ଶିଶିର ସାହୁ ମନୋଜ

Children Stories

3  

ଶିଶିର ସାହୁ ମନୋଜ

Children Stories

ଯେ ଜ୍ଞାନ ବିଦ୍ଯା ଦାନକରେ ସେ ଗୁରୁ

ଯେ ଜ୍ଞାନ ବିଦ୍ଯା ଦାନକରେ ସେ ଗୁରୁ

2 mins
446


ବେଦଵ୍ୟାସ ଋଷି ଗୋଟାଏ ଦେଶ ଦେଇ ଯାଉଥାନ୍ତି । ଯାଉ ଯାଉ ବାଟରେ ଦେଖିଲେ ଜଣେ ମଧ୍ୟ ଵୟସ୍କ ଲୋକ ଏକ ଖଜୁରୀ ଗଛକୁ ମନ୍ତ୍ର ପଢି ନୁଆଁଇ ଦେଉଛି ଆଉ ତହିଁ ଉପରେ ବସେଇଥିବା ତା’ର ତାଡି଼ହାଣ୍ଡିକୁ କାଢିଆଣୁଚି ।

ବ୍ୟାସଦେବ ଯାଇ ସେହି ଲୋକକୁ କହିଲେ

“ମହାତ୍ମା ! ମୋହର ନାମ ଵେଦଵ୍ୟାସ ! ଵେଦକୁ ଵ୍ୟାସକରିବା ଠାରୁ ଆରମ୍ଭ କରି ମହାଭାରତ ତଥା ଅଷ୍ଟାଦଶ ପୁରାଣ ରଚନା କରିଛି । ତ୍ରୀକାଳର କୌଣସି ଵି ଘଟଣା ଦେଖିପାରୁଚି ଅନେକ ଅସମ୍ଭବ କୁ ସମ୍ଭବ କରିପାରୁଛି ହେଲେ ଏଇ ଯୋଉ ଆପଣ ଗଛକୁ ମନ୍ତ୍ର ପଢି ନୁଆଁଇ ଦେଉଛ ଏ ଵିଦ୍ୟା ମୋତେ ଆଦୌ ଜଣାନାହିଁ ତେଣୁ ମୁଁ ଆପଣଙ୍କୁ ଗୁରୁ ମାନ୍ୟ କଲି ଆପଣ ଦୟାକରି ତାହା ମୋତେ ଶିକ୍ଷା ଦେଲେ ଉପକୃତ ହୁଅନ୍ତି ।”

ସେ ଲୋକ କୁ ସଂସାର ରୀତିନୀତି ଜଣାଥିଲା । ବଡ଼ ଲୋକଙ୍କୁ ସବୁ ଜଣାଥିଲେ ସବୁ ଦରବ ସହଜରେ ମିଳିଯାଉଥିଲେ,ସମସ୍ତ କାର୍ଯ୍ୟ ଵିନା ଦ୍ଵିଧାରେ ମିଳିଯାଉଥିଲେ ସେ ବା କାହିଁକି ସାଧାରଣ ଜନତାଙ୍କ ଦୁଆରକୁ ଆସନ୍ତେ ?

ତେଣୁ ସେ ଵେଦଵ୍ୟାସ ଙ୍କୁ ଯା କାଲି ଆସ ଶିଖେଇ ଦେବି କହିଲେ । ତହୁଁ ଵେଦଵ୍ୟାସ ଯେତେଥର ସେ ମଧ୍ୟ ଵୟସ୍କ ଲୋକ ପାଖକୁ ଗଲେ ସେ ତାଙ୍କୁ କୌଣସି ନା କୌଣସି ବାହାନା କରି ଲେଉଟାଇ ଦେଉଥାନ୍ତି ।

ଵେଦଵ୍ୟାସ କିନ୍ତୁ ନିରାଶ ହେବା ଵଦଳରେ ଆହୁରି ଅଧିକ ଆଗ୍ରହୀ ହୋଇପଡି଼ଲେ । ହେଲେ ପ୍ରୋଢ ସାଧାରଣ ଲୋକଟିର ଵ୍ୟଵହାର ରେ କିଞ୍ଚିତ୍ ମାତ୍ର ପରିଵର୍ତ୍ତନ ହେଲା ନାହିଁ ।


ଦିନେ ଵେଦଵ୍ୟାସ ଲେଉଟି ଯାଉଥାନ୍ତି ଉକ୍ତ ପ୍ରୋଢ ଲୋକର କୌଶୋର ଵୟସ୍କ ପୁତ୍ର ତାଙ୍କୁ

ଦେଖି ଆପଣା ମନର ଜିଜ୍ଞାସା ପୁଛା କରନ୍ତେ

ଋଷି ପୂର୍ଵୋକ୍ତ ଘଟଣାମାନ ଗୋଟି ଗୋଟି କରି କହିଗଲେ ।

ଏସବୁ ଶୁଣି କିଶୋର ଟି କହିଲା

“ଏଇ କଥାକୁ ନାଆ ପେଲି ଦେଲି କଲିକତା କୁ”

