ଅନ୍ତଃସ୍ୱର
ଅନ୍ତଃସ୍ୱର
1 min
6.9K
ଅନ୍ତଃସ୍ବର
^^^^^^^^^
ସିପ୍ରା ନାମତା
ଅସରନ୍ତି ମାୟା ଜାଲେ ଛନ୍ଦି
ଜୀବନ ର ସ୍ଵର ଯାଏ ହଜି
ଛନ୍ଦହୀନ ଜୀବନରେ
ବେସୁରା ରାଗିଣୀ ତୋଳି
ଦୁଃଖ ହୀନ ସୁଖ ସାଥେ
ବଞ୍ଚିବାକୁ ଚାହେଁ ନାହିଁ ।
ଗଭୀର ନିଶା ର ଅନ୍ଧାର ଛାଇରେ
ଚାନ୍ଦିନୀ କୁ ଖୋଜେ ନାହିଁ
ପ୍ରଖର ଦାବାନଳେ ଶୀତଳ ସ୍ପର୍ଶ
ପାଇବାକୁ ଚାହେଁ ନାହିଁ
ସ୍ମୁତି କୁ ପାଶୋରି ଅଭିନୟ ସାଥେ
ବଞ୍ଚିବାକୁ ଚାହେଁ ନାହିଁ ।
ଭୋକିଲା ପେଟ ର ଆତୁରତା ନେଇ
ଜୀବନ ର ଗୀତ ଗାଉଛି ମୁହିଁ
ଫୁଙ୍ଗୁଳା ପିଠି ରେ ଜୀର୍ଣ୍ଣ ଶରୀର ରେ
ଶୁନ୍ୟତା ରେ ପୂର୍ଣ୍ଣ ପ୍ରାଣ ହୃଦୟରେ
ମୁଦା ଆଖି ତଳେ ,ଜୀବନ ସପନେ
ବଞ୍ଚିବା କୁ ଚାହେଁ ମୁହିଁ ।
ଗଙ୍ଗା ଗୋଦାବରୀ ପବିତ୍ର ଧାରା
ଲୋଡ଼ା ନାହିଁ ବୁଡା଼ ପାଇଁ
ତୀର୍ଥ ସ୍ନାନ କରି ପୁଣ୍ୟ ଅରଜନେ
ବିଶ୍ୱାସ ତ ମୋର ନାହିଁ
ସ୍ୱର୍ଗ ଦ୍ୱାରେ ଦାହ ସଂସ୍କାର କରି ତ
ସ୍ୱର୍ଗ ପ୍ରାପ୍ତି ଚାହେଁ ନାହିଁ ।
ପୁଣ୍ୟ ଜଳେ ମଡା ପ୍ରବାହ ହୋଇଲେ
ନଦୀ କୁ ଦୂଷିତ କରଇ
ପାପ ର ଧନ ରେ ପୋଷି ହୋଇଥିଲେ
କଳୁଷ କି ନାଶ ହୁଅଇ
ପାପ ପୁଣ୍ୟ ଯେତେ ଅଛି ଏ ମହୀ ରେ
ଜୀବନେ ଭୋଗିବା ପାଇଁ ।
ଘନ କୁହୁଡ଼ି ର ବାଟ ଭାଙ୍ଗି ଯେବେ
ସୌରକର ଆସେ ଉଦି
ଦିଗବଳୟ ହସେ ପ୍ରାଚୀ ନଭ ଦିଶେ
କୁଆଁତାରା ଯାଏ ଲୁଚି
ଅବୁଝା ମନ କୁ ବୁଝାଇ କି ବାଟ
ଅଜଣା ପଥରେ, ଚାଲିବାକୁ ଚାହେଁ ମୁହିଁ ।
ସୈକତେ ,ସିକତା ସଦ୍ମ ଗଢିଦେଲେ
ବିଲୟ ତ କରେ ଉଦଧି ଲହରୀ
ଜନକ ଜନନୀ ପଦ ସେବିଥିଲେ
ପଡୁଥାଏ ନିତି ଆଶୀଷ ଝରି
ଧ୍ୱନି ଫେରିଆସେ ପ୍ରତିଧ୍ୱନି ହୋଇ
ଜୁଈ ର ଶିଖା ରେ ସ୍ୱର୍ଗ ପଥେ ଯାଇ
ମରିବାକୁ ଚାହେଁ ମୁହିଁ ।
ସମପ୍ରୀତି,ସମ୍ପାନ, ସମାବର୍ତ୍ତନ ରେ
ହୃଦେ ଜାଳି ସୌଭାତ୍ର ପ୍ରେମ ବଂହିଁ
ଶାଶ୍ୱତ ପ୍ରେମ ର ସନ୍ନିପାତ ଧାରା
ଅମରତ୍ୱ ରଚୁ ଭୁଲି ଆତ୍ମଗ୍ଲାନି
ଦେହାବସାନ ରେ ଅନ୍ତଃସ୍ୱର ହୃଦେ
ଶିହରଣ ଦେଉ ଆଣି,
ଆତ୍ମା ଚିନ୍ହି ଆତ୍ମା ତୋଷ ହେଉ ସଦା
ସୁଖେ ବିତୁ ଦିବା ରଜନୀ ।