Audio

Forum

Read

Contests

Language


Write

Sign in
Wohoo!,
Dear user,
କନ୍ୟା ରତନ
କନ୍ୟା ରତନ
★★★★★

© Prasant Kumar Senapati

Inspirational

1 Minutes   7.0K    4


Content Ranking

ମାରନି ମାରନି ମୋତେ ..

କରୁଛି ଚିତ୍କାର ,

ଗର୍ଭେ ଥାଇ କନ୍ୟା ରତନ ।

କି ଦୋଷ କରିଛି ମୁଁ

ବାପା ମା' ତୁମର ,

ବଞ୍ଚି ଥାଉ ଥାଉ ପ୍ରାଣ ନେଉଛ ମୋର ।

ଦେଖିବା ଆଗରୁ ଦୁନିଆ ଆଲୋକ

ଲିଭାଇ ଦେଉଛ ମୋ ଜୀବନ ଦୀପ ,

ବୁଝିଯାଅ ଥରେ କରୁଛ ପୂଣ୍ୟ କି ପାପ ।

ଦିଅ ଥରେ ମୋତେ ବଞ୍ଚିବାକୁ ଅଧିକାର,

ଶୁଣି ପାରୁଛ କି ନାହିଁ

ମୋ ବିକଳ ଚିତ୍କାର ।

ବାପା କି ବୁଝିବେ ଗର୍ଭର କଷ୍ଟ ,

ତୁ କେମିତି ସହୁଛୁ ମା'

ଗର୍ଭେ ଧରି ଦଶ ମାସ ।

ସଭିଁଙ୍କୁ ଦରକାର ,

ମା' , ଭଉଣୀ ପତ୍ନୀ ପରଶ

ଝିଅଟିଏ ତମ ପାଶେ କରିଥିଲା କି ଦୋଷ ?

ବାପା ମା' ହୋଇ ଦେଉଛ ମରଣ ଭେଟି,

ଦେଖିବ ଦିନେ

ଝିଅଟିଏ ପାଇଁ କାନ୍ଦିବ ଏ ଧରଣୀ ମାଟି ।

କନ୍ୟା ଚିତ୍କାର ଧରଣୀ

Rate the content


Originality
Flow
Language
Cover design

Comments

Post


Some text some message..