ଯୌବନ
ଯୌବନ
ମାନସ ରଞ୍ଜନ ପଟ୍ଟନାୟକ
ସଂପାଦକ -ମାଟିର ମହକ
++++++++++++
ମାୟା ନଗରୀରେ ସତ୍ତ୍ବା ହରାଇଲା
ହଜିଗଲା ମୋର ଫୁଲ,
ଭଲପାଇ ମତେ ଧରି ରଖିଥିଲା
ପ୍ରେମ ତା ଅମୂଲ ମୂଲ।
ସୁନେଲି ନାଗରୀ ରୂପାଜହ୍ନ ମୁହଁ
ତୋଫା ଥିଲା ତା ବଦନ,
ରତିକ୍ରିଡା ବେଳେ ବହି ଆସୁଥିଲା
ମୃଦୁ ମଳୟ ପବନ।
ମାୟାବିନୀ ରାତି ସ୍ମୃତିର ଆହୂତି
ପ୍ରୀତି ରଙ୍ଗେ ରଙ୍ଗାୟିତ,
ସାରା ଶରୀରରେ ଭରି ଦେଇଥିଲି
ପ୍ରେମ ଆସ୍ବଦନା କ୍ଷତ।
ପ୍ରଖର ପ୍ରଶ୍ବାସେ ଆକତା ମାକତା
ହେଉଥିଲା ମୋର ମିତ,
ମୋ ବାହୁ ବନ୍ଧନେ ଛନ୍ଦି ହୋଇଯାଇ
ଗାଇଲା ପ୍ରଣୟ ଗୀତ।
ଶୃଙ୍ଗାର ରସରେ ଭିଜାଇ ଦେଇ ସେ
କରୁଥିଲା ଆଲିଙ୍ଗନ,
ମୋ ପ୍ରେମ ଜୁଆରେ ପାଗଳିନୀ ସାଜି
ସମର୍ପି ଦେଲା ଯୌବନ।
+++++++++++++++++
ଉକ୍ତ କବିତାଟି ପ୍ରକାଶ ସରିଛି ମାଟିର ମହକ ଦୋଳପର୍ବ ସ୍ବତନ୍ତ୍ର ସଂଖ୍ୟା୨୦୧୯ ରେ।
_______