ଵୋଲି ଜଣେ ଥାଆନ୍ତି ।ସେ କହନ୍ତି ,"ମୁହଁରେ ଯେତେ ରଙ୍ଗ ବୋଳିଲେ ବି ଏ ପିଲେ ଚିହ୍ନି ଦଉଛନ୍ତି ହେ !!"

ଭାରୀ ମଉଜିଆ ଲୋକ ସିଏ ।ରଙ୍ଗ ଵୋଳିଲେ କ'ଣ ହବ ,ମୁହଁ ତ ଢାଙ୍କିନ ବୋଲି ଆମେ ଓଲଟା ଜବାବ ଦଉ ।କିନ୍ତୁ ଯୋଉମାନେ ମୁଖା ପିନ୍ଧି ହନୁମାନ ,ଅସୁର ବେଶ ହୁଅନ୍ତି ସେମାନଙ୍କୁ ସହଜେ ଚିହ୍ନି ହୁଏନି ।ତେଣୁ ଆମେ ଚିଡେଇ ବି ପାରୁନି ।ସେମାନେ ବେଳେବେଳେ ନାଟକ ମଝିରେ ଝାଳ ଯୋଗୁ କି କ'ଣ ମୁଣ୍ଡକୁ ମୁଖାଟା ଟିକିଏ ଟେକି ଦିଅନ୍ତି ।ଚଟ୍ କରି ଆମେ ଚିହ୍ନିବା ପାଇଁ ଚେଷ୍ଟା କରୁ ।ହେଲେ ଅଲଗା ଅଲଗା ଅଭିନେତାଙ୍କ ନାମ କୁହାବୋଲା ହେଉ ।ଆମ ଭିତରେ ଫଇସଲା ହେଇ ନପାରି ବାଜି ମରାମରି ଯାଏ କଥା ଯାଏ ।ଯିଏ ସଠିକ ଉତର ଦିଏ ସିଏ ଗଡ ଜିତିଲା ଭଳି ଖୁସି ହୁଏ ।କାରଣ ମୁଖା ତଳୁ ଅସଲ ମଣିଷ ଚିହ୍ନିବା ଏତେ ସହଜ ନୁହେଁ ନା !!

ଆଜି ଆମେ କେତେ ମଣିଷ ଭେଟୁଛେ ।ହସହସ ଆଉ ଭଲପାଇବାର ଛଳଛଳ ମୁହଁ ତଳେ ବି କପଟୀ ମଣିଷଟେ ଥିବ ଏକଥା ଭାବି ହେଉନି ।ଉପରକୁ ଯୋଉ ମୁହଁ ଦିଶୁଥିବ ଭିତରେ ସେ ଆଉ ପ୍ରକାରେ ପରିଚୟ ଦଉଛି ।ମୁଖାର ଚିହ୍ନନାହିଁ କିନ୍ତୁ ମୁଖାପିନ୍ଧା ମଣିଷର ଅଭାବ ନାହିଁ ।ନିଜ ଅସଲ ପରିଚୟ ଦେଇ କଥା ଆମ କାମରେ ସମାନତା ରଖୁଥିବା ମଣିଷ ଵହୁତ କମ୍ ।ବିଷକୁମ୍ଭ ପୟୋମୁଖମାନେ ଅଦୃଶ୍ୟ ଭାବେ ଅନେକ ମୁଖା ନିଜ ମୁଣ୍ଡରେ ସାଇତି ଥାନ୍ତି ।ସ୍ଥଳବିଶେଷରେ ବିଭିନ୍ନ ପ୍ରକାର ବ୍ଯକ୍ତିତ୍ବର ମୁଖ ପିନ୍ଧନ୍ତି ନିଜ ସ୍ଵାର୍ଥପାଇଁ ।ସେଇ ଭିଡ ଭିତରେ କିନ୍ତୁ କିଛି ନିରୁତା ମୁହଁ ବି ଥାନ୍ତି ।ଏତେ ସ୍ବଛ ସେମାନଙ୍କ ଵ୍ଯକ୍ତିତ୍ବ ଯେ ସେଇମାନେ ଚିରଦିନ ଅନ୍ଯର ହୃଦୟକୁ ସହଜରେ ଜିତି ପାରନ୍ତି ।ଅଳ୍ପ ହେଲେ ଵି ସେଭଳି ଲୋକଙ୍କୁ ଭେଟିଵାର ସୁଯୋଗ ଜୀଵନ ଦିଏ ।ସେମାନଙ୍କ ଭାଷାରେ ଜୀବନର ସଂଜ୍ଞା --

