Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudama Lenka

Others Tragedy

3  

Sudama Lenka

Others Tragedy

ପ୍ରେମର ପଥିକ

ପ୍ରେମର ପଥିକ

1 min
13.7K


ତୁମ ବାଟ ଚାହିଁ ବସିଛି ମୁଁ ଏକା

ବସିଛି ହେ ପ୍ରାଣ ସଖା l

ସବୁ ସ୍ମୃତି ମୋର ଅଜାଡି ମୁଁ ଦେବି

ଯେବେ ଦେବ ତୁମେ ଦେଖା ll


ଅକୁହା ହୃଦୟ ଅବୁଝା ଏ ମନ

ଝୁରେ ଯେ ତୁମ ଜୀବନ l

କାହିଁ ରହିଅଛ ଅଦେଖା ବାଟରେ

ଚାଲିଆସ ବୁଝି ମନ ll


ଜୀବନର ଏହି କଣ୍ଟକିତ ରାସ୍ତା

ଦେଉଅଛି କେତେ ବ୍ୟଥା l

ତୁମେ ବୁଝୁନାହଁ ମୋ ମନର ଦୁଃଖ

ବୁଝି ହେଉନାହିଁ କଥା ll


ଆଖିର ଲୁହ ମୁଁ ଓଠରେ ପିଉଛି

ତୁ କି ବୁଝିବୁ ସତେ l

ପ୍ରେମର ପଥରେ ପଥିକ ହୋଇ ମୁଁ

ଝୁରୀ ମରୁଥାଏ ତତେ ll


Rate this content
Log in