Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramit Mohapatra

Others

2  

Pramit Mohapatra

Others

ଆସୁଛି ରଜ

ଆସୁଛି ରଜ

1 min
7.6K


ନିଦାଘ ଯାଇଛି ସରି

ଖରା ଦେଉଅଛି ହୁରି

ମୌସୁମୀ ରାଣୀ ଆଭାସ ଦେଲାଣି

ଆସୁଛି ମୁଁ ଥିରି ଥିରି ।

ଆଗକୁ ଆସୁଛି ରଜ

ଚାଲିଛି ଗୋ ସଜବାଜ

ନିଦାଘକୁ କରି ତୁଚ୍ଛ ଗାଆଁ ଝିଅ

କରୁଛନ୍ତି ଲୋ ମଉଜ ।

ଦିଶଇ କେତେ ସୁନ୍ଦର

ଗାଁ ଦାଣ୍ଡ ଆଜି ମୋର

ରାଜ-ମଉଜରେ ପଡୁଛି ଉଠୁଛି

ଟେକ ରଖି ଓଡ଼ିଆର ।

ଶାଢୀ ସେ ପାଟପତନି

ଝିଅ ଲାଗୁଛନ୍ତି ରାଣୀ

ଓଡ଼ିଆ ସଂସ୍କୃତି ରଖିଛୁ ବଞ୍ଚାଇ

ଧନ୍ୟ ଲୋ ତୁ ଓଡ଼ିଆଣୀ ।

ଗର୍ବରେ କହେ ଓଡ଼ିଶା

ଓଡିଆ ମୋ ବେଶଭୁଷା

ପୂର୍ବ ଗଉରବ ବଜାୟ ରଖିଛି

ଓଡିଆ ମୋହରି ଭାଷା ।


ମୁନ୍ନା ମହାପାତ୍ର, ଗୁଣପୁର


Rate this content
Log in