Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ନିଃସଙ୍ଗ ହେବାର ଭୟ

ନିଃସଙ୍ଗ ହେବାର ଭୟ

1 min
6.4K


ନୀଳକଣ୍ଠ ସାହୁ



ଏତେ କାଳ ପରେ

ଏବେ ସେ କାପୁରୁଷମାନଙ୍କ

ଦାମ୍ଭିକତା ବାସ୍ତବତାର ଶିଖର

ଛୁଉଁଛି, ବଯସର କୃଷ୍ଣଚୂଡା

ପାଖକୁ ଫେରି ଯାଉଛି କ୍ଳାନ୍ତ ବାଟୋଇ

ବିବଶତା-ସେଇଟା ପୁଣି କ’ଣ ?


କାପାଳିକାର କାରନାମା

ଶୋଇଯାଇଛି ବନ୍ଦ କୋଠରୀରେ

ଶବ୍ଦର ରୂପ ନେଉଛି ନୀରବ ଝଡ

ଜୀବନ୍ତ କ୍ଷୁଧାର ଯନ୍ତ୍ରଣାକୁ ନେଇ

କେତେ ଦିନ ଭଲା ଶୋଇଥାନ୍ତା

ସେ ଅରମା ଭାଗ୍ୟଟା ?

ନା, ଆଉ ଆକାଶକୁ

ଅନଉନି ସନାତନ,

ଏବେ ସେ ପାଣିପାଗ ଶୁଣୁଛି-

ଏ ସନ ତା’ କ୍ଷେତରେ ବର୍ଷା

ହେବ କି ନାହିଁ l


ଏବେ ଏକଲା ପଣକୁ ନେଇ

ବଞ୍ଚୁଥିବା ପରାହତ ମଣିଷଟିଏ,

ସୁଦାମ ଗୋସେଇଁ l

କିଏ ବା କରେଇବ ଏଠି

ଜାତକ ମେଳକ,ଏବେ ତ

ନିଜେ ସେମାନେ ଲେଖିଲେଣି

ନିଜର ଜାତକ !


ତେଣୁ ନିଃସଙ୍ଗ ହେବାର ଭୟ

ଘାରିଛି ଈଶ୍ଵରଙ୍କୁ !!


Rate this content
Log in