Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshay Ojha

Others

1.3  

Akshay Ojha

Others

ସମ୍ପର୍କ

ସମ୍ପର୍କ

2 mins
14.4K


ଆଜିକୁ ଚାରି ଦିନ ହେଲା ଅଞ୍ଜଳିର ବାହାଘରକୁ । ମା ବାପା ଭାଇ ଭଉଣୀଙ୍କୁ ଛାଡି ସେ ତା ଶାଶୁ ଘରକୁ ଚାଲିଗଲା । ବାହାଘର ର ଧୁମ ଧାମ ସାରି ଯାଇ ଥିଲା । ବୋଉର ହାତ ଗୋଡ଼ରେ କାମ ପଶୁ ନଥିଲା ।ବାପା ବି ଦାଣ୍ଡ ଘରେ ଏକୁଟିଆ ଏକୁଟିଆ । ଭାଇ ଭଉଣୀ ଚୁପ ଚାପ । ଅଞ୍ଜଳିର ବାହାଘର ହେଇ ଗଲା । ବୋଉ ମନରେ ଦିଶି ଯାଉ ଥିଲା ,ତା ଛାଇ ପରି ପଛେ ପଛେ ଲାଗି ରହି ଥିବା ସମୟ ଗୁଡିକ ।ସ୍କୁଲରୁ ଫେରି ବା ଚିନ୍ତା ।ଏକୁଟିଆ ଘରେ ଛାଡି ଯିବା ଚିନ୍ତା ।କାମ ଦାମ ଭଲରେ ନ କରି ପାରୁ ଥିବା ଚିନ୍ତା ,ଆଉ ଭଲ ଘରଟିଏ ଦେଖି ବାହା ଦେବା ଚିନ୍ତା ।ସବୁ ଏକ ଝଟକାରେ ସରିଗଲା ।ଅଞ୍ଜଳି ବାହା ହେଇ ଗଲା ।ବାଡିପଟରୁ କିଏ ଯେମିତି ଡାକି ଦେଉଛି ଜୋରରେ ।ବୋଉ ଲୋ ....।ହଠାତ୍ ଉଠିପଡ଼ି କବାଟ ଖୋଲୁ ଖୋଲୁ ମନେ ପଡି ଯାଏ ଝିଅ ମୋର ବାହା ହେଇ ଗଲାଣି । ବାପାଙ୍କ ଆଖିରେ କାହିଁକି ଲୁହ ଜକେଇ ଆସୁଛି ।ଦାଣ୍ଡ ଘରେ ବସି ପିଞ୍ଚ କାଠିରେ କଣ ଗୁଡ଼ାଏ ମାଟିରେ ଗାରେଇବାରେ ଲାଗିଛନ୍ତି ତଳକୁ ମୁହଁ କରି ।ଘରଟା ଯେମିତି ଶୂନ୍ୟ ଲାଗୁଚି ।ଦାଣ୍ଡ ଅଗଣା ,ବାରି ଘର,ଗାଧୁଆ ତୁଠ ସବୁ ଯେମିତି ଅଞ୍ଜଳି କୁ ଝୁରୁଛି । ହାତ ଧରି ଯାତ୍ରା ଦେଖେଇ ନେବା,ସ୍କୁଲରୁ ସାଇକଲରେ ବସେଇ ଘରକୁ ଆଣିବା ,ମାମୁଁ ଘରକୁ ବୁଲେଇ ନେଇ ଯିବା,ମୋ ଡରୁଥିବା ଝିଅର ହାତ ଧରି ନଈ ଡଙ୍ଗାରେ ବସେଇବା ସବୁ ଯେମିତି ଏ ଚାରି ଦିନରେ ସରି ଗଲା । ଅଞ୍ଜଳିର ଭାଇ ଘରକୁ ପଶୁ ନଥିଲା ।ବାହାରେ ବାହାରେ ଦିନ କାଟୁ ଥିଲା ।ସେ ଏ ଶୂନ୍ୟତାକୁ ବରଦାସ୍ତ କରି ପାରୁ ନଥିଲା ।