ନଇଗଲା ପାଦେ ମଥା
ନଇଗଲା ପାଦେ ମଥା
ଭଗବାନ ବୁଦ୍ଧ ଯାଉଥିଲେ ଥରେ
ଲୁମ୍ବିନୀ ନଗରୀ ଦେଇ,
ବହୁ ଅନୁଗାମୀ ଶିଷ୍ୟ ମାନେ ପୁଣି
ସାଥେ ଥିଲେ ତାଙ୍କ ରହି ll
ଦେଖି ତଥାଗତେ ନଗରୀ ବାସୀଏ
ମେଳି ବାନ୍ଧି ଜମା ହେଲେ,
ସୁନା,ରୂପା ନେଇ ପାଦେ ଥୋଇ ଦେଇ
ଆଶୀଷ ମାଗୁଣି କଲେ ll
ଏକ ପରେ ଆନ ଧନୀ ବ୍ୟକ୍ତି ଗଣ
ହୀରା, ମାଣିକ ଓ ମୋତି,
ଦାମୀ ଉପହାର ଥୋଇ ଚାହୁଁଥିଲେ
ହେବାକୁ ତାଙ୍କର କତି ll
ଛୁଇଁ ବାମ ହାତେ ଉପହାର ବୁଦ୍ଧ
ବଢ଼ାଇଲେ ଶିଷ୍ୟ ହାତେ,
ଏତେ ମୂଲ୍ୟବାନ ପଦାର୍ଥର ମୂଲ୍ୟ
ନଥିଲା ଯେମିତି ସତେ !!
ଦୂରୁ ଦେଖୁଥିଲା ଦୁଃଖିନୀ ମହିଳା
ଏ କଥାକୁ ହୋଇ ଠିଆ,
ଭାବିଲା ମୋ ପାଶେ କିବା ଅଛି ଧନ
ଦେବାକୁ ରହିଛି ଯାହା ll
ଚଉପାଶେ ତା'ର ବୁଲାଇଲା ଆଖି
ନଜର ଲାଖିଲା ଯାଇ,
ବଣୁଆ ଫଳଟେ ସଞ୍ଚିଥିଲା ନିଜ
ଗଣ୍ଠିଲିରେ ବାନ୍ଧି ଦେଇ ll
ଧୀରେ ଧୀରେ ଯାଇ ବୁଦ୍ଧଙ୍କ ହାତକୁ
ଫଳଟି ବଢ଼ାଇଦେଲା,
ଦୁଇ ହାତେ ଧରି ଦେଲେ ସେ ଆଶୀଷ
ମୁହଁରେ ହସ ଫୁଟିଲା ll
ତଥାଗତଙ୍କର ଏହି ଆଚରଣ
ଦୁଃଖ ଦେଲା ଧନୀ ଜନେ,
ପ୍ରତିବାଦ କରି କହିଲେ ପ୍ରଭୁ ହେ
ଏ କି ଥିଲା ତୁମ ମନେ ll
ଧନ ବଡ଼ ନୁହେଁ ଜନ ବଡ଼ ନୁହେଁ
ମନଟି ମହତ ଜାଣ,
ବୁଝାଇଲେ ବୁଦ୍ଧ ମନବଳେ ସେ ଯେ
ଜିଣିଛି ମୋହରି ପ୍ରାଣ ll
ତୁମ ସମୂଳର କାଣିଚାଏ ଦେଇ
ଆଶୀଷ ମାଗୁଛ ସିନା,
ଦେଖ ଅଭାଗିନି ସକଳ ସମର୍ପି
ନାହଁ ତା'ମନେ ଶୋଚନା ll
ନଇଁଗଲା ମଥା ଧନୀ ଜନଙ୍କର
ନ କରିଲେ ପ୍ରତିବାଦ,
ମଣିଷ ହେବାକୁ ବରିଲେ ଶପଥ
ଭୁଲି ଦୁଃଖ ଅବସାଦ ll
---- କୌଶିକ କୁମାର ହୋତା, ନବମ ଶ୍ରେଣୀ,
କେରଳ ପବ୍ଲିକ ସ୍କୁଲ, ରାଇରଙ୍ଗପୁର,
ମୟୁରଭଞ୍ଜ I
ଦୂରଭାଷ:-9438745662/9348809136