"ଜୀଵନଟା ଆଉ କ'ଣ କି ।ଖାଲି ଟିକେ ପବନର ଖେଳ ।ଅନ୍ୟ ହୃଦୟରେ ଯଦି ଯାଗାଟିକେ ପାଇଛ ସେତିକି ତ ଵହୁତ କିଛି ।"

ଶୁଭରାତି ।ହେଲେ ପିଇସୀଘର ଗାଁ କୁ ଯାଉ ରାମଲୀଳା ଦେଖି ।ରାମ ନବମୀଠୁ ସଂକଳ୍ପ କରିକି ସବୁ ଗାଁରେ ତ ରାମଲୀଳା ପଢାହୁଏ ।ଆମ ଗାଁରେ ବି ପଢନ୍ତି ।କିନ୍ତୁ ନାନୀ ଘର ଗାଁରେ ରାମଲୀଳା ନାଟକ ରୂପରେ କରନ୍ତି ।ପୁରାଣ ବହି ପଢାହୁଏ ।ସେଇ ପ୍ରସଙ୍ଗ ଅଧାରରେ ନାଟକ ହୁଏ ।ସଂଜ ବେଳୁ ପଟିପାରି ଆମେ ଯାଗା ମାଡି ବସିଯାଉ ।ପାଳି କରି ଖାଇବାକୁ ଯାଉ ।ନହେଲେ ପଛରେ ଯାଗା ମିଳିବନି ।ନାଟକ କେମିତି ହୁଏ ଵା କାହାର ଅଭିନୟ ଭଲଲାଗେ କି ଖରାପ ଆଉ ମନେ ନାହିଁ ।କିନ୍ତୁ ସବୁଠୁ ମଜା ଲାଗେ ପୁରୁଷମାନେ ସ୍ତ୍ରୀ ହେଇ ଅଭିନୟ କରିବା ।ସମସ୍ତେ ତ ଚିହ୍ନା ମଣିଷ ,ତେଣୁ ମାଇଚିଆ କହି ଚିଡେଇବାକୁ ଭାରୀ ଭଲ ଲାଗେ । ଭରତ କାକା ଵୋଲି ଜଣେ ଥାଆନ୍ତି ।ସେ କହନ୍ତି ,"ମୁହଁରେ ଯେତେ ରଙ୍ଗ ବୋଳିଲେ ବି ଏ ପିଲେ ଚିହ୍ନି ଦଉଛନ୍ତି ହେ !!"

