Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dmishra Sahityalaya

Others

3  

Dmishra Sahityalaya

Others

ମୁକ୍ତିର କବିତା

ମୁକ୍ତିର କବିତା

1 min
211


କିଛି ଲୁହର ବୈଶାଖୀ ଆଉ କିଛି ହସର ଫଗୁଣ

କିଛି ବସନ୍ତର ବାଆ, କିଛି ଶରତର ଶୀତଳତା

କିଛି ଶବ୍ଦର ଅର୍ଥ ଆଉ କିଛି ଭାଷାର ବ୍ଯାକରଣ

ଜାବୁଡି ଧରି ମୋତେ ଦିଅନ୍ତି ମନ ପଞ୍ଜୁରୀରେ ଦଣ୍ଡ,


ଭାବନା ଗୁଡିକ ମୋର ସବୁ ଏକା ଏକା ବଞ୍ଚନ୍ତି

ପ୍ରକାଶିତ ହେଲାପରେ ସବୁ ଦୂରେଇ ଯାଆନ୍ତି

ଏକତାର ବନ୍ଧନ ନିମନ୍ତ ସବୁ ପ୍ରଚେଷ୍ଟା ବିଫଳ

ସ୍ୱାର୍ଥେ ହୋଇପାରେନି ସୁଭାବର କୋଳାହଳ,


ଉଦ୍ୟମରତ ନିର୍ବାଚନ ଋତୁପରି ନିଜଦଳ ଗଢିବାକୁ

ସ୍ୱାର୍ଥରେ ବଢନ୍ତି ଶବ୍ଦ ବୀପରୀତ ପଦେ ପାଦଦେଇ

ଫଳାଫଳ ତାର ବ୍ଯର୍ଥ ପରାଜୟର କଣ୍ଟା ଫୁଟେ

ପୁଣି ନିଜ ବାଟ ଦେଖନ୍ତି କେମିତି ଚାଲିବେ ବାଟେ,


ଗଢିହୁଏନି ଜମା କବିତାର ଛୋଟ ଘରଟିଏ ବି

ଏହି ସ୍ୱାର୍ଥପର ଅର୍ଥହୀନ ପଦଗୁଡ଼ିକୁ ନେଇ

କିନ୍ତୁ ଛଟପଟ କରାନ୍ତି ମନେ ଆସିବେ ବାହାରି

ରଖିଦେଲେ ବାନ୍ଧିଦେବେ ମୋତେ ମୁଁ ଯିବି ହାରି।



Rate this content
Log in