Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Titi Sarangi

Others

2  

Titi Sarangi

Others

ଛାଇ ଆଲୁଅ

ଛାଇ ଆଲୁଅ

2 mins
7.3K


"ତମ ବ୍ଯାଗ୍ ଭିତରୁ ଏ ମଙ୍ଗଳ ସୂତ୍ରଟା ମିଳିଲା।କାହାର ଏଇଟା ?"

"ଏଇଟା ମାନାର।"

"ତା ମଙ୍ଗଳ ସୂତ୍ର ତମ ବ୍ଯାଗ୍ ଭିତରେ କେମିତି ?"

"କେତେ ଜେରା କରୁଛ ମ।ମାନା ମୋ ଭଉଣୀ ।କିଛି ପର ନାରୀ ନୁହେଁ।"

"ହଁ ଯେ,ତା ମଙ୍ଗଳ ସୂତ୍ର ତମେ କାହିଂକି ରଖିଛ?"

"ତମର ଏଇ ସନ୍ଦେହ ପ୍ରକୃତି କାହିଁକି ?ତା ମଙ୍ଗଳ ସୂତ୍ର ଟିକେ ଡ୍ଯାମେଜ୍ ଥିଲା ।ସଜେଇ ବାକୁ ଦେଇଛି ।"

"କାଇଁ,ସେ ତ କଟକରେ ରହୁଛି ।ତାକୁ କଣ ବଣିଆ ମିଳୁନି ନା ସେ ଅଭାବରେ ଚଳୁଛି?"

"ତମ ଜେରାର ଉତର ଦବାକୁ ମୁଁ ବାଧ୍ଯ ନୁହଁ।"

"ବାଧ୍ଯ ହ କି ନ ହ,ସେଇ ଭଉଣୀ ତମର କିନ୍ତୁ ଦିନେ ମୋତେ କି ତମ ପିଲାଙ୍କୁ ଭଲ ବ୍ଯବହାର କରିନି ।ତା ପାଇଁ ତମେ ଏତେ ଦରଦ ଦେଖେଇଲେ ଆମ ଭିତରେ ଫାଟ ହବ କହି ଦଉଛି ।"

"ବାଜେ ମାଈକିନା ଟେ ......"

(୨)

"ଜାଣିଛୁ ,ତୋ ଭାଉଜ ପକ୍କା ଚୁଗୁଲିଆଣୀ ଟେ।ତୋ ମଙ୍ଗଳସୂତ୍ର ସଜେଇ ଦେଲି ବୋଲି ମୋ ସାଙ୍ଗେ କଳି କରୁଥିଲା ।"

"ସେ ତ ପଇସା ପାଇଁ ମରି ଯାଉଛନ୍ତି ।କଣ ମଲାବେଳେ ନେଇକି ଯିବେନା କଣ ?"

"ମୁଁ କଣ ତା କଥା ଶୁଣୁଛି ?ମୋ ପରିବାର ଭଲ ତ ମୁଁ ଭଲ।ପର ଘରର ମଣିଷଟା କଥା କିଏ ଶୁଣୁଛି ?"

"ହଁ ତ।ତୋ ପୁଅ ଦିଟାର ମାଆ ବୋଲି ତ ଏକା ବେଳେ ତୋ ମୁଣ୍ଡରେ ବସିବେ ବୋଲି ଭାବୁଛନ୍ତି ।"

"ସେଥିପାଇଁ ତ ଛୁଟୀ ହେଲେ ମୁଁ ମୋ ଘରର ଲୋକମାନଙକ ପାଖକୁ ଚାଲି ଆସେ।ସେଠି ଥିଲେ ଖାଲି କହିବ 'ଛୁଟୀ ହେଇଛି ,ଆସ ଫିଉଚର୍ ପ୍ଳାନିଙ୍ଗ କରିବା ।ଘର କରିବା ।ପିଲାଙ୍କ ଷ୍ଟଡି ପାଇଁ ସେଭିଙ୍ଗସ୍ ପ୍ଳାନ୍ କରିବା '।ପୁରା ବୋରିଙ୍ଗ୍।ମଣିଷ ଶାନ୍ତିରେ ଟିକେ ସମୟକୂ ଏନ୍ଜୟ ବି କରି ପାରୁନି ।"

