Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hemanta Nayak

Others

4.5  

Hemanta Nayak

Others

କାନ୍ଦ କାହାଣୀ

କାନ୍ଦ କାହାଣୀ

1 min
332


ଜନମେ ଆସିଛି କୁଆଁ କୁଆଁ କାନ୍ଦି

     ସେଇ ଏକା ବନ୍ଧୁ

     ସାଥିରେ ଅଛି ।


ସୁଖ ଠାରୁ ଦୁଃଖ ଅତି ଆପଣାର

     ନଲୋଡିବି ଯିଏ

     ପାଖେ ରହୁଛି ।।


ସୁଖ ଆସୁଥାଏ ଅତିଥିଟେ ହୋଇ

     କିଛି କ୍ଷଣ ରହି

     ଯାଏ ସେ ଚାଲି ।


ଦୁଃଖ ରହିଥାଏ ତମାମ ବରଷ

    ଦରଦୀ ବନ୍ଧୁ କି !

     ପାରୁନି ଭୁଲି ।।


ଫୁଲ ପରି ଯା'ର ନରମ ଦେହକୁ

      ସୁଖ ବୋଲି ଭାବେ

      ଯଉବନରେ ।


କେତଟି ମୂହୁର୍ତ୍ତ ଏଇ ରତିକ୍ରୀଡା

      ଚବିଶ ଘଣ୍ଟାର

      ଗୋଟେ ଦିନରେ ।।


ପର କିଏ ଆମ ନିଜର ବି କିଏ

     ପଶୁଠାରୁ ହୀନ

     ପ୍ରକୃତି ପୁଣି ।


ମଣିଷ ହୋଇକି ମାନବିକତାରେ

     କୋଟି ହୃଦୟକୁ

     ପାରୁନି ଜିଣି ।।


ସୁବର୍ଣ୍ଣରେ ନୁହେଁ ମାଟି ପାତ୍ର ଜଳ

     ତୃଷ୍ଣା ମେଣ୍ଟାଇବା

     ପାଇଁକି ଯୋଗ୍ୟ ।


ଭୋଗେ ହୁଏ ରୋଗ ତ୍ଯାଗ ହିଁ ଯଥାର୍ଥ

      ସ୍ବାଭିମାନ ପଣ

      ପ୍ରକୃତ ସ୍ବର୍ଗ ।।


ମରଣ କାଳରେ ଆତ୍ମୀୟ ସ୍ୱଜନ

     କାନ୍ଦି କାନ୍ଦି ସତେ

     ଦେବେ ମେଲାଣି ।


କାନ୍ଦ ଠାରୁ ସୁଖ  ହସରେ ନଥାଏ

     ଜନ୍ମ ମୃତ୍ୟୁର ଏ

     କାନ୍ଦ କାହାଣୀ ।।



Rate this content
Log in