STORYMIRROR

Gayatri Singh

Others

3  

Gayatri Singh

Others

ଟଙ୍କା

ଟଙ୍କା

2 mins
362


ଚିନ୍ମୟୀ ଘର ଭିତରୁ ଝରକା ଦେଇ ବାହାରକୁ ଚାହିଁ ରହିଛି | ବାରମ୍ବାର ଅତୀତ ଟା ତାକୁ ଟାଣୁଥିଲା | ବରଂ ଅତୀତ ଟା ତା ପାଇଁ ଭଲ ଥିଲା | ସବୁଥିଲା ତା ପାଖରେ | ଟଙ୍କା ବ୍ୟତୀତ | ବାପା ମା ଭାଇ ଭଉଣୀ ଜେଜେମା ସମସ୍ତେ ଥିଲେ ତାର ଅତିପ୍ରିୟ | ସେ ଥିଲା ଘର ର ବଡ ଝିଅ | ବାପା ଗୋଟେ କାରଖାନା ରେ କାମ କରୁଥିଲେ | ସ୍ୱଳ୍ପ ରୋଜଗାର ରେ ମୁଠେ ଖାଇ ଖଣ୍ଡେ ପିନ୍ଧି ସମଗ୍ର ପରିବାର ଜିଇଁ ଯାଉଥିଲେ | ହେଲେ କାରଖାନାର ଦୁର୍ଘଟଣା ରେ ବାପା ଗୋଟିଏ ହାତ ହରାଇବା ପରେ ଘରେ ବସିରହିଲେ | ଚିନ୍ମୟୀ ବଡ ହିସାବ ରେ ଘର ର ସମସ୍ତ ଦାୟିତ୍ୱ ତା ଉପରକୁ ଆସିଗଲା | ଗୋଟେ ପ୍ରାଇଭେଟ ସ୍କୁଲ ରେ ସେ ଶିକ୍ଷକତା କରିବା ଆରମ୍ଭ କରିଦେଲା | ଭାଇ ଭଉଣୀ ମାନେ ଛୋଟ ଥିଲେ | ଇତିମଧ୍ୟ ରେ ଜେଜେମା ବଂଚି ଥାଉଥାଉ ବାପା ଚାଲିଗଲେ | ବାପାଙ୍କର ଶାରୀରିକ ଅସୁସ୍ଥତା ଅପେକ୍ଷା ମାନସିକ ଚିନ୍ତା ଅଧିକ ଥିଲା | ପରେ ପରେ ଜେଜେମା ବାପା ଙ୍କୁ ଝୁରି ଚାଲିଗଲେ | ୟା ଭିତରେ ସେ କିଛି ପିଲା ଙ୍କୁ ଘରେ ଟିଉସନ କରିବା ଆରମ୍ଭ କରିବା ସହିତ ଯିଏ ଡାକିଲା ତାଙ୍କ ଘରେ ଯାଇ ପିଲା ଙ୍କୁ ପାଠ ପଢେଇବା ଆରମ୍ଭ କରିଦେଲା | ଏମିତି ବେଶ କିଛି ଟଙ୍କା ତା ହାତ କୁ ଆସିଗଲା | ଏବେ ଘର ବେଶ ଭଲ ରେ ଚଳିବା ଆରମ୍ଭ ହୋଇଗଲାଣି | ଭାଇ ଭଉଣୀ କୁ ସ୍କୁଲ କଲେଜ ରେ ପାଠ ପଢ଼େଇ ତାଙ୍କୁ ମଧ୍ୟ ମଣିଷ କରିଦେଲା | ଉପଯୁକ୍ତ ସମୟ ରେ ସେମାନଙ୍କ ବିବାହ କାର୍ଯ୍ୟ ମଧ୍ୟ ସାରିଦେଲା | ନିଜ ବିବାହ ପାଇଁ ଯେତେ ମା ଭାଇ ଭଉଣୀ କହିଲେ ବି ଏଡେଇ ଯାଏ | ମା ମଧ୍ୟ ଚାଲିଗଲେଣି | ଭାଇ ଭଉଣୀ ମାନେ ବିବାହ ହୋଇ ନିଜ ସଂସାର ରେ ଖୁସି ରେ ଅଛନ୍ତି | ଅନେକ ଦିନ ର ସ୍ବପ୍ନ କୁ ସେ ସାକାର କରି ନିଜ ଉଦ୍ୟମ ରେ ନିଜ ଅର୍ଥ ରେ ସ୍କୁଲ ଟିଏ ଆରମ୍ଭ କରିଦେଇଛି | ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସେ ରୋଜଗାରକ୍ଷମ କରିବା ସହିତ ଅସହାୟ ନିଃସହାୟ ପିଲାଙ୍କୁ ମାଗଣା ରେ ଶିକ୍ଷାଦାନ କରିବାର ବ୍ୟବସ୍ଥା ମଧ୍ୟ କରିଛି | ଦିନକୁ ଦିନ ତାର ନାମ ବଢିବା ସହିତ ସ୍କୁଲ ର ନାମ ମଧ୍ୟ ବଢିଚାଲିଛି | ଏବେ ତା ପାଖରେ ଟଙ୍କାର ଅଭାବ ନାହିଁ | ଅଭାବ ଅଛି ତ ଆତ୍ମୀୟଙ୍କର | ଭିଡ ଭିତରେ ଥାଇ ବି ନିଜକୁ ସେ ନିଃସ୍ଵ ମନେ କରୁଛି | 

 


Rate this content
Log in