Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manas Ranjan Pattanayak

Others

2  

Manas Ranjan Pattanayak

Others

ଭଜନ

ଭଜନ

1 min
339



ମାନସ ରଞ୍ଜନ ପଟ୍ଟନାୟକ

ସଂପାଦକ ମାଟିର ମହକ

'''''''''''''''''''''''''''''''''''''''''''''''''

ମହାବାହୁ,ତୁମେ ପ୍ରଭୁ ଭାବଗ୍ରାହୀ କରୁଣାମୟ ସାଗର।

ବିପଦେ ପଡିଛି ଡାକଇ ତୁମକୁ ପ୍ରଭୁ ମୋତେ ରକ୍ଷାକର।।(ଘୋଷା)


(ତୁମେ ତ ଇଶ୍ବର ବ୍ରହ୍ମାହରିହର,,,

ଆସିଛି ସଂକଟେ ପ୍ରଭୁ ରକ୍ଷାକର)

ଡ଼ାକୁଛି ବିନତି ହୋଇ ଶୁଣିବ ଗୋସାଇଁ।

ଅହଲ୍ୟା ଉଦ୍ଧାର କଲ କିଛି ତ ନନେଇ।।

(ପ୍ରଭୁ ଭାବଗ୍ରାହୀ....ମାଗୁଅଛି ତ୍ରାହି )


ଦୀନବନ୍ଧୁ ଦଇତାରୀ କୃପାମୟ ହରି...

କି ଯଶ ଲଭିବ ପ୍ରଭୁ ମୋତେ ତୁମେ ମାରି(ଘୋଷା)


ମହାବାହୁ.....ମୋତେ ରକ୍ଷାକର।।।(ଘୋଷା)

ନନ୍ଦିଘୋଷେ ଆସୁଅଛ ଧ୍ବଜାକୁ ଉଡାଇ।

ସଙ୍ଗେ ବଳଭଦ୍ର ପୁଣି ସୁଭଦ୍ରାଙ୍କୁ ନେଇ

(ପ୍ରଭୁ ଭାବଗ୍ରାହୀ।।। ମାଗୁଅଛି ତ୍ରାହି )


କରିଅଛି ପାପ ହେ ବିଶ୍ବଠାକୁର

ଶରଣ ପଶିଲି ମୋତେ ରକ୍ଷାକର


(ତୁମେତ ଇଶ୍ବର ବ୍ରହ୍ମାହରିହର ଆସିଛି ସଂକଟେ ପ୍ରଭୁ ରକ୍ଷାକର )

ମହାବାହୁ.....ମୋତେ ରକ୍ଷାକର (ଘୋଷା)


ମୁଁ ମରିଗଲେ କି ଯଶ ଲଭିବ।

ରୋଗୀଭୋଗୀ ଆଉ କାହିଁକି ଡାକିବ।।


(ତୁମେତ ଇଶ୍ବର ମୋତେ ରକ୍ଷାକର।।।।।। ଏ ରୋଗରୁ ପ୍ରଭୁ ମୋତେ ଯେ ଉଦ୍ଧାର )

ଚୁମେଚ ଇଶ୍ବର ବ୍ରହ୍ମାହରିହର ଆସିଛି ସଂକଟେ ପ୍ରଭୁ ରକ୍ଷାକର (ଘୋଷା)


ମହାବାହୁ ତୁମେ ପ୍ରଭୁ ଭାବଗ୍ରାହୀ କରୁଣାସାଗର।

ବିପଦେ ପଡିଛି ଡ଼ାକଇ ତୁମକୁ ପ୍ରଭୁ ମୋତେ ରକ୍ଷାକର (ଘୋଷା )




ଠିକଣା -ନିମବସନ୍ତ ହରିରାଜପୁର ଜଟଣୀ ପୁରୀ


Rate this content
Log in