"ହଁ ମ ,ତୁ ଠିକ୍ କରିଛୁ।ଏମିତି ଛୁଟୀ ହେଲେ ଯୋଉଠିକି ହେଲେ ଚାଲି ଆସୁଥିବୁ।ଆମର ଏତେ ଭାଇ ଭଉଣୀ ।ସମସ୍ତେ ଏଷ୍ଟାବ୍ଳିସ୍ଡ୍।ଖାଲି ଆମର ଇଏ ଟିକେ ପଇସା ଉଡେଇ ଦେଲେ ବୋଲି ଟିକେ ଅଭାବ ରହୁଛି ।"

"ତୁ କାଇଁ ବ୍ଯସ୍ତ ହଉଛୁ ?ତୋ ଭାଇ ଅଛି ।"

(୩)

"ପାଞ୍ଚଥର ଫୋନ୍ କଲିଣି ।ଏବେ ଯାଇ ଉଠଉଛ।"

"ହଁ କୁହ।"

"କିଛି ନାଇଁ ,ଏମିତି ଫୋନ୍ କରିଥିଲି ।"

"ଏମିତି ତୁଛାରେ ଡିଷ୍ଟର୍ବ କରିବା ପ୍ରକୃତି ତମର ଗଲାନି।"

"ନାଇଁ ,ଛୁଟୀ ତ ଆଉ ଦିନେ ରହିଲା ।କେବେ ଆସୁଛ?"

"ଯୋଉ ଦିନ ଅଫିସ୍ ଖୋଲିବ ସେଇଦିନ ଯିବି ।"

"ଛୁଟୀ ଭିତରେ ଆସିବନି ?"

"ସବୁ ଦିନ ତ ସେଠି ରହୁଛି ।ଛୁଟୀରେ ଟିକେ ବୁଲି ଆସିଲେ ତମ ଦେହ ସହୁନି?"

"ଟିକେ ଫୋନ୍ ବି କରୁନ ?"

"ନାଇଁ ମୋ ପାଖରେ ସମୟ ନାହିଁ।"

"କୋଉଠି ଅଛ ଏବେ?"

"ଓହୋ!ପୁଣି ସେଇ ଅବିଶ୍ବାସ!"

"ତମ ବ୍ଯାଗ୍ ଭିତରେ ନୂଆ ପାଉଁଜି ଆଉ ସୁନା କାନଫୁଲ କାହା ପାଇଁ ନେଇଛ?"

"ମାନେ ?ମୋ ବ୍ଯାଗ୍ ଦରାଣ୍ଡୁଥିଲ ନା କଣ?ଏ ଚୋରଣୀ ପ୍ରକୃତି କେବେ ଗଲାନି ତମର।ସେ କାନଫୁଲ ଆଉ ପାଉଁଜି ମୋ ଭାଣିଜୀ ପାଇଁ "

"ଭାଣିଜୀ ଝୁଣ୍ଟିଆ ବି ପିନ୍ଧେ ନା କଣ ?".

"ଏ ଏନ୍କ୍ଵାରୀ କରିବା ବନ୍ଦ କର ?"

(୪)

କହିବା ବାହୁଲ୍ଯ ସମ୍ପର୍କର ଆଲୁଅ ଲିଭି ହିଁ ଯାଇଛି। ସ୍ବାମୀ ଜଣକ ନିଜ ସ୍ବାଭାବିକ ପତ୍ନୀ ନିନ୍ଦା ଅବ୍ଯାହତ ରଖିଛନ୍ତି।ବୋଧ ହୁଏ ଶେଷ ଯାଏ ସେ ସେଇଆ ହିଁ କରିବେ ।ପତ୍ନୀ ଏବେ ଅନ୍ଧାରରେ ଯେ ସ୍ବାମୀ ପ୍ରେମ ନାମକ ବସ୍ତୁଟା ପ୍ରକୃତରେ କଣ ?


Rate this content
Log in