ଆସନ୍ତୁ ଏଇକ୍ଷଣି ସେ ଵିଦ୍ୟା ଶିଖେଇ ଦେଉଚି ଆପଣଙ୍କୁ”

ଏହା କହି କିଶୋରଟି ଵେଦଵ୍ୟାସ ଙ୍କୁ ଉକ୍ତ ଵିଦ୍ୟା ବତେଇ ଦେଲା !ସେଇଠୁ ଵେଦଵ୍ୟାସ ନିଜ ଗନ୍ତଵ୍ୟ ପଥ ଅଭିମୁଖେ ଚଳିଗଲେ । ଘରକୁ ଫେରି କିଶୋରଟି ଆପଣା ପ୍ରୋଢ ପିତାକୁ ପୂର୍ବକଥା ମାନ କହିଗଲା । ଏସବୁ ଶୁଣି ମଧ୍ୟ ଵୟସ୍କଲୋକଟି ଚିଡି଼ଗଲା । ସେ ତା ପୁଅକୁ କହିଲା “ହଇରେ ତୁ ଟା ଛୁଆଟାଏ ସଂସାର ରୀତିନୀତି ଭଲମନ୍ଦ କୁଟକପଟ କ’ଣ ଜାଣିନୁ ! ମୁଁ ଚାହିଁ ଥିଲେ କ’ଣ ସେ ଋଷି କୁ ଏ ଵିଦ୍ୟା ଶିଖାଇ ପାରିନଥାନ୍ତି ? କିନ୍ତୁ କାହିଁକି ଶିଖାଉନଥିଲି ? କାରଣ ତା ପରି ବଡ଼ ଲୋକେ ମୋ କୌଳିକ ଵିଦ୍ୟା ଜାଣିଗଲେ ଆଉ ଦଶଜଣକୁ ଶିଖାଇଦେବେ ଫଳରେ ସମାଜରେ ମୋର ମୋ କୁଟୁମ୍ବ ଜନଙ୍କ ମହତ୍ତ୍ଵ ରହିବ ନାହିଁ ! ଆଉ ତୁ କ'ଣ ଭାବୁଛୁ ଯେ ସେ ତୋତେ ଗୁରୁ କରି ସେ ଵିଦ୍ୟା ଶିଖିଛି ବୋଲି ଏବେ ତାହା ଶିଖିଯିବାରୁ ହେମନ୍ତ ଭାବରେ ଗୁରୁ ବୋଲି ମାନ୍ୟ କରିବ ?”

ଏସବୁ ଶୁଣି କିଶୋର ଟି ନିର୍ଵିକାର ଚିତ୍ତ ରେ କହିଲା

“କାହିଁକି କରିବନି” !

“ହେଉ କାଇଁ ତା ପାଖକୁ ଯା’ ତ

ଦେଖିଆ ସେ ତୋତେ ଗୁରୁ ବୋଲି ମାନ୍ୟ କରୁଚି କି ନାହିଁ”

କିଶୋର ର ପ୍ରୋଢ ପିତା ରୋକଠୋକ କଥା କହିଦେଲା ।

କିଶୋର ଟି ମହାତ୍ମା ଵେଦଵ୍ୟାସ ଙ୍କ ଆଶ୍ରମ କୁ ଗଲା । ଏଣେ ପଛେ ପଛେ ଗୋପନରେ ତା ପିତା ଆସି ଦୂରରୁ ଲୁଚି ରହିଲା ଏବଂ କ’ଣ ଘଟୁଛି ଦେଖିବାକୁ ଅପେକ୍ଷା କରି ରହିଲା ।

କିଶୋରଟି ଵେଦଵ୍ୟାସ ଙ୍କ ଆଶ୍ରମରେ ପହଞ୍ଚିଲାରୁ  ଋଷି ତାକୁ ଗୁରୁ ସମାନ ମାନ୍ୟ କରି ଆସନ ଉପରେ ଵସାଇ ଶିଷ୍ୟ ସମାନ ସେବାକାର୍ଯ୍ୟରେ ବ୍ରତୀ ହୋଇଗଲେ । ଏଣେ ଏସବୁ କଥା ଦୂରରେ ରହି ପ୍ରୋଢ ଜଣକ ଦେଖୁଥାଏ ଆଉ ନିଜକୁ ଭାଗ୍ୟଵାନ ମଣୁଥାଏ ।


Rate this content
Log in