ଛୋଟ ଭଉଣୀ ଅଲମାରି, ଡ୍ରେସସିଂ ଟେବୁଲ ପାଖରୁ ବାର ବାର ଯାଇ ଫେରି ପଡୁ ଥିଲା । କେହି କାହାରି ମୁହାଁ ମୁହିଁ ହେଇ ପାରୁ ନଥିଲେ । ଅଞ୍ଜଳି ଏ ପରିବାର ପାଇଁ ହୀରାଟିଏ ଥିଲା ।ବୋଉ ବାପା ଭାଇ ଭଉଣୀ ସଭିଙ୍କ ମନ ରଖି ସବୁ କିଛି କରୁ ଥିଲା ।ସବୁ କିଛି ସହୁଥିଲା ବି । ବୋଉ ସାହସ କରି ବାପାଙ୍କୁ ଆସି ପଚାରିଲା ।କଣ ପାଇଁ ମନ ଦୁଃଖ କରୁଚ ? ଝିଅ ଜନମ ପର ଘରକୁ ।ଭଗବାନଙ୍କୁ ଡାକ ସେ ଭଲରେ ରହୁ । ସୁଖରେ ରହୁ । ଛୋଟ ପିଲାଟିଏ ପରି ତଳକୁ ମୁଁହ କରି କାନ୍ଦୁଚ କାହିଁକି ? କହୁ କହୁ ନିଜେ କାନ୍ଦି ପକେଇଲା ବୋଉ । ଭାଇ କୁଆଡୁ ଆସି ଦାଣ୍ଡ ପିଣ୍ଡାରେ ବସି ଗଲା ।ଛୋଟ ଭଉଣୀ ଚଗଲି ଘର ଖୁଣ୍ଟକୁ ଧରି ଛିଡା ହେଇଥିଲା । ହଠାତ୍ ଫୋନ ଘଣ୍ଟି ବାଜିଲା। ଚଗଲି ଫୋନ ପାଖକୁ ଦୌଡ଼ି ଗଲା ।,,,ଦେଇ ର ଫୋନ ,,,,।ଦୌଡ଼ି ଆସି ବୋଉ ହାତରେ ଦେଲା ମୋବାଇଲ ଫୋନ । ବୋଉ ଲୁହ ପୋଛୁ ପୋଛୁ ଫୋନ ଉଠେଇଲା ।ହିମତ ରଖି ହେଲ୍ଲୋ କହିଲା ।ସମ୍ଭାବନା,ଉଦବେଗ ଚେହେରାରେ ଉଙ୍କି ମାରୁଥିଲା । ଅଞ୍ଜଳି ଅତି ବ୍ୟଗ୍ର ହେଇ କହି ପକେଇଲା ବୋଉ ମୋ ଦିଅରକୁ ଆମ ଘର ଖଟା ଭାରି ଭଲ ଲାଗୁଚି ।କାଲି ଦୁଇ ଡବା ପଠେଇ ଦବୁ । ହଉ ରହିଲି ।ମୁଁ ଟିକେ ବ୍ୟସ୍ତ ଅଛି ।ପରେ କଥା ହେବି । ବୋଉ ଆଶ୍ୱସ୍ତ ହେଲା। ଫୋନ ରଖି ଦେଲା ।ଏକ ମିଶା ମିଶି ଭାବ ବିହ୍ଵଳ ପରେ ବୋଉ ବାପାଙ୍କୁ କହିଲା ଅଞ୍ଜଳି ଭଲରେ ଅଛି ।ଖୁସି ଅଛି ।ତା ଦିଅର ପାଇଁ ଆମ ଘର ଖଟା ମଗେଇଛି ।,,,,,,,ବାପା ଦୀର୍ଘ ଶ୍ୱାସ ନେଲେ ।ଭାବନାରେ ପଡିଗଲେ ।ଏ ହଉଚି ସଂସାର ।ଆମେ ରହିଗଲେ ଏଠି ।ମାତ୍ର ଚାରି ଦିନରେ ସେ ତା ଦୁନିଆ ବସେଇ ସାରିଥିଲା । ତା ଘର ତା ଶାଶୁ ତା ଶଶୁର ,ତା ଦିଅର,,,,,,,,


Rate this content
Log in