ଭାରୀ ମଉଜିଆ ଲୋକ ସିଏ ।ରଙ୍ଗ ଵୋଳିଲେ କ'ଣ ହବ ,ମୁହଁ ତ ଢାଙ୍କିନ ବୋଲି ଆମେ ଓଲଟା ଜବାବ ଦଉ ।କିନ୍ତୁ ଯୋଉମାନେ ମୁଖା ପିନ୍ଧି ହନୁମାନ ,ଅସୁର ବେଶ ହୁଅନ୍ତି ସେମାନଙ୍କୁ ସହଜେ ଚିହ୍ନି ହୁଏନି ।ତେଣୁ ଆମେ ଚିଡେଇ ବି ପାରୁନି ।ସେମାନେ ବେଳେବେଳେ ନାଟକ ମଝିରେ ଝାଳ ଯୋଗୁ କି କ'ଣ ମୁଣ୍ଡକୁ ମୁଖାଟା ଟିକିଏ ଟେକି ଦିଅନ୍ତି ।ଚଟ୍ କରି ଆମେ ଚିହ୍ନିବା ପାଇଁ ଚେଷ୍ଟା କରୁ ।ହେଲେ ଅଲଗା ଅଲଗା ଅଭିନେତାଙ୍କ ନାମ କୁହାବୋଲା ହେଉ ।ଆମ ଭିତରେ ଫଇସଲା ହେଇ ନପାରି ବାଜି ମରାମରି ଯାଏ କଥା ଯାଏ ।ଯିଏ ସଠିକ ଉତର ଦିଏ ସିଏ ଗଡ ଜିତିଲା ଭଳି ଖୁସି ହୁଏ ।କାରଣ ମୁଖା ତଳୁ ଅସଲ ମଣିଷ ଚିହ୍ନିବା ଏତେ ସହଜ ନୁହେଁ ନା !!

ଆଜି ଆମେ କେତେ ମଣିଷ ଭେଟୁଛେ ।ହସହସ ଆଉ ଭଲପାଇବାର ଛଳଛଳ ମୁହଁ ତଳେ ବି କପଟୀ ମଣିଷଟେ ଥିବ ଏକଥା ଭାବି ହେଉନି ।ଉପରକୁ ଯୋଉ ମୁହଁ ଦିଶୁଥିବ ଭିତରେ ସେ ଆଉ ପ୍ରକାରେ ପରିଚୟ ଦଉଛି ।ମୁଖାର ଚିହ୍ନନାହିଁ କିନ୍ତୁ ମୁଖାପିନ୍ଧା ମଣିଷର ଅଭାବ ନାହିଁ ।ନିଜ ଅସଲ ପରିଚୟ ଦେଇ କଥା ଆମ କାମରେ ସମାନତା ରଖୁଥିବା ମଣିଷ ଵହୁତ କମ୍ ।ବିଷକୁମ୍ଭ ପୟୋମୁଖମାନେ ଅଦୃଶ୍ୟ ଭାବେ ଅନେକ ମୁଖା ନିଜ ମୁଣ୍ଡରେ ସାଇତି ଥାନ୍ତି ।ସ୍ଥଳବିଶେଷରେ ବିଭିନ୍ନ ପ୍ରକାର ବ୍ଯକ୍ତିତ୍ବର ମୁଖ ପିନ୍ଧନ୍ତି ନିଜ ସ୍ଵାର୍ଥପାଇଁ ।ସେଇ ଭିଡ ଭିତରେ କିନ୍ତୁ କିଛି ନିରୁତା ମୁହଁ ବି ଥାନ୍ତି ।ଏତେ ସ୍ବଛ ସେମାନଙ୍କ ଵ୍ଯକ୍ତିତ୍ବ ଯେ ସେଇମାନେ ଚିରଦିନ ଅନ୍ଯର ହୃଦୟକୁ ସହଜରେ ଜିତି ପାରନ୍ତି ।ଅଳ୍ପ ହେଲେ ଵି ସେଭଳି ଲୋକଙ୍କୁ ଭେଟିଵାର ସୁଯୋଗ ଜୀଵନ ଦିଏ ।ସେମାନଙ୍କ ଭାଷାରେ ଜୀବନର ସଂଜ୍ଞା --

"ଜୀଵନଟା ଆଉ କ'ଣ କି ।ଖାଲି ଟିକେ ପବନର ଖେଳ ।ଅନ୍ୟ ହୃଦୟରେ ଯଦି ଯାଗାଟିକେ ପାଇଛ ସେତିକି ତ ଵହୁତ କିଛି ।"

ଖରାଛୁଟୀ ପିଇସୀଘର ରାମଲୀଳା

Rate the content


Originality
Flow
Language
Cover design

Comments

Post

Some text some message..