Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ଅନୁରୋଧ

ଅନୁରୋଧ

1 min
7.1K


ବିଜୟ କୁମାର ପାଢ଼ୀ


ନିତ୍ୟ ଯାନ୍ତି ଯାତାୟତ ଯାନବାହନରେ

କାହାପ୍ରତି ଲବେ ଦୟା ନ ଥାଏ ମନରେ

ଛୋଟପିଲା ବୃଦ୍ଧ ବୃଦ୍ଧା ଗର୍ଭିଣୀ ରମଣୀ

ବସିବା ପାଇଁ କି ଟିକେ ଜାଗା ପାଆନ୍ତିନି l

କେହି ଗର୍ଭବତୀ ନାରୀ ଦେଇ ତା ଛୁଆକୁ

କେ ଯାଏ ଚିକିତ୍ସାଳୟ କେ ଫେରେ ଗୃହକୁ

ଅନେକେ ଅସୁବିଧାରେ ଠିଆ ହୋଇ ଯାଆନ୍ତି

ବହୁ ଅୟସରେ କିଛି ଲୋକ ବସିଥାନ୍ତି l

ସଭିଏଁ ଦେଖନ୍ତି ଏହି କରୁଣ ଅବସ୍ଥା

ତଥାପି କେ କରନ୍ତିନି ତାହାରି ବ୍ୟବସ୍ଥା

ମହିଳା ସୁରକ୍ଷା ଲାଗି ଆମ ସରକାର

ସୁନ୍ଦର ଯୋଜନା କଲେ ଅନେକ ପ୍ରକାର l

ହେଲେବି ମହିଳା ଏଠି ନୁହେଁ ସୁରକ୍ଷିତ

ସବୁ କ୍ଷେତ୍ରେ ନାରୀମାନେ ହୁଅନ୍ତି ଉପେକ୍ଷିତ

ଏମନ୍ତ ହୋଇଲେ ଦେବା ଦେବୀ ହେବେ ରୁଷ୍ଟ

ନିଶ୍ଚୟ ଘଟିବ ଦିନେ ଅନର୍ଥ ଅନିଷ୍ଟ l

ତେଣୁ ସାଧୁ ସୁଧିଜନେ ଏହି ମୋ ସନ୍ଦେଶ

ଆପେ ବଦଳିଲେ ଦିନେ ବଦଳିବ ଦେଶ

ଦେଇଥିଲେ ପାଇ ପୁଣି ବୁଣିଥିଲେ ଦାଇ

ଏହି ଛୋଟ ଅନୁରୋଧ ରଖ ମୋର ଭାଇ l


Rate this content
Log in