Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hemanta Nayak

Others

4.8  

Hemanta Nayak

Others

ଧକ୍କା ଓ ଧୋକା

ଧକ୍କା ଓ ଧୋକା

1 min
371



ଜୀବନ ଯାତ୍ରାରେ ଚାଲୁ ଚାଲୁ କେବେ

କେଉଁ ଠାରେ ହୁଏ ଧକ୍କା ,

ଧକ୍କା ଖାଇ ପୁଣି ଆଗକୁ ଚାଲିବା

ପାଇ ଗୋଟେ ନୂଆ ଶିକ୍ଷା ।


ଦୁର୍ଘଟଣା ହେଲେ କ୍ଷତି ତ ହୋଇବ

ଦେହରେ ବି ହୁଏ କ୍ଷତ ,

ଧକ୍କା ଠାରୁ ବେଶି ଧୋକା କରେ କ୍ଷତି

ଏ କଥା ନିରାଟ ସତ ।


ଦେହରୁ ତ କ୍ଷତ ଧୀରେ ଧୀରେ ଶୁଖେ

ମନରୁ ପାରେନା ଶୁଖି ,

ଧୋକାରୁ ସେ କ୍ଷତ ହୁଏ ଯାହା ସୃଷ୍ଟି

ଦେଖେ ନାହିଁ ସିନା ଆଖି ।


ଅଜାଣତେ ହୁଏ ଧକ୍କା କାହା ସଙ୍ଗେ

ଜାଣି ଶୁଣି ହୁଏ ଧୋକା ,

ଧୋକା ଦିଅ ନାହିଁ କାହାରିକୁ କେବେ

ମନାନ୍ତର ହେବ ପକ୍କା ।


ଧକ୍କା ହୋଇ ଯଦି ଜୀବନ ପଳାଏ

ଥରଟିଏ ହୁଏ ମୃତ୍ୟୁ ,

ଧୋକା ଦେଲେ ମୃତ୍ୟୁ ଆସେ ବାରମ୍ବାର

ଆସୁଛି ଯେମିତି ଋତୁ ।


ଧକ୍କା ହେଲା ପରେ ସମୟ ସ୍ରୋତରେ

ବନ୍ଧୁତାରେ ହୁଏ ଯୋଡ଼ି ,

ଧୋକା ଦେଲେ ବନ୍ଧୁ ଆଉ ନ ଚାହିଁବ

ଚାଲିଯିବ ମୁହଁ ମୋଡ଼ି ।।



Rate this content
Log in