Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarat Jal

Others

2  

Sarat Jal

Others

ସମୟ କହୁଛି

ସମୟ କହୁଛି

1 min
6.6K



ସମୟ କହୁଛି ମୋଠାରୁ କେ ଅଛି

ଦୁନିଆରେ ବଳବାନ

ମୋର ନିର୍ଦ୍ଦେଶରେ ସଂସାର ଚାଳିତ

ମୁଁ ଅଟେ ହିଁ ଭଗବାନ ॥


କାହାକୁ କେବେ ମୁଁ କରିନି ପ୍ରତୀକ୍ଷା

ଗତି ମୋର ଅବିରାମ

ପ୍ରତ୍ୟକ୍ଷଦର୍ଶୀ ମୁଁ ଯିଏ ଯାହା କରେ

ଧର୍ମ ଅବା ଅଧରମ ॥


ତ୍ରେତୟା ଯୁଗରେ ରାମ ରାବଣରେ

ଯୁଦ୍ଧ ମୁହିଁ କରିଥିଲି

ଭାରତଯୁଦ୍ଧରେ ମୂଖ୍ୟ ଭୂମିକାରେ

ଅଭିନୟ କରି ଗଲି ॥


ମୋର କରାମତି ସତୀ କି ଅସତୀ

ଅସତୀ କି କରେ ସତୀ

ଫକିର ହୁଅଇ ମହାରାଜ ପୁଣି

କରଇ ମୁଁ ଦିନରାତି ॥


ମତେ ଯେ କରଇ ନଷ୍ଟ ଜୀବନରେ

(ମୁଁ)ତାକୁ କରିଦିଏ ନଷ୍ଟ

ମୋ ଜ୍ଞାନ ଯାହାର ନାହିଁ ହୃଦୟରେ

ସବୁଠି ପାଏ ସେ କଷ୍ଟ ॥


ଜାତିର ଜନକ ଏଦେଶ ନାୟକ

ମତେ କରି ଗଳାହାର

ପ୍ରତିକ୍ଷଣ ମୂଲ୍ୟ ବୁଝିଥିଲେ ବୋଲି

ନମସ୍ୟ ହେଲେ ବିଶ୍ୱର ॥


ଧନ,ଜନ,ଗୋପ,ଲକ୍ଷ୍ମୀ ସବୁ ଆସେ

ମୋହର ଥିଲେ କରୁଣା

ମୋ କରୁଣା ବିନା ହରି,ହର,ବ୍ରହ୍ମା

ସଂସାରେ ହୁଅନ୍ତି ବଣା ॥


ସମୟ ଚରଣେ ଜନମେ ଜନମେ

ସର୍ବେ ହୋଇଛନ୍ତି ଦାସ

ସମୟ ମହାନ ଜୀବନ ମରଣ

ମୋଠାରୁ ହୁଏ ପ୍ରକାଶ ॥


ଶରତ ଚନ୍ଦ୍ର ଜାଲି

ତା:୨୦/୦୮/୦୧୮


Rate this